‘ବ୍ଲାକ୍‌ ସ୍ପଟ୍‌’ ଭୁଲିଗଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗାଡ଼ିମୋଟର ସହ ବଢ଼ି ଚାଲିଛି ଦୁର୍ଘଟଣା। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବାବେଳେ ଜୀବନ ପରେ ଜୀବନ ଯାଉଛି। ଅନେକ ନିୟମ ଓ କଟକଣା ସତ୍ତ୍ୱେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିହେଉନି। ବେପରୁଆ ଗାଡିଚାଳନା ଯୋଗୁ ଯେତିକି ଦୁର୍ଘଟଣା ଘଟୁଛି, ରାସ୍ତାର ତ୍ରୁଟିପୂର୍ଣ୍ଣ ଭୌଗୋଳିକ ସ୍ଥିତି ଏହାକୁ ବହୁଗୁଣିତ କରୁଛି। ଦେଶରେ ୮୦ ଭାଗରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଏହି କାରଣରୁ ଘଟିଥିବା ତଥ୍ୟ କହୁଛି। ବିଶେଷକରି ଏହି କାରଣରୁ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନଂ. ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ଗତବର୍ଷ ରାଜପଥରେ ଲଗାତାର ୫ରୁ ଊର୍ଦ୍ଧ୍ୱ ଜୀବନ ଯିବାପରେ କମିଶନରେଟ ପୋଲିସର ଚେତା ପଶିଥିଲା। ଦୁର୍ଘଟଣା ଓ ମୃତ୍ୟୁକୁ ଏଡ଼ାଇବା ପାଇଁ ରାଜପଥର ୫ ସ୍ଥାନରେ ‘ବ୍ଲାକ୍‌ ସ୍ପଷ୍ଟ’ ଚିହ୍ନଟ କରାଯାଇଥିଲା। ଉକ୍ତ ସ୍ଥାନଗୁଡ଼ିକ ହେଲା ଯାଁଳା, ଆଇଗିଣିଆ, ନୟାପଲ୍ଲୀ ସିଦ୍ଧାର୍ଥ ହୋଟେଲ ସାମ୍ନା ରାସ୍ତା, ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ ଏବଂ ପାହାଳ। ଏହିସବୁ ସ୍ଥାନର ଭୌଗୋଳିକ ଓ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରାଯାଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସେଠାରେ ସ୍ପିଡ୍‌ ବ୍ରେକର୍‌, ଦୁର୍ଘଟଣା ପ୍ରବଣ ଅଞ୍ଚଳ ସାଇନ୍‌ ବୋର୍ଡ, ରାତିରେ ରାସ୍ତା ଜାଣିବା ପାଇଁ ରେଡିୟମ୍‌ ଲଗାଯିବା ନେଇ ତତ୍କାଳୀନ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଥିଲେ। ଏଥିସହିତ ଦିନ ୯ଟାରୁ ରାତି ୯ଟା ଯାଏ ଉକ୍ତ ସ୍ଥାନଗୁଡିକରେ ବ୍ୟାରିକେଡ୍‌ ଲଗାଯିବ। ଯାନବାହନଗୁଡିକର ବେଗ ନିୟନ୍ତ୍ରଣ ଲାଗି ଇଣ୍ଟରସେପ୍ଟର ବ୍ୟବହାର କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଇତିମଧ୍ୟରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଏଥିମଧ୍ୟରୁ କୌଣସିଟି ପାଳନ କରାଯାଇନାହିଁ। କମିଶନରେଟ ପୋଲିସର ସେତେବେଳର ତତ୍ପରତା ଏବେ ପ୍ରହସନରେ ପରିଣତ ହୋଇଛି। କମିଶନର ପରିବର୍ତ୍ତନ ହେବାପରେ ପୋଲିସ ‘ବ୍ଲାକ୍‌ ସ୍ପଟ୍‌’ କଥା ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଛି। ଏସବୁ ବ୍ଲାକ୍‌ ସ୍ପଟ୍‌ ଅଞ୍ଚଳରେ ଏବେ ଦୁର୍ଘଟଣା ବଢିଚାଲିଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

ଫ୍ଲାଏ ଓଭରବ୍ରିଜ୍‌ରେ ଯାଞ୍ଚ, ସଚେତନତା ବନ୍ଦ
ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ବହୁ ସ୍ଥାନରେ ଓଭରବ୍ରିଜ୍‌ ରହିଛି। ଅଧିକାଂଶ ଦୁର୍ଘଟଣା ବ୍ରିଜ୍‌ର ଦୁଇ ପାର୍ଶ୍ୱରେ ହିଁ ଘଟିଥାଏ। ଏହି ଅଂଶରେ ସର୍ଭିସ୍‌ ରୋଡ୍‌ ସଂଯୋଗ କରୁଥିବାରୁ ଜୀବନ ଯାଇଥାଏ। ଲୋକେ ମଧ୍ୟ ଓଭରବ୍ରିଜ୍‌କୁ ରଙ୍ଗ୍‌ ସାଇଡ୍‌ରେ ପ୍ରବେଶ କରି ଦୁର୍ଘଟଣାର ଶିକାର ହୋଇଥାନ୍ତି। ଓଭରବ୍ରିଜ୍‌ ଉପରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଯାଞ୍ଚ ଜୋର୍‌ଦାର ହୋଇଥିଲା। ଆର୍‌ଟିଓ ଓ ପୋଲିସ ମିଳିତ ଭାବେ ରସୁଲଗଡ଼ରୁ ବରମୁଣ୍ଡା ପର୍ଯ୍ୟନ୍ତ ଓଭରବ୍ରିଜ୍‌ରେ ରହି ଯାଞ୍ଚ ସହ ଉଲ୍ଲଂଘନକାରୀଙ୍କୁ ସଚେତନ କରିଥିଲା। କିନ୍ତୁ ଏହାର ସ୍ଥାୟୀ ସମାଧାନର ପନ୍ଥା ବାହାର କରାଗଲାନି। କିଛିଦିନ ପରେ ଯାଞ୍ଚ ଓ ସଚେତନତା ପୂରା ବନ୍ଦ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri