୧୦ ଦିନ ପାଇଁ ବିଜେଡି ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଅହେତୁକ ଦରବୃଦ୍ଧି ବିରୋଧରେ ବିଜେଡି ଆରମ୍ଭ କରିଥିବା ଆନ୍ଦୋଳନକୁ ୧୦ଦିନ ପାଇଁ ସ୍ଥଗିତ ରଖିଛି। ତୈଳ ଦରରେ ସାମାନ୍ୟ ହ୍ରାସ ପରେ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଦର ହ୍ରାସ ନ କଲେ ପୁଣି ଆନ୍ଦୋଳନ ଆରମ୍ଭ ହେବ ବୋଲି ଯୁବ ବିଜେଡି ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି । ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ଆସନ୍ତା ୩ଦିନ ଯାଏ ଜୋରଦାର ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଇତିମଧ୍ୟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ଏକ୍ସାଇଜ ଟିକସ ହ୍ରାସ କରିଛନ୍ତି। ଓଡ଼ିଶା ସରକାର ମଧ୍ୟ ଉଭୟ ତୈଳ ଉପରୁ ୩ ଟଙ୍କା ଲେଖାଏ ଭାଟ୍‌ କମାଇଛନ୍ତି। ତେବେ ରନ୍ଧନ ଗ୍ୟାସ୍‌ ଦର ୧୦୦୦ ଟଙ୍କା ଛୁଇଁଛି। କେନ୍ଦ୍ର ସରକାର ୧୦ ଦିନ ମଧ୍ୟରେ ଏ ଦିଗରେ ପଦକ୍ଷେପ ନ ହେଲେ ବିଜେଡି ପୁଣି ଆନ୍ଦୋଳନକୁ ଜୋରଦାର କରିବ। ସୂଚନାଯୋଗ୍ୟ, ତୈଳ, ରନ୍ଧନ ଗ୍ୟାସ୍‌ ଓ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିଭିନ୍ନ ଶାଖା ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଥିଲା। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ବଦ୍ରି ନାରାୟଣ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ବରିଷ୍ଠ ଚଳଚ୍ଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦ୍ଦେଶକ ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଅଭିନେତା ବଦ୍ରି ନାରାୟଣ...

ଗାଧୋଇବା ବେଳେ ବ୍ରାହ୍ମଣୀରେ ବୁଡ଼ି ଯାଇଥିଲେ, ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ,୨୪।୫(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ନବୋଦୟ ବିଦ୍ୟାଳୟ ନିକଟ ବ୍ରାହ୍ମଣୀ ନଦୀର ଘାଟରେ ଗୁରୁବାର ଅପରାହ୍ନରେ ବୁଡ଼ି ଯାଇ ନିଖୋଜ...

ମନ୍ତ୍ରୀ, ବିଧାୟକଙ୍କୁ ମିଳିଲା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ

  ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବିଧାୟକ ଓ ମନ୍ତ୍ରୀଙ୍କୁ ୩୦ ଜିଲାର ଯୋଜନା...

ବ୍ରଜରାଜନଗର ଉପନିର୍ବାଚନ: ପ୍ରକାଶିତ ଖବରର ଅନୁଧ୍ୟାନ କରିବେ ଅଧିକାରୀ

ଝାରସୁଗୁଡ଼ା, ଅଫିସ,୧୦।୫: ବ୍ରଜରାଜନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ମିଡିଆ ସାର୍ଟିଫିକେଶନ ଓ ମନିଟରିଂ କମିଟି(ଏମ୍‌ସିଏମ୍‌ସି)ର ଏକ ବୈଠକ ଜିଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି...

ପିପିଇ କିଟ୍‌ ମାଗିଦେଲେ, ଏବେ ରଖୁନାହାନ୍ତି

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଏମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ)...

ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

ଭୁବନେଶ୍ୱର,୧।୨(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ। ଓଡ଼ିଆ ଚଳଚ୍ଚିତ୍ରରେ କମେଡି ଏବଂ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ପିଣ୍ଟୁ ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ...

ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌

ଭୁବନେଶ୍ବର,୧୫।୨: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ...

ମେଡିକାଲ କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଚମ୍ପଟ୍‌

ନବରଙ୍ଗପୁର,୬।୭(ଡି.ଏନ.ଏ.)-ନବରଙ୍ଗପୁରସ୍ଥିତ କୋଭିଡ୍‌ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି।...

Advertisement
Archives

Model This Week