କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବାର ବଡ଼ କାରଣ!

ଭୁବନେଶ୍ୱର,୧୭।୪: ପୁଣି ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପଞ୍ଚମ ପର୍ଯ୍ୟାୟ ବିଧାନସଭା ତାଲିକାରେ ୯ଜଣ ବିଧାୟକଙ୍କ ନାଁ ଘୋଷଣା କରାଯାଇଛି। ସବୁଠାରୁ ବଡ଼ କଥା ହେଲା, ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାରେ ଅଛନ୍ତି। ହିଞ୍ଜିଳି ପରେ ଏବେ ମୁଖ୍ୟମନ୍ତ୍ରୀ କଣ୍ଟାବାଂଜିରୁ ଲଢିବା ନେଇ ଘୋଷଣା କରିଛନ୍ତି।

୨୦୧୯ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢିବା ନେଇ ଘୋଷଣା କରିଥିଲେ। ଗୋଟିଏ ପାରମ୍ପରିକ ଆସନ ହିଞ୍ଜିଳି ହୋଇଥିବାବେଳେ ଅନ୍ୟଟି ବଜେପୁର ଆସନ ଥିଲା। ଦୁଇଟି ଆସନରୁ ମୁଖ୍ୟମନ୍ତ୍ରୀ ବଡ଼ ବ୍ୟବବଧାନରେ ବିଜୟୀ ହୋଇଥିଲେ। ହିଞ୍ଜିଳିରୁ ପିତାମ୍ବର ଆଚାର୍ଯ୍ୟଙ୍କ ଠାରୁ ବହୁ ପରିମାଣରେ ଭୋଟ ଜିତି ବିଜୟୀ ହୋଇଥିଲେ। ତେବେ ଦୁଇଟି ଆସନରୁ ଜିତିବା ପରେ ସେ ବିଜେପୁର ଆସନ ଛାଡି ଦେଇଥିଲେ। ଯେଉଁଠି ପରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେବେ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇଟି ଆନସରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା କଣ୍ଟାବାଂଜି ନବୀନ କାହିଁକି ଦ୍ୱିତୀୟ ଅପସନ ଭାବେ ବାଛିଲେ।

ବଲାଙ୍ଗୀର ଜିଲା ହେଉ କି କଣ୍ଟାବାଂଜି ବିଧାନସଭା ମଣ୍ଡଳୀ ବିଜେଡିର ଗଡ଼ ନୁହେଁ। ତେବେ କାହିଁକି ବିଜେଡି ସୁପ୍ରିମୋ ଏହି ଆସନକୁ ନିଜର ଦ୍ୱିତୀୟ ଅପସନ ଭାବରେ ବାଛିଲେ? ତେବେ ୨୦୦୯ ଓ ୨୦୧୯ ନିର୍ବାଚନରେ କଂଗ୍ରେସର ସନ୍ତୋଷ ସିଂହ ସାଲୁଜା କଣ୍ଟାବାଂଜିରୁ ୨-୨ ଥର ଲଢି ବିଜୟୀ ହୋଇଛନ୍ତି। ସେତେବେଳେ ସେ ବିଜେଡିର ଅୟୁବ ଖାନଙ୍କୁ ଟକ୍କର ଦେଇଥିଲେ। ଯିଏକି ମାତ୍ର ୩୮୬୮ ଭୋଟ ହାତେଇ ପାରିଥିଲେ।

ବଲାଙ୍ଗୀରରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ଯେଉଁଠି ୨୦୧୯ରେ କଂଗ୍ରେସ ୨ସିଟ୍‌ କବଜା କରିଥିଲା। ବଲାଙ୍ଗୀର ବିଧାନସଭା ଆସନକୁ ନରସିଂହ ମିଶ୍ର କବଜା କରିଥିବାବେଳେ କଣ୍ଟାବାଂଜିକୁ ସାଲୁଜା ଅକ୍ତିଆର କରିଥିଲେ। ସେହପିରି ଭାଜପା ଲୋହିସିଂହା ଓ ବିଜେଡି ଟିଟଲାଗଡ ଓ ପାଟନାଗଡ ଅକ୍ତିଆର କରିଥିଲା। ତେବେ ବଲାଙ୍ଗୀର ଲୋକ ସଭା ସିଟ୍‌ରୁ ଭାଜପାର ସଙ୍ଗୀତା ସିଂହ ଦେବ ବିଜୟୀ ହୋଇଥିଲେ। ତେବେ ଏହି ହିସାବରେ ଦେଖିଲେ କଣ୍ଟାବାଂଜି ହେଉ କି ବଲାଙ୍ଗୀର ଆସନ ବିଜେଡିର ଗଡ ନୁହେଁ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ବିଜେଡି ସୁପ୍ରିମୋ ଏହି ଆସନରେ ଦଳର ଶକ୍ତି ବଢେଇବାକୁ ଆଉ ଚଳିତ ନିର୍ବାଚନରେ ହାତେଇବାକୁ ଏହାକୁ ବାଛିଛନ୍ତି। ବଲାଙ୍ଗୀର କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, ନୂଆପଡା ଓ ବରଗଡ ସୀମାକୁ ଲାଗି ରହିଛି। କନ୍ଧମାଳ ବି ଏହି ଜିଲା ଠୁ ବେଶୀ ଦୂରରେ ନୁହେଁ। ତେବେ କଣ୍ଟାବାଂଜିରେ ସିଏମ ପ୍ରାର୍ଥୀ ହେଲେ ଏହାର ପ୍ରଭାବ ସୀମାବର୍ତ୍ତୀ ଜିଲା ଅର୍ଥାତ୍‌ ପୁରା ପଶ୍ଚିମ ଓଡିଶାାରେ ପଡିବ । ଏହିସବୁ ଜିଲାର ୪ ଲୋକ ସଭା ଆସନ ସହ ୨୮ ବିଧାସଭା ଆସନରେ ପ୍ରଚାର ଅଭିଯାନ ଜୋରଦାର ହୋଇପାରିବ। ୨୦୧୯ରେ ବିଜେଡି ବଲାଙ୍ଗୀର, ବରଗଡ, କଳାହାଣ୍ଡିର ଲୋକ ସଭା ଆସନରେ ପରାଜିତ ହୋଇଥିଲା। ଯାହା ଏବେ ସୁପ୍ରିମୋଙ୍କ ଦ୍ୱାରା ସମ୍ଭବ ହେବ ବୋଲି ଚର୍ଚ୍ଚା ହେଉଛି। ଏଥର ଏହି ୩ ଲୋକ ସଭା ଆସନରେ ବିଜେଡି ବଡ଼ ବ୍ୟବଧାନରେ ଜିତିବ ବୋଲି ଆକଳନ କରାଯାଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଣ୍ଟାବାଂଜିରୁ ମୁଖ୍ୟମନ୍ତ୍ରୀ ଲଢିବା ଦ୍ୱାରା ଏହା ପୁରା ପଶ୍ଚିମ ଓଡିଶାରେ ଥିବା ବିଜେଡି ସଂଗଠନକୁ ମଜବୁତ କରିବା ସହ ଦଳୀୟ କର୍ମୀଙ୍କ ମନୋବଳ ବଢାଇବ।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?