ଆଜିଠାରୁ କାର୍ଯ୍ୟାଳୟ ବୁଲିବ ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଏଣିକି ରାଜଧାନୀରେ ଥିବା ସମସ୍ତ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନୁଷ୍ଠାନରେ କୋଭିଡ୍‌ ନିୟମ କଡ଼ାକଡ଼ି ଅନୁପାଳନ ହେବ। ନଚେତ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବୁଲି ବୁଲି ଧରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ। ରାଜ୍ୟରେ ସଂକ୍ରଣ କମୁଥିବାବେଳେ ରାଜଧାନୀରେ ବୃଦ୍ଧି ପାଉଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ କର୍ତ୍ତୃପକ୍ଷଙ୍କୁ ଏଭଳି ସତର୍କବାଣୀ ଶୁଣାଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଅଧିକାରୀ ଓ କର୍ମଚାରୀମାନେ ମୁହଁରେ ଠିକ୍‌ ଭାବେ ମାସ୍କ ପିନ୍ଧିବା, ହାତର ପରିଚ୍ଛନ୍ନତା ରକ୍ଷା କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଇତ୍ୟାଦି ଆଚରଣ ନିୟମିତ ଭାବେ ପାଳନ କରିବାକୁ ବିଏମ୍‌ସି କଡ଼ା ତାଗିଦ୍‌ କରିଛି। ବିଏମ୍‌ସି ସୂତ୍ରରୁ ମିଳିଥିବା ସୂଚନାନୁସାରେ, ସୋମବାରଠାରୁ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୋଲିସ ମିଳିତ ଭାବେ ଅଚାନକ ବିଭିନ୍ନ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ପରିଦଶର୍ନରେ ଯିବେ। କୋଭିଡ୍‌ ନିୟମର ଉଲ୍ଲଂଘନ ହେଉଥିବା ଦୃଷ୍ଟିକୁ ଆସିଲେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ବିରୋଧରେ ମହାମାରୀ ରୋଗ ଆଇନ୍‌ ଭାଗ ୨(୧)ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହ କୌଣସି କାର୍ଯ୍ୟାଳୟରେ ନିୟମର ବାରମ୍ବାର ଉଲ୍ଲଂଘନ ହେଲେ ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ସହ ସମ୍ପୃକ୍ତ କାର୍ଯ୍ୟାଳୟକୁ ସିଲ୍‌ କରାଯିବ। ସହରରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌ ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନାହିଁ। ତେଣୁ ସମସ୍ତ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ କୋଭିଡ୍‌ ନିୟମର କଡ଼ା ଅନୁପାଳନ କରିବା ସହ ନିଜର କର୍ମଚାରୀଙ୍କୁ କୋଭିଡ୍‌ ପ୍ରତିରୋଧି ଆଚରଣର ଅନୁପାଳନ କରିବାକୁ କର୍ତ୍ତୃପକ୍ଷ କୁହନ୍ତୁ। ଅମାନିଆ କର୍ମଚାରୀଙ୍କ ଉପରେ ଦୃଢ଼ ପଦକ୍ଷେପ ନିଅନ୍ତୁ, ଯାହା କୋଭିଡ୍‌ ରୋକିବାରେ ଅନେକ ସହାୟକ ହେବ ବୋଲି ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ କହିଛନ୍ତି।
ସୂଚନାଯୋଗ୍ୟ, ସୋମବାରଠାରୁ ଓଡ଼ିଶା ସରକାରଙ୍କର ସମସ୍ତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି ହେବା ସହ କୋଭିଡ୍‌ ନିୟମର କଡା ଅନୁପାଳନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସେହିପରି କୌଣସି କାର୍ଯ୍ୟାଳୟରେ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଲେ, ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ପ୍ରବର୍ତ୍ତିତ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ଏବଂ ସଂପୃକ୍ତ ମୁଖ୍ୟ କାର୍ଯ୍ୟାଳୟକୁ ସୂଚନା ଦିଆଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ବି ଆମ ଦଳ ସରକାର ଗଢିବ: ଶାହା

ଭୁବନେଶ୍ୱର,୮।୮(ବ୍ୟୁରୋ): ଓଡ଼ିଶାରେ ବି ଆମ ଦଳ ସରକାର ଗଢିବାକୁୁ ଯାଉଛି। ଏବେ ସାରା ଉତ୍ତର ପୂର୍ବାଞ୍ଚଳରେ ଆମ ଦଳ ସରକାର ଗଢିବା ସହ ଗୁଜରାଟ, କର୍ନାଟକ,...

୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ପାଳନ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୯।୩(ବ୍ୟୁରୋ): ସମୟ ସହ ତାଳ ଦେଇ ଯୁବଗୋଷ୍ଠୀ ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ପୂର୍ବପୁରୁଷଙ୍କ ବିଷୟରେ ଜାଣିବା ଆବଶ୍ୟକ। ଏହିସବୁ ଘଟଣାବଳୀକୁ ବହୁଳ ଭାବେ...

ସୁନ୍ଦରବନ ଛୁଇଁବ ବୁଲ୍‌ବୁଲ୍‌

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରିବା ଘଟଣା: ପାଟଣାଗଡ଼ ବିଧାୟକଙ୍କ ପାଇଁ ଅଡୁଆ ବଢ଼ିଲା

ବଲାଙ୍ଗିର ଅଫିସ/ଭୁବନେଶ୍ୱର, ୮ା୬(ବ୍ୟୁରୋ): ନିମ୍ନମାନର ରାସ୍ତା କାମ ପାଇଁ ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର ଗତ ୫ତାରିଖରେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସର୍ବସମ୍ମୁଖରେ...

ବ୍ରଜରାଜନଗର ଉପନିର୍ବାଚନ: ଚାଲିଛି ଜୋରଦାର ପ୍ରଚାର

ଭୁବନେଶ୍ୱର,୨୨।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ନେଇ ପ୍ରଚାର ଜୋରଦାରା ଚାଲିଛି। ଘରକୁ ଘର ଯାଇ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ଭୋଟ ମାଗୁଛନ୍ତି । ହେଭିଓ୍ବେଟ ନିଜ...

ସ୍ମିତାରାଣୀ ପ୍ରସଙ୍ଗ: ଗୃହକୁ ଆସିଲାନି ଭାଜପା, ବିଧାନସଭା ଅପରାହ୍ନ ୩ ପର୍ଯ୍ୟନ୍ତ ମୁଲତବୀ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବା ଦିନଠାରୁ ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ଗୃହରେ...

ରାଜ୍ୟରେ ଆଇନ ତା’ ବାଟରେ ଯାଉନାହିଁ: ଭାଜପା

ଭୁବନେଶ୍ୱର, ୪।୯(ବ୍ୟୁରୋ): ରାଜ୍ୟରେ ଆଇନ ତା’ ନିଜ ବାଟରେ ଯାଉନାହିଁ। ଶାସକ ବିଜେଡିର ତୁଙ୍ଗନେତା ଏହାର ବଡ଼ ବାଧକ ସାଜିଛନ୍ତି ା ରାଜ୍ୟରେ ଘଟିଯାଉଥିବା ପ୍ରମୁଖ...

୧୮ରୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ: ଏବେ ନୂଆ ଆବେଦନ ମନା

ଭୁବନେଶ୍ୱର ୧୧।୯(ବ୍ୟୁରୋ): ମାର୍ଚ୍ଚ ୨୫ରୁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ନିଂ ଲାଇସେନ୍ସ (ଏଲ୍‌ଏଲ୍‌) ପୁନର୍ବାର ଆରମ୍ଭ ଲାଗି ରାଜ୍ୟ ସରକାର ନିଷ୍ପତ୍ତି...

Advertisement
Archives

Model This Week