‘ବ୍ଲାକ୍‌ ସ୍ପଟ୍‌’ ଭୁଲିଗଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗାଡ଼ିମୋଟର ସହ ବଢ଼ି ଚାଲିଛି ଦୁର୍ଘଟଣା। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବାବେଳେ ଜୀବନ ପରେ ଜୀବନ ଯାଉଛି। ଅନେକ ନିୟମ ଓ କଟକଣା ସତ୍ତ୍ୱେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିହେଉନି। ବେପରୁଆ ଗାଡିଚାଳନା ଯୋଗୁ ଯେତିକି ଦୁର୍ଘଟଣା ଘଟୁଛି, ରାସ୍ତାର ତ୍ରୁଟିପୂର୍ଣ୍ଣ ଭୌଗୋଳିକ ସ୍ଥିତି ଏହାକୁ ବହୁଗୁଣିତ କରୁଛି। ଦେଶରେ ୮୦ ଭାଗରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଏହି କାରଣରୁ ଘଟିଥିବା ତଥ୍ୟ କହୁଛି। ବିଶେଷକରି ଏହି କାରଣରୁ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ଗତବର୍ଷ ରାଜପଥରେ ଲଗାତାର ୫ରୁ ଊର୍ଦ୍ଧ୍ୱ ଜୀବନ ଯିବାପରେ କମିଶନରେଟ ପୋଲିସର ଚେତା ପଶିଥିଲା। ଦୁର୍ଘଟଣା ଓ ମୃତ୍ୟୁକୁ ଏଡ଼ାଇବା ପାଇଁ ରାଜପଥର ୫ ସ୍ଥାନରେ ‘ବ୍ଲାକ୍‌ ସ୍ପଷ୍ଟ’ ଚିହ୍ନଟ କରାଯାଇଥିଲା। ଉକ୍ତ ସ୍ଥାନଗୁଡ଼ିକ ହେଲା ଯାଁଳା, ଆଇଗିଣିଆ, ନୟାପଲ୍ଲୀ ସିଦ୍ଧାର୍ଥ ହୋଟେଲ ସାମ୍ନା ରାସ୍ତା, ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ ଏବଂ ପାହାଳ। ଏହିସବୁ ସ୍ଥାନର ଭୌଗୋଳିକ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରାଯାଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସେଠାରେ ସ୍ପିଡ୍‌ ବ୍ରେକର୍‌, ଦୁର୍ଘଟଣା ପ୍ରବଣ ଅଞ୍ଚଳ ସାଇନ୍‌ ବୋର୍ଡ, ରାତିରେ ରାସ୍ତା ଜାଣିବା ପାଇଁ ରେଡିୟମ୍‌ ଲଗାଯିବା ନେଇ ତତ୍କାଳୀନ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଥିଲେ। ଏଥିସହିତ ଦିନ ୯ଟାରୁ ରାତି ୯ଟା ଯାଏ ଉକ୍ତ ସ୍ଥାନଗୁଡିକରେ ବ୍ୟାରିକେଡ୍‌ ଲଗାଯିବ। ଯାନବାହନଗୁଡିକର ବେଗ ନିୟନ୍ତ୍ରଣ ଲାଗି ଇଣ୍ଟରସେପ୍ଟର ବ୍ୟବହାର କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏଥିମଧ୍ୟରୁ କୌଣସିଟି ପାଳନ କରାଯାଇନାହିଁ। କମିଶନରେଟ ପୋଲିସର ସେତେବେଳର ତତ୍ପରତା ଏବେ ପ୍ରହସନରେ ପରିଣତ ହୋଇଛି। କମିଶନର ପରିବର୍ତ୍ତନ ହେବାପରେ ପୋଲିସ ‘ବ୍ଲାକ୍‌ ସ୍ପଟ୍‌’ କଥା ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଛି। ଏସବୁ ବ୍ଲାକ୍‌ ସ୍ପଟ୍‌ ଅଞ୍ଚଳରେ ଏବେ ଦୁର୍ଘଟଣା ବଢିଚାଲିଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

ଫ୍ଲାଏ ଓଭରବ୍ରିଜ୍‌ରେ ଯାଞ୍ଚ, ସଚେତନତା ବନ୍ଦ
ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ବହୁ ସ୍ଥାନରେ ଓଭରବ୍ରିଜ୍‌ ରହିଛି। ଅଧିକାଂଶ ଦୁର୍ଘଟଣା ବ୍ରିଜ୍‌ର ଦୁଇ ପାର୍ଶ୍ୱରେ ହିଁ ଘଟିଥାଏ। ଏହି ଅଂଶରେ ସର୍ଭିସ୍‌ ରୋଡ୍‌ ସଂଯୋଗ କରୁଥିବାରୁ ଜୀବନ ଯାଇଥାଏ। ଲୋକେ ମଧ୍ୟ ଓଭରବ୍ରିଜ୍‌କୁ ରଙ୍ଗ୍‌ ସାଇଡ୍‌ରେ ପ୍ରବେଶ କରି ଦୁର୍ଘଟଣାର ଶିକାର ହୋଇଥାନ୍ତି। ଓଭରବ୍ରିଜ୍‌ ଉପରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯାଞ୍ଚ ଜୋର୍‌ଦାର ହୋଇଥିଲା। ଆର୍‌ଟିଓ ଓ ପୋଲିସ ମିଳିତ ଭାବେ ରସୁଲଗଡ଼ରୁ ବରମୁଣ୍ଡା ପର୍ଯ୍ୟନ୍ତ ଓଭରବ୍ରିଜ୍‌ରେ ରହି ଯାଞ୍ଚ ସହ ଉଲ୍ଲଂଘନକାରୀଙ୍କୁ ସଚେତନ କରିଥିଲା। କିନ୍ତୁ ଏହାର ସ୍ଥାୟୀ ସମାଧାନର ପନ୍ଥା ବାହାର କରାଗଲାନି। କିଛିଦିନ ପରେ ଯାଞ୍ଚ ଓ ସଚେତନତା ପୂରା ବନ୍ଦ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?