ବିଜେଡି କେବଳ ମିଥ୍ୟା ପ୍ରତିଶ୍ରୁତି ଦିଏ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):  ରାଜ୍ୟରେ ଶାସନ କରିବା ପାଇଁ ଓଡ଼ିଶାର ଜନତା ନବୀନବାବୁଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ଏଠି ସରକାରୀ ବାବୁମାନେ ଶାସନ କରୁଛନ୍ତି। କୋଇଲା, ଜଙ୍ଗଲ, ଚିଟ୍‌ଫଣ୍ଡ, ଜମି ଭଳି ଅନେକ ଦୁର୍ନୀତିରେ ବିଜେଡି ନେତାମାନଙ୍କର ସମ୍ପୃକ୍ତି ରହିଛି। ସେହିପରି ପରୀ ହତ୍ୟାକାଣ୍ଡରେ ହତ୍ୟାକାରୀଙ୍କୁ ସରକାର ସୁରକ୍ଷା ଦେଇ ଚାଲିଛନ୍ତି। ଏହା ପରେ ନବୀନବାବୁ ଚୁପ୍‌ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଓଡ଼ିଶା ରାଜ୍ୟ ଭାଜପା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଅଭିଯୋଗ କରିଛନ୍ତି।
ଶନିବାର ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରରୁ ଦେଶକୁ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିିଛନ୍ତି। ଓଡ଼ିଶାର ଜନତା କୁଶାସକଙ୍କୁ ଗାଦିରୁ ହଟାଇ ସୁଶାସନ ପାଇଁ ଆଗାମୀ ଦିନରେ ଭାଜପାକୁ ସୁଯୋଗ ଦେବାକୁ ପୁରନ୍ଦେଶ୍ୱରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି। ସେ ପୁଣି କହିଛନ୍ତି, ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି କଚ୍ଚାଘରକୁ ପକ୍କା କରିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇଥିଲା। ଏହାସତ୍ତ୍ୱେ ଆଜି ବି ଗରିବ ଲୋକଟିଏ ପକ୍କାଘର ପାଇବାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ଏବେ ବି ୨ ଲକ୍ଷ ଘର ନିର୍ମାଣ ହେବା ପାଇଁ ବାକି ରହିଛି। ଗରିବ ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି। ମୋଦି ନାଁ ନେଇଯିବା ଭୟରେ ରାଜ୍ୟ ସରକାର ଓଡ଼ିଶାରେ ଏହାକୁ ଲାଗୁ କରୁନାହାନ୍ତି। ସେହିପରି ରାଜ୍ୟବାସୀଙ୍କୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ୧୨୫୦ ପଞ୍ଚାୟତରେ ଉପଯୁକ୍ତ ପାନୀୟଜଳ ମିଳୁନାହିଁ। ୧୫୦୦ ପଞ୍ଚାୟତରେ ପାଇପ୍‌ଲାଇନ ପହଞ୍ଚି ନାହିଁ। ଏବେ କେତେ ଘରକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ରଖନ୍ତୁ ବୋଲି ସେ କହିଛନ୍ତି।
ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ କେତେ ଲକ୍ଷ ହେକ୍ଟର ଜମିକୁ ପାଣି ଯୋଗାଇଛନ୍ତି ତାହା ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ମହିଳା ଓ ନାବାଳିକା ବଳାତ୍କାର ଏବଂ ହତ୍ୟା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଓଡ଼ିଶାରେ ବିଗତ କିଛିମାସ ମଧ୍ୟରେ ୫୩୦୩ ଶିଶୁ ନିଖୋଜ ହେଲେଣି। ପୋଲିସ ପ୍ରଶାସନର ଅବହେଳା ଏବଂ ତଦନ୍ତରେ ଶିଥିଳତା ପାଇଁ ପ୍ରତ୍ୟେକ ଦିନ ଶିଶୁମାନଙ୍କ ସହ ଆପରାଧିକ ଘଟଣା ବଢିବାରେ ଲାଗିଛି ବୋଲି ସେ କହିଛନ୍ତି।
ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ରବି ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ା

Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ କ୍ରୀଡ଼ା ଦିବସ: ଝିଲ୍ଲୀ ଓ ଦୀପାଳି ଜିଲାର ଗୌରବ

ନୟାଗଡ଼ ଅଫିସ,୨୯।୮(ରଞ୍ଜନ କୁମାର ପ୍ରଧାନ): ଗୁରୁବାର ଜାତୀୟ କ୍ରୀଡ଼ା ଦିବସ। କ୍ରୀଡ଼ା କ୍ଷେତ୍ରକୁ ନୟାଗଡ଼ ଜିଲାର ଅବଦାନ କିଛି କମ୍‌ ନୁହେଁ। ଜିଲାର କ୍ରୀଡ଼ାବିତ୍‌ମାନେ ନିଜର...

ବିଶ୍ୱସ୍ତରୀୟ ହେବ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ପୁରୀ ଜିଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ...

ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକୋ

ଖଜୁରିପଡା,୨୯ା୬(ଡି.ଏନ୍‌.ଏ.): ଖଜୁରିପଡା ବ୍ଲକ ଢାଡମେରୁ ଗ୍ରାମଛକ ୧୫୭ନଂ. ଜାତୀୟ ରାଜପଥ ନିକଟରେ ଶନିବାର ସକାଳେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁଡ୍ରୁକୁମ୍ପା...

ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଜିଲା ପାଇଁ ମନରେଗାରେ...

ବାନ୍ତି କଲେ ପାଟିରୁ ବାହାରୁଛି କୋଇଲା: ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି ହେଲେ ୧୦ ବର୍ଷର ନାବାଳିକା

ବଲାଙ୍ଗିର ଅଫିସ,୨୪।୭: ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଖପ୍ରାଖୋଲ ବ୍ଲକ ବୁଡ଼ିବାହାଲ ଗ୍ରାମର...

ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା

କଟକ ଅଫିସ,୨୦ା୧୦: ଆସନ୍ତା ଜାନୁୟାରୀରୁ ତାଳଦଣ୍ଡା କେନାଲରେ ବୋଟିଂ ବ୍ୟବସ୍ଥା କରାଯିବ। ସହରବାସୀ ଜଳକ୍ରୀଡା ସହିତ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇପାରିବେ। ବୋଟିଂ ଅଞ୍ଚଳକୁ ଅଧିକ...

୨ ପ୍ରଯୋଜକ ଗୋଷ୍ଠୀ ମୁହଁାମୁହିଁ, ଯୁକ୍ତିତର୍କରୁ ହାତାହାତି

ଭୁବନେଶ୍ୱର,୨୯।୭(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ସିନେ ପ୍ରଯୋଜକଙ୍କୁ ନେଇ ଗଠିତ ଉତ୍କଳ ସିନେ ଚାମ୍ବର୍ସ ଅଫ୍‌ କମର୍ସ(ୟୁସିସି)ରେ ଏବେ ଗୋଷ୍ଠୀକନ୍ଦଳ ଚରମ ସୀମାରେ ପହଞ୍ଚତ୍ଛି। ୟୁସିସି ଅଧୀନରେ...

କରୋନା ନେଲା ଆଉ ୧୦ ଜୀବନ: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୩୦କୁ ବୃଦ୍ଧି

ଭୁବନେଶ୍ୱର, ୨୫।୭(ବ୍ୟୁରୋ): ରାଜ୍ୟରେ ଶନିବାର ୧୩୨୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିନରେ ସର୍ବାଧିକ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ...

Advertisement
Archives

Model This Week