କଲ୍ୟାଣ ମଣ୍ଡପରୁ ମୃତଦେହ ଜବତ

ଭୁବନେଶ୍ୱର,୧୯।୯(ବ୍ୟୁରୋ):  ଇନ୍‌ଫୋସିଟି ଥାନା ଅଞ୍ଚଳରେ ଥିବା ଏକ କଲ୍ୟାଣ ମଣ୍ଡପରୁ ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ମୃତଦେହ ମିଳିଛି। ସେହେଲେ ଯାଜପୁର ଅଞ୍ଚଳର ପ୍ରକାଶ ବଳ। ପ୍ରକାଶ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ତେବେ ଟଙ୍କା ପାଇଁ ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଥାନା ଅଭିଯୋଗ କରିଛନ୍ତି। ପୋଲିସ ଏକ ହତ୍ୟା ମାମଲା ନଂ.୨୦୧/୨୧ ରୁଜୁ କରି ତଦନ୍ତ ଚଳାଇଛି।
ମୁତାବକ, ଶୁକ୍ରବାର ରାତି ପ୍ରାୟ ୯ଟାରେ ପ୍ରକାଶଙ୍କ ଫୋନ ନ ଲାଗିବାରୁ ମଣ୍ଡପର ଅନ୍ୟ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। ରୁମ୍‌ ବାହାରେ ତାଙ୍କର ଚପଲ ପଡିଥିବାବେଳେ ସେ ମାସ୍କ ପିନ୍ଧା ଅବସ୍ଥାରେ ଭିତରେ ଏକ ରଶିରେ ଝୁଲୁଥିବା ଦେଖି ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପ୍ରକାଶଙ୍କ ପରିବାର ଲୋକେ ପହଞ୍ଚତ୍ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ମା’ ଓ ଭାଇଙ୍କ କହିବାନୁସାରେ, ପ୍ରକାଶ ଚାକିରି ଛାଡ଼ି ଇଭେଣ୍ଟ ମ୍ୟାନେଜମେଣ୍ଟ ବ୍ୟବସାୟ କରୁଥିଲେ। କିଛିଦିନ ତଳେ ପ୍ରକାଶ ଘରକୁ ଟଙ୍କା ମାଗିଥିଲେ। କାହିଁକି ଟଙ୍କା ଦରକାର ବୋଲି ମା’ ପଚାରିବାରୁ ପ୍ରକାଶ କହିଥିଲେ, ସେ ଟଙ୍କା ଧାର କରିଛନ୍ତି। ଏଥିପାଇଁ ତାଙ୍କୁ ମାରି ଦେବାକୁ ଧମକ ଦିଆଯାଉଛି। ଏକଥା ଶୁଣିବା ପରେ ଘର ଲୋକେ ତାଙ୍କୁ ୩୦ହଜାର ଟଙ୍କା ଦେଇଥିବାବେଳେ ଏବେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ। ଅନ୍ୟପକ୍ଷରେ ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଜବତ କରିଛି। ତାହା ପ୍ରକାଶଙ୍କର କି ନୁହେଁ, ତାହାର ଯାଞ୍ଚ ପାଇଁ ଲାବ୍‌କୁ ପଠାଇବ ପୋଲିସ। ଏପଟେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରକାଶ ରଶିରେ ଝୁଲୁଥିବାବେଳେ ଗୋଡ଼ ତଳେ ଲାଗିଛି। ଗୋଡ଼କୁ ଲାଗି ଖଟ ଓ ଚେୟାର ରହିଥିଲା। ହତ୍ୟା ପରେ ତାଙ୍କୁ ରଶିରେ ଝୁଲାଇ ଆତ୍ମହତ୍ୟା ରୂପ ଦିଆଯାଇଥିବାବେଳେ ତଦନ୍ତକୁ ବାଟବଣା ପାଇଁ ହତ୍ୟକାରୀମାନେ ଏପରି ସୁଇସାଇଡ୍‌ ନୋଟ୍‌ ପ୍ରସ୍ତୁତ କରିଛନ୍ତି ବୋଲି ପ୍ରକାଶଙ୍କ ଭାଇ କହିଛନ୍ତି। ତେବେ ଏଭଳି ଅଭିଯୋଗକୁ କଲ୍ୟାଣ ମଣ୍ଡପ କର୍ତ୍ତୃପକ୍ଷ ଖଣ୍ଡନ କରିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ସମିତା ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri