Posted inଜାତୀୟ

କେଜ୍‌ରିଓ୍ବାଲ୍‌ଙ୍କୁ ଅର୍ବାନ୍‌ ନକ୍ସଲ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୩: ଭାଜପା ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅର୍ବାନ୍‌ ନକ୍ସଲ ବୋଲି କହିଛନ୍ତି। କେଜ୍‌ରିୱାଲ ଫିଲ୍କ କଶ୍ମୀର ଫାଇଲ୍ସ ସମ୍ପର୍କରେ ଗୁରୁବାର ଦେଇଥିବା ମନ୍ତବ୍ୟ ପରେ ଅମିତ ମାଲଭିଆ ଏହା କହିଛନ୍ତି।
ନିକଟରେ କେଜ୍‌ରିୱାଲ ବିଧାନସଭାରେ କହିଛନ୍ତି, ଫିଲ୍ମ କଶ୍ମୀର ଫାଇଲ୍ସକୁ ୟୁଟ୍ୟୁବରେ ଅପଲୋଡ କରିବା ପାଇଁ ଭାଜପା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କହୁ। ଏହାଦ୍ୱାରା ସମସ୍ତେ ମାଗଣାରେ ଫିଲ୍ମକୁ ଦେଖିପାରିବେ। କଶ୍ମୀର ଫାଇଲ୍ସକୁ ଟିକସ ମୁକ୍ତ ଟିକସ ମୁକ୍ତ କରିବାକୁ ଦାବି କରାଯାଉଛି। ହେଲେ ଏହାକୁ ୟୁଟ୍ୟୁବରେ ଅପଲୋଡ କରିଦେଲେ, ଏହା ସଂପୂର୍ଣ୍ଣ ମାଗଣାରେ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଏହାପରେ ଟିକସ ଫ୍ରି କରିବାର ଆବଶ୍ୟକତା କ’ଣ? କଶ୍ମୀର ପଣ୍ଡିତଙ୍କ ନାଁରେ ଅନେକ ଲୋକ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଖାଲି ପୋଷ୍ଟର ମାରି ନିଜର ପ୍ରଚାର କଲେ ଚଳିବ ନାହିଁ।
କେଜ୍‌ରିୱାଲଙ୍କ ଏଭଳି ବିବୃତ୍ତିରେ ଅମିତ ମାଲଭିଆ ଏକ ଟୁଇଟ୍‌ କରି କହିଛନ୍ତି, କେବଳ ଅମାନୁଷିକ, ନିଷ୍ଠୁର ତଥା ଦୁର୍ନୀତିଗ୍ରସ୍ତ ଲୋକ କଶ୍ମୀରୀ ହିନ୍ଦୁଙ୍କ ହତ୍ୟାକୁ ଅସ୍ବୀକାର କରିପାରିବ। କଶ୍ମୀର ଫାଇଲ୍ସକୁ ଏକ ମିଥ୍ୟା ଫିଲ୍ମ ବୋଲି କହି କେଜ୍‌ରିୱାଲ ହିନ୍ଦୁ ସମ୍ପ୍ରଦାୟର କ୍ଷତ ଉପରେ ଆହୁରି କ୍ଷତ ଦେବା କାମ କରିଛନ୍ତି, ଯେଉଁମାନେ ଗତ ୩୨ ବର୍ଷ ଧରି ନିଜ ଦେଶରେ ଶରଣାର୍ଥୀ ଭାବରେ ରହିବାକୁ ବାଧ୍ୟ ହୋଇଥିଲେ। କଶ୍ମୀର ଫାଇଲ୍ସ ହିନ୍ଦୁଙ୍କ ଉପରେ ହୋଇଥିବା ନରସଂହାର ବିଷୟରେ ଦେଖାଉଥିବାରୁ ଅର୍ବାନ ନକ୍ସଲଙ୍କ ପେଟରେ ଯନ୍ତ୍ରଣା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ହୋଇଥିଲେ ରାଜି, ହେଲେ ୟୁ-ଟର୍ନ ନେଲା CJP, ରୋକଠୋକ ଶୁଣାଇଦେଲା-ଆମେ…

ନୂଆଦିଲ୍ଲୀ,୨୩।୭: ସରକାର ବାରମ୍ବାର କହିଆସୁଛନ୍ତି , ସେମାନେ ପ୍ରତିବାଦକାରୀମାନଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ସମୟରେ,ସୂତ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଜନ୍ତର-ମନ୍ତର ଆନ୍ଦୋଳନରେ ଫାଟ! ଦାବି ପ୍ରତ୍ୟାହାର କରିନେଲେ ସୋନମ ୱାଙ୍ଗଚୁକ, CJP ରଖିଲା ୨ ସର୍ତ୍ତ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା CJP ଆନ୍ଦୋଳନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଟ (NEET) ପେପର ଲିକ୍‌ ମାମଲାରେ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri