Posted inଜାତୀୟ

ହିସାର ପହଞ୍ଚିଲା ସୋନାଲିଙ୍କ ପାର୍ଥିବ ଶରୀର, ଋଷି ନଗରରେ ହେବ ଅନ୍ତିମ ସଂସ୍କାର

ହିସାର,୨୬ ।୮: ଟିକ୍ ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତ୍ରୀ ସୋନାଲି ଫୋଗାଟଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ସକାଳ ୧୧ଟାରେ ଋଷି ନଗରରେ କରାଯିବ । ପାର୍ଥିବ ଶରୀରକୁ ଢଂଢୁର ସ୍ଥିତ ଫାର୍ମ ହାଉସରେ ଶେଷ ଦର୍ଶନ ପାଇଁ ରଖାଯିବ । ସେହି ଫାର୍ମ ହାଉସରେ ହିଁ ପରିବାର ପକ୍ଷରୁ ସମସ୍ତ କର୍ମ କରାଯିବ । ସୂଚନଯୋଗ୍ୟ, ସେନାଲିଙ୍କ ମର ଶରୀରକୁ ପୋଷ୍ଟ ମର୍ଟମ ପରେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିଲା । ରାତି ପ୍ରାୟ ୧୧ଟାରେ ସୋନାଲିଙ୍କ ମର ଶରୀର ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ହିସାର ନିଆଯାଇଛି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ସୋନାଲିଙ୍କ ମୃତ୍ୟୁ ପ୍ରଥମେ ହୃଦଘାତ ଯୋଗୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଛି । ପୋଲିସ ଏହାର ଯାଞ୍ଚ କରି ୨ ଜଣଙ୍କୁ ଗିରଫ ବି କରି ସାରିଲାଣି । ତେବେ ପରିବାରର ଦାବି ଅନୁଯାୟୀ ମାମଲାର ଯାଞ୍ଚ କରାଯିବ ବୋଲି ରାଜନେତାମାନେ ମତ ରଖିଛନ୍ତି । ଏପଟେ ସୋନାଲିଙ୍କ ପରିବାର ପକ୍ଷରୁ ମାମଲାର ସିବିଆଇ ଯାଞ୍ଚ ଦାବି କରାଯାଇଛି । ତେବେ ଏହାର କି ଯାଞ୍ଚ କରାଯିବ ତାହା ଗୋଆ ସରକାର ସ୍ଥିର କରିବେ । କାରଣ ସୋନାଲିଙ୍କ ମୃତ୍ୟୁ ଗୋଆରେ ହୋଇଥିବାରୁ ଏହା ଗୋଆ ସରକାର ସ୍ଥିର କରିବେ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦୁଣୀଙ୍କ ପାଇଁ ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

କୁହାଯାଏ, ପ୍ରେମରେ ବୟସ ଦେଖାଯାଏନି। ଠିକ୍‌ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗଢ଼ଓ୍ବା ଜିଲାରେ। ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସମୁଦୁଣୀଙ୍କୁ ପ୍ରେମ...

ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ: ଧରାପଡିଲେ ଦୁଇ ଆତଙ୍କବାଦୀ

ନୂଆଦିଲ୍ଲୀ,୧୭ ।୧୧: ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀମାନେ କରୁଥିବା ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଜମ୍ମୁ-କଶ୍ମୀରରେ ରହୁଥିବା ଓ ଜୈଡ-ଇ-ଆତଙ୍କବାଦୀ...

ଆଲିଶାଙ୍କୁ ମିଳିଲା ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର

ଗାନ୍ଧିନଗର,୨୫ ।୭: ଗୁଜୁରାଟର ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଆଲିଶା ପଟେଲଙ୍କୁ ରାଜ୍ୟ ସରକାର ସ୍ୱୀକୃତି ପ୍ରାପ୍ତ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର ପ୍ରଦାନ କରିଛନ୍ତି ।...

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ...

ବିହାର ବିଧାନସଭା: ବାଚସ୍ପତି ପଦ ପାଇଁ ଅଡି ବସିଛି ଭାଜପା!

ପାଟନା,୧୬ ।୧୧: ବିହାର ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ୭ମ ଥର ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରାଜଭବନର ରାଜେନ୍ଦ୍ର ମଣ୍ଡପରେ...

ଟୁଇଟର ସିଇଓ ହେବାକୁ ଯାଉଛନ୍ତି ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ,୨୯।୧୧: ଟୁଇଟରର ସହପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ୟାକ ଡୋରସି ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ କମ୍ପାନୀର ଦାୟିତ୍ୱ...

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ...

ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଭାଜପା ନେତା

ନୂଆଦିଲ୍ଲୀ,୧୧।୮ : ଦିଲ୍ଲୀର ଜନ୍ତର ମନ୍ତରଠାରେ ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଗିରଫ ହୋଇଥିଲେ। ତାଙ୍କ ଜାମିନକୁ କୋର୍ଟ ବୁଧବାର...

Advertisement
Archives

Model This Week