ଶ୍ରେଷ୍ଠ ପ୍ରଦର୍ଶନକାରୀ ହସ୍ପିଟାଲକୁ ମିଳିବ ପୁରସ୍କାର

ଭୁବନେଶ୍ୱର, ୨୬।୫(ବ୍ୟୁରୋ): ରାଜ୍ୟ ସରକାର ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ହସ୍ପିଟାଲକୁ ପୁରସ୍କୃତ କରିବେ। ପୁରସ୍କୃତ ହସ୍ପିଟାଲକୁ ମିଳିବ ଆର୍ଥତ୍କ ସହାୟତା। ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲ(ଏମ୍‌ସିଏଚ୍‌), ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌), ସବ୍‌ ଡିଭିଜନାଲ ହସ୍ପିଟାଲ (ଏସ୍‌ଡିଏଚ୍‌) ଏବଂ ପ୍ରଥମ ରେଫରାଲ ୟୁନିଟ୍‌ ଭାବେ କାର୍ଯ୍ୟ କରୁଥିବା କମ୍ୟୁନିଟି ହେଲ୍‌ଥ ସେଣ୍ଟର(ସିଏଚ୍‌ସି)କୁ ପ୍ରତ୍ୟେକ ଆର୍ଥିକ ବର୍ଷରେ ସରକାର ସେମାନଙ୍କର କାର୍ଯ୍ୟଦକ୍ଷତାକୁ ଦେଖି ଗ୍ରେଡିଂ କରିବେ। ନିର୍ଦ୍ଦିଷ୍ଟ ପାରାମିଟରଗୁଡ଼ିକ ଆଧାରରେ ଗ୍ରେଡିଂ କରାଯିବ। ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ଟ୍ରାନ୍ସପରେନ୍ସି ଏବଂ ଏକ ସମୟସୀମା ମଧ୍ୟରେ ପରିବର୍ତ୍ତନ ମାଧ୍ୟମରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବିଶ୍ୱବ୍ୟାପୀ ଏକାଭିମୁଖୀ ହାସଲ କରିବା ପାଇଁ ଏହି ଗ୍ରେଡିଂ ସିଷ୍ଟମ ରାଜ୍ୟ ସରକାରଙ୍କ ୫-ଟି ଅଭିଯାନର ଏକ ଅଂଶ। ସ୍କୋର୍‌କୁ ଆଧାର କରି ର଼୍ୟାଙ୍କ ପ୍ରଦାନ କରାଯିବ। ଆଉ ର଼୍ୟାଙ୍କ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଦର୍ଶନକାରୀକୁ ସମ୍ମାନିତ କରିବେ ଓ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଏମ୍‌ସିଏଚ୍‌ଗୁଡ଼ିକୁ ୩ କୋଟି (ର଼୍ୟାଙ୍କ-୧), ୧.୫୦ କୋଟି (ର଼୍ୟାଙ୍କ-୨) ଏବଂ ୧ କୋଟି (ର଼୍ୟାଙ୍କ-୩)ଟଙ୍କା ପ୍ରଦାନ କରାଯିବ। ସେହିଭଳି ଶ୍ରେଷ୍ଠ ୩ ଡିଏଚ୍‌ଏଚ୍‌ଗୁଡ଼ିକୁ ଯଥାକ୍ରମେ ୧ କୋଟି, ୫୦ ଲକ୍ଷ ଏବଂ ୩୦ ଲକ୍ଷ ଟଙ୍କା ଏବଂ ଏସ୍‌ଡିଏଚ୍‌/ ସିଏଚ୍‌ସିକୁ ପ୍ରତିବର୍ଷ ୫୦ ଲକ୍ଷ, ୨୫ ଲକ୍ଷ ଟଙ୍କା ଏବଂ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏନେଇ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ ସମୟରେ ୬ଟି ରୁଟ୍‌ରେ ଚାଲିବ ମୋ ବସ୍‌

ଭୁବନେଶ୍ୱର(ସାହାରା ଟାଇମ୍ସ): କରୋନା ଭୂତାଣୁ ସଂକ୍ରମଣ ରୋକିବା ନେଇ ସରକାର ମାର୍ଚ୍ଚ ୨୨ରୁ ୨୯ ତାରିଖ ଯାଏ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ବର୍ଷକରେ ଶହୀଦ ହୋଇଛନ୍ତି ୩୭୭

କଟକ ଅଫିସ,୨୨।୧୦:ପୋଲିସ ମୁଖ୍ୟାଳୟ ପରିସରରେ ଗୁରୁବାର ୬୨ତମ ରାଜ୍ୟସ୍ତରୀୟ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି। ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ମୁଖ୍ୟ ଅତିଥି...

ନାବାଳିକାଙ୍କୁ ବଳାତ୍କାର ପରେ ବିଷ ଘଟଣାରେ ୨ ଅଟକ

ସଜନାଗଡ଼, ୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯାଇଥିଲା। ପରେ ମେଡିକାଲରେ ବିଷକ୍ରିୟାରେ...

ନିଷିଦ୍ଧାଞ୍ଚଳରେ କୋର୍ଟ ବନ୍ଦ ନିଷ୍ପତ୍ତି ନେବେ ଜିଲାଜଜ୍‌

କଟକ ଅଫିସ,୨୩ା୭: ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଜିଲା ଓ ରାଉରକେଲା ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି। ପରେ ଅନ୍ୟ କିଛି...

ମୃତ୍ୟୁ ସମୟ, ପୋଲିସ ତଥ୍ୟରେ ତାଳମେଳ ନାହିଁ

ବୀରେନ୍ଦ୍ର ଝାଙ୍କର ବଲାଙ୍ଗୀର ଅଫିସ, ୨୧ା୧୨: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କଣ୍ଟାବାଞ୍ଜି ଉପକାରାଗାରରେ ସନ୍ଦେହଜନକ ମୃତ୍ୟୁକୁ ନେଇ...

ଓଏସ୍‌ଏଚ୍‌ଇସି ଉପାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ (ଓଏସ୍‌ଏଚ୍‌ଇସି) ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ପ୍ରଫେସର ଦାସଙ୍କ କାର୍ଯ୍ୟକାଳ ଆସନ୍ତା...

ଭୁଶୁଡ଼ିଲା ବ୍ରିଜ୍‌ ସେଣ୍ଟ୍ରିଂ, ଚାଲିଗଲା ଶ୍ରମିକଙ୍କ ଜୀବନ

ମାଲକାନଗିରି,୨୧ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବ୍ରିଜ୍‌ର ସେଣ୍ଟ୍ରିଂ କାମ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିବାରୁ...

୧୦୮ ଆମ୍ବୁଲାନ୍ସକୁ ‘ଇଟି ଲିଡରଶିପ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌’

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଉଲ୍ଲେଖନୀୟ ଜରୁରିକାଳୀନ ସେବା ବିତରଣ ପାଇଁ ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ଜାତୀୟ ସ୍ତରୀୟ ପ୍ଲାଟ୍‌ଫର୍ମରେ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କାର ପାଇଛି। ନିକଟରେ...

Advertisement
Archives

Model This Week