Posted inଜାତୀୟ

କେଜ୍‌ରିଓ୍ବାଲ୍‌ଙ୍କୁ ଅର୍ବାନ୍‌ ନକ୍ସଲ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୩: ଭାଜପା ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅର୍ବାନ୍‌ ନକ୍ସଲ ବୋଲି କହିଛନ୍ତି। କେଜ୍‌ରିୱାଲ ଫିଲ୍କ କଶ୍ମୀର ଫାଇଲ୍ସ ସମ୍ପର୍କରେ ଗୁରୁବାର ଦେଇଥିବା ମନ୍ତବ୍ୟ ପରେ ଅମିତ ମାଲଭିଆ ଏହା କହିଛନ୍ତି।
ନିକଟରେ କେଜ୍‌ରିୱାଲ ବିଧାନସଭାରେ କହିଛନ୍ତି, ଫିଲ୍ମ କଶ୍ମୀର ଫାଇଲ୍ସକୁ ୟୁଟ୍ୟୁବରେ ଅପଲୋଡ କରିବା ପାଇଁ ଭାଜପା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କହୁ। ଏହାଦ୍ୱାରା ସମସ୍ତେ ମାଗଣାରେ ଫିଲ୍ମକୁ ଦେଖିପାରିବେ। କଶ୍ମୀର ଫାଇଲ୍ସକୁ ଟିକସ ମୁକ୍ତ ଟିକସ ମୁକ୍ତ କରିବାକୁ ଦାବି କରାଯାଉଛି। ହେଲେ ଏହାକୁ ୟୁଟ୍ୟୁବରେ ଅପଲୋଡ କରିଦେଲେ, ଏହା ସଂପୂର୍ଣ୍ଣ ମାଗଣାରେ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଏହାପରେ ଟିକସ ଫ୍ରି କରିବାର ଆବଶ୍ୟକତା କ’ଣ? କଶ୍ମୀର ପଣ୍ଡିତଙ୍କ ନାଁରେ ଅନେକ ଲୋକ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଖାଲି ପୋଷ୍ଟର ମାରି ନିଜର ପ୍ରଚାର କଲେ ଚଳିବ ନାହିଁ।
କେଜ୍‌ରିୱାଲଙ୍କ ଏଭଳି ବିବୃତ୍ତିରେ ଅମିତ ମାଲଭିଆ ଏକ ଟୁଇଟ୍‌ କରି କହିଛନ୍ତି, କେବଳ ଅମାନୁଷିକ, ନିଷ୍ଠୁର ତଥା ଦୁର୍ନୀତିଗ୍ରସ୍ତ ଲୋକ କଶ୍ମୀରୀ ହିନ୍ଦୁଙ୍କ ହତ୍ୟାକୁ ଅସ୍ବୀକାର କରିପାରିବ। କଶ୍ମୀର ଫାଇଲ୍ସକୁ ଏକ ମିଥ୍ୟା ଫିଲ୍ମ ବୋଲି କହି କେଜ୍‌ରିୱାଲ ହିନ୍ଦୁ ସମ୍ପ୍ରଦାୟର କ୍ଷତ ଉପରେ ଆହୁରି କ୍ଷତ ଦେବା କାମ କରିଛନ୍ତି, ଯେଉଁମାନେ ଗତ ୩୨ ବର୍ଷ ଧରି ନିଜ ଦେଶରେ ଶରଣାର୍ଥୀ ଭାବରେ ରହିବାକୁ ବାଧ୍ୟ ହୋଇଥିଲେ। କଶ୍ମୀର ଫାଇଲ୍ସ ହିନ୍ଦୁଙ୍କ ଉପରେ ହୋଇଥିବା ନରସଂହାର ବିଷୟରେ ଦେଖାଉଥିବାରୁ ଅର୍ବାନ ନକ୍ସଲଙ୍କ ପେଟରେ ଯନ୍ତ୍ରଣା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢିପାରେ ଲାଲୁଙ୍କ ଅଡୁଆ

ରାଞ୍ଚି,୧୧ ।୧୨: ଚାରା ଘୋଟାଲା ଓ ଅନ୍ୟ କିଛି ମାମଲାରେ ଜେଲ୍ ଯାଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ମୁଖ୍ୟ ଲାଲୁ...

କଂଗ୍ରେସ ସ୍ଥାନରେ ପହଞ୍ଚିବାକୁ ଏଏପିକୁ ଲାଗିବ ୨୦ ବର୍ଷ, କହିଲେ ପ୍ରଶାନ୍ତ…

ନୂଆଦିଲ୍ଲୀ, ୩୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଏକପାଖିଆ ବିଜୟ ପରେ ଆମ ଆଦମୀ ପାର୍ଟି(ଏଏପି) ଜାତୀୟ ସ୍ତରରେ ପାଦ ବିସ୍ତାର କରିବା ଆରମ୍ଭ କରିଛି।...

ନେପାଳ ସୀମାରେ ବଢ଼ୁଛି ମଦ୍ରାସା

ନୂଆଦିଲ୍ଲୀ,୭।୨: ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗକୁ ଲାଗିଥିବା ଭାରତ-ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଗତ ୩ ବର୍ଷ ମଧ୍ୟରେ ମସ୍‌ଜିଦ ଓ ମଦ୍ରାସା ସଂଖ୍ୟା ଅନେକ ବଢ଼ିଛି।...

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୧୪।୬: ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ...

ନଦୀ ଜଳ ହଠାତ୍‌ ହେଲା କଳା, ଭାସୁଛନ୍ତି ଶହ ଶହ ମଲା ମାଛ…

ଇଟାନଗର,୩୦।୧୦: ଚାଇନାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ନଦୀର ଜଳ ହଠାତ୍‌ କଳା ହୋଇଯାଇଛି। ଫଳରେ ନଦୀରେ ଶହ...

କଶ୍ମୀର ଗସ୍ତରେ ୨୪ ଦେଶର ପ୍ରତିନିଧି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ଦଳରେ ୨୪ଟି...

ଡୋଭାଲଙ୍କ ବୈଠକ ଉପରେ ଇରାନ ଦେଇଥିବା ବିବୃତି ହଟାଇଲା

ନୂଆଦିଲ୍ଲୀ,୯।୬: ପ୍ରଫେଟ ମହମ୍ମଦଙ୍କ ଉପରେ ଭାଜପା ସଦସ୍ୟଙ୍କ ବିବାଦୀୟ ବିବୃତିକୁ ନେଇ କୂଟନୈତିକ ବିବାଦ ଜାରି ରହିଛି। ଏଭଳି ସ୍ଥିତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ)...

ଦାବି ପୂରଣ ନ ହେଲେ ଜୋର୍‌ଦାର ଆନ୍ଦୋଳନ

ନୂଆଦିଲ୍ଲୀ,୧୭।୨:ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ଯୋଗାଇଦେବା ଦାବିରେ ଲଦାଖର ବିଭିନ୍ନ ସଂଗଠନ ଦିଲ୍ଲୀର ଯନ୍ତରମନ୍ତରରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ...

Advertisement
Archives

Model This Week