ଇବ ନଦୀରେ ଖସିପଡିଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ,୨୦।୧୨(ଡି.ଏନ.ଏ.): ସେଲଫି ନେବା ବେଳେ ଇବ ନଦୀରେ ଖସିପଡିଥିବା ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି। ଅଗ୍ନିଶମ ବିଭାଗ,ଓଡ୍ରାଫ ଟିମ୍‌ ଦୀର୍ଘ ସମୟ ପରେ ନିଖୋଜ ରାଉରକେଲା ସେକ୍ଟର-୧୫ର ସୋମେଶ ମଲ୍ଲିକ(୨୫)ଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ସୋମେଶ ଗତ ରବିବାର ରାଉରକେଲାରୁ କାର ଯୋଗେ ତାଙ୍କର ୪ଜଣ ସାଙ୍ଗଙ୍କ ସହ ସୁନ୍ଦରଗଡ ତଳସରା ଥାନା ଅନ୍ତର୍ଗତ ଇବ ନଦୀର ଘୋଘର କନାକୁଣ୍ଡ ଘାଟକୁ ପିକନିକ କରିବାକୁ ଆସିଥିଲେ। ଏହି ସମୟରେ ସୋମେଶ ସେଠାରେ ସେଲଫି ନେଉଥିବା ବେଳେ ଅସାବଧାନତା ବଶତଃ ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ ପଡିଯାଇଥିଲେ। ଏହାପରେ ସୋମେଶଙ୍କ ସାଙ୍ଗ ଓ ସେଠାରେ ଉପସ୍ଥିତ ଲୋକେ ଖୋଜାଖୋଜି ପରେ ତାଙ୍କୁ ପାଇନଥିଲେ। ପରେ ଖବରପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ସର୍ଚ୍ଚ ଅପରେସନ ପରେ ମଙ୍ଗଳବାର ପାଣି ଭିତରୁ ସୋମେଶଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ତଳସରା ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ କାମୁଡାରେ ଶିଶୁକନ୍ୟା ମୃତ: ସାପ ସହ ଝିଅକୁ ଧରି ହସ୍ପିଟାଲରେ ପରିବାର ଲୋକେ

ଲଙ୍ଗଳେଶ୍ୱର, ୨୮।୧୧(ଡି.ଏନ.ଏ.): ବିଛଣାରେ ମା’ ବାପା ସହ ଶୋଇଥିବା ବେଳେ ୮ ମାସର ଝିଅକୁ କାମୁଡ଼ିଲା ସାପ।  ଝିଅର ଜୀବନ ବଞ୍ଚାଇବା ଆଶାରେ ତାଙ୍କ ବାପା...

ମନ୍ଦିରକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ଯାଇଥିଲେ: ଜୀବନ ଗଲା

ବରଗଡ଼ ଅଫିସ୍‌,୨୩।୪: ବରଗଡ଼ ବ୍ଲକ ଖଣ୍ଡହଥା ନିକଟ ନୂଆଗଡ଼ ଗ୍ରାମରେ ବିଦ୍ୟୁତ ଆଘାତରେ ଗୁରୁବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଏହି...

ଆଜି ରାଜ୍ୟରୁ ୫୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ରବିବାର ରାଜ୍ୟରୁ ୫୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୭,୯୫୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଧରାପଡ଼ିଲା ବାଂଲାଦେଶୀ ସେକ୍ସ ର଼୍ୟାକେଟ

ଭୁବନେଶ୍ୱର,୨୨।୧୧(ବ୍ୟୁରୋ):ଓଡ଼ିଶାରେ କାୟା ମେଲିଛି ବାଂଲାଦେଶୀ ସେକ୍ସ ର଼୍ୟାକେଟ। କିଛିଦିନ ତଳେ ଧରାପଡ଼ିଥିବା ଜଣେ ବାଂଲାଦେଶୀ ରୂପଜୀବୀଙ୍କଠାରୁ ସୁରାକ ମିଳିଥିଲା। ତାଙ୍କୁ କୋର୍ଟଚାଲାଣ କରିବା ପରେ ଚୁପ୍‌...

ଝରିଗାଁ ବିଧାୟକଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ

ନବରଙ୍ଗପୁର/ଉମରକୋଟ, ୪ା୫(ବି.ପ୍ର./ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝିଙ୍କ ନାମରେ ଜଣେ ଯୁବତୀ ଯୌନ ନିର୍ଯାତନା ଓ ହତ୍ୟା ଧମକ ଦେବା ଅଭିଯୋଗ...

କଟକବାସୀଙ୍କ ଲାଗି ପାଇଲଟ ପ୍ରୋଜେକ୍ଟ, ପ୍ରତି ଘରକୁ ମିଳିବ ଗୋଟିଏ ବାଲ୍‌ଟି: ପ୍ରତାପ ଜେନା

କଟକ ଅଫିସ,୧୨।୬: କଟକବାସୀଙ୍କ ଲାଗି ସରକାରଙ୍କ ନୂଆ ଯୋଜନା। ଅଳିଆ ଆବର୍ଜନାକୁ ଏଣେ ତେଣେ କିମ୍ବା ନାଳ ନର୍ଦ୍ଦମାରେ ନ ଫିଙ୍ଗିବା ଲାଗି ନୂଆ ପନ୍ଥା...

ପୁରୀ: ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା: ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୧୦।୭(ବ୍ୟୁରୋ): ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ସମୟରେ ବସ୍‌ଷ୍ଟାଣ୍ଡ ଭଳି ଜନଗହଳି ସ୍ଥାନରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଛି ା ଏହା ପୁରୀ...

ଡମ୍ଫିୟାଡରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବିଜେପୁର, ୧୫।୧୦(ଡି.ଏନ.ଏ.):ବରଗଡ ଜିଲା ବିଜେପୁର ଏନଏସି ଅନ୍ତର୍ଗତ ବାଉଁଶପୋଲା ନିକଟସ୍ଥ ଡମ୍ଫିୟାଡରୁ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୁଣ୍ଡରେ ଗଭୀର ଆଘାତ...

Advertisement
Archives

Model This Week