ଏସବୁ ବ୍ୟକ୍ତିଙ୍କ ପାଖରେ ରୁହନ୍ତି ନାହିଁ ଲକ୍ଷ୍ମୀ, ଦେଖାଯାଏ ଘୋର ଅଭାବ, ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ

ସୁଖୀ ଏବଂ ଆନନ୍ଦଦାୟକ ଜୀବନ ପାଇଁ ଅନେକ ସମୟରେ ଟଙ୍କା ଆବଶ୍ୟକ। ତେବେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ରୋଜଗାର କଲେ ସୁଦ୍ଧା ସଞ୍ଚୟ କରିପାରନ୍ତି ନାହିଁ। ଏହାକୁ ନେଇ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ, କେଉଁ ପ୍ରକାରର ଲୋକଙ୍କ ପାଖରେ ଲକ୍ଷ୍ମୀ ରହନ୍ତି ନାହିଁ ଜାଣନ୍ତୁ ସେ ସମ୍ପର୍କରେ…

ଚାଣକ୍ୟ, କହିଛନ୍ତି ଯେ, କଟୁଶବ୍ଦ ପ୍ରୟୋଗ କରୁଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରହେ ନାହିଁ। ସତ୍ୟ ଏବଂ ମଧୁର କଥା କହୁଥିବା ବ୍ୟକ୍ତିଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ଥାଏ। ଏହା ମଧ୍ୟ କୁହାଯାଇଛି ଯେ ‘ମଧୁର ବିନୟ ବଚନ କହି ତୋଷିବ ଜନ ମନ ’ ଜଣେ ଯଥାସମ୍ଭବ ମଧୁର କଥା କହିବା ଉଚିତ।

ସେ କହିଛନ୍ତି ଯେ, ଲକ୍ଷ୍ମୀ ଅଧିକ ଖାଦ୍ୟ ଖାଉଥିବା ଲୋକଙ୍କୁ ପସନ୍ଦ କରନ୍ତି ନାହିଁ, ତେଣୁ ମଣିଷ ଆବଶ୍ୟକତାଠାରୁ ଅଧିକ ଖାଇବା ଉଚିତ୍‌ ନୁହେଁ।

ଚାଣକ୍ୟ କହିଛନ୍ତି ଯେ, ଯଦି ଅପରିଷ୍କାର ଲୁଗାପଟା ପିନ୍ଧନ୍ତି ତେବେ ମଧ୍ୟ ଲକ୍ଷ୍ମୀ ଦୂରେଇ ଯାଆନ୍ତି। ଯଦି ଜଣେ ଗରିବ ଲୋକ ସଫା ରହେ, ତେବେ ଲକ୍ଷ୍ମୀ ତାଙ୍କ ସହିତ ଥାନ୍ତି।

ଚାଣକ୍ୟ କହିଛନ୍ତି ଯେ, ଶୋଇବା ପାଇଁ ରାତି ସମୟ ସବୁଠାରୁ ଉପଯୁକ୍ତ ବୋଲି ବିବେଚନା କରାଯାଏ। ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ମଧ୍ୟରେ ଶୋଇଥିବା ବ୍ୟକ୍ତିଙ୍କ ପାଖରେ ଟଙ୍କା ରହେ ନାହିଁ।

ଏ ପ୍ରସଙ୍ଗରେ, ଚାଣକ୍ୟ ମଧ୍ୟ ମଇଳା ଦାନ୍ତ ଥିବା ବ୍ୟକ୍ତିଙ୍କୁ ଉଲ୍ଲେଖ କରିଥିଲେ। ତାଙ୍କ ଅନୁଯାୟୀ, ଲକ୍ଷ୍ମୀ ଅପରିଷ୍କାର ଦାନ୍ତ ଥିବା ଲୋକଙ୍କ ସହିତ ମଧ୍ୟ ରହନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ କମ୍‌ ମିଳେ? ଜାଣନ୍ତୁ କ’ଣ ସତ..

କରୋନା କାଳରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ମାସ୍କ ପରିଧାନକୁ ନେଇ ଅନେକ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି। ଯେପରିକି,...

କିପରି ଚିହ୍ନିବେ ଭଲ ସାଙ୍ଗଙ୍କୁ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର...

ଫ୍ରିଜ୍‌ରେ ମାଛ ରଖି ଖାଉଛନ୍ତି କି….

ମାଛ ଖାଇବାକୁ ପ୍ରାୟ ଅନେକ ଲୋକ ଭଲପାଆନ୍ତି। ସ୍ବାସ୍ଥ୍ୟପାଇଁ ଏହା ମଧ୍ୟ ଉପକାରୀ । ମାତ୍ର ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ବଜାରରେ ମାଛ...

ସାଧାରଣ ଲୋକ ବି ହୋଇଯିବେ ମାଲାମାଲ୍‌ : କେବଳ ଚାଣକ୍ୟଙ୍କ ଏହି କଥାକୁ ଦେଲେ ଧ୍ୟାନ

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ...

କାନ ଦ୍ୱାରା ମଧ୍ୟ ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୫।୭: କରୋନା ସଂକ୍ରମଣ ଆଖି,ନାକ ଏବଂ ପାଟି ଦ୍ୱାରା ହୋଇଥାଏ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଏବେ ଏକ ରିପୋର୍ଟରେ ଉଲ୍ଲେଖ...

ଭାକ୍ସିନ୍‌ ନେଲେ ବି ମାସ୍କ୍‌ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…

ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍‌ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର...

ବ୍ୟକ୍ତିଙ୍କ ନିକଟରେ ଏହି ୨ ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ସମାଜରେ ବଢ଼ିବ ମାନ-ସମ୍ମାନ

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

କ୍ୟାନ୍‌ସରର ପୂର୍ବାନୁମାନ କରିହେବ

ଚିକିତ୍ସା ବିଜ୍ଞାନରେ ଚିନ୍ତାର କାରଣ ସାଜିଥିବା ଅନ୍ୟତମ ପ୍ରମୁଖ ରୋଗ ହେଲା କ୍ୟାନ୍‌ସର ବା କର୍କଟ ରୋଗ। ଏବେ କେତେକ କ୍ୟାନ୍‌ସର ରୋଗୀ ପ୍ରାରମ୍ଭିକ ଅବସ୍ଥାରେ...

Advertisement


Archives

Model This Week