Posted inଫୁରସତ

ବେଡ୍‌ରୁମ୍‌ରେ ମହୁମାଛି ବସା, ଶବ୍ଦ ଶୁଣିବା ପାଇଁ ଲୋକେ ଦେଉଛନ୍ତି ଏତିକି ଟଙ୍କା

ମହୁମାଛି ପ୍ରାୟତଃ ଦେଖିଥିବେ। ଏହାର ବସାରେ ଯଦି ଥରେ କୌଣସି ଆଘାତ ଲାଗିଲା ତେବେ ଏମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥାନ୍ତି। ଅନେକ ସ୍ଥାନରେ ମହୁମାଛି ଆକ୍ରମଣରେ ଲୋକେ ମରୁଥିବାର ମଧ୍ୟ ଖବର ଜାଣିବାକୁ ମିଳିଥାଏ। ଆଜି ହେଉଛି ବିଶ୍ୱ ମହୁମାଛି ଦିବସ। ତେବେ ଆଜିର ଏହି ସ୍ବତନ୍ତ୍ର ଦିନରେ ମହୁମାଛି ବିଷୟରେ ଜାଣନ୍ତୁ କିଛି ରୋଚକ କଥା…

ସାଧାରଣତଃ ମହୁମାଛି ଗଛରେ ବସା କରିଥାନ୍ତି। ମାତ୍ର ଥରେ ଭାବିଲେ ଯଦି ବେଡ୍‌ରୁମ୍‌ରେ ଏହି ବସା ରହିଥାଏ ତେବେ ଲୋକେ ଶୋଇବେ କିପରି। କିନ୍ତୁ ଇଟାଲୀର ଏକ ଘରେ ମହୁମାଛି ବସା ରହିଛି। ଏହି ସ୍ଥାନ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଛି। ପ୍ରକୃତି ନିକଟରେ ଯଦି କିଛି ସମୟ ବିତାଇବାକୁ ଇଚ୍ଛା ଥାଏ ତେବେ ଏଠାରେ ମହୁମାଛିର ଗୁଣୁଗୁଣୁ ଶବ୍ଦ ଏଥିରୁ ବେଶ୍‌ ଆନନ୍ଦ ଦେଇଥାଏ। ଏହି ସ୍ଥାନର ନାମ ହେଉଛି ଓ୍ବାଣ୍ଡର ବି ଆଣ୍ଡ୍‌ ବି।

ଯେଉଁ ମହୁମାଛି ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠେ ସେହି ମହୁମାଛିକୁ ଜାଣିଶୁଣି ବେଡ୍‌ରୁମ୍‌ରେ ରଖାଯାଇଛି। ଏହି ଘରେ ୧୦ ଲକ୍ଷରୁ ଅଧିକ ମହୁମାଛି ବାସ କରନ୍ତି। ଓ୍ବାଣ୍ଡର ମହୁମାଛି କାନ୍ଥ ଏବଂ କ୍ୟାବିନ ମଧ୍ୟରେ ରହିଛନ୍ତି। ଏହି ଘରଟି ମାଲିକ ରୋକୋ ଫିଲୋମେନୋଙ୍କ ଦ୍ୱାରା ନିର୍ମିତ ହୋଇଛି।

ସମୁଦାୟ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ରୋକୋ ଏହାକୁ ତିଆରି କରିଛନ୍ତି। ଏଠାରେ ଗୋଟିଏ ବେଡ୍‌ରୁମ୍‌ ଅଛି, ଯେଉଁଥିରେ ୨ ଜଣଙ୍କ ପାଇଁ ରହିବା ସ୍ଥାନ ଅଛି। ପୂରା ଘରେ ସମୁଦାୟ ୯ଟି ମହୁଫେଣା ଅଛି, ଯେଉଁଥିରେ ୧୦ ଲକ୍ଷ ମହୁମାଛି ରହୁଛନ୍ତି। ଯେହେତୁ ମହୁମାଛି ବାହାରେ ଏକ ନେଟ୍‌ ଲାଗିଛି ତେଣୁ ସେମାନେ ଲୋକଙ୍କର କିଛି କ୍ଷତି କରନ୍ତି ନାହିଁ। ଏହି ଘରେ ଏକ ବାଥରୁମ୍‌ ଅଛି। ଯଦି ଏହି ଅଞ୍ଚଳରେ ବିଦ୍ୟୁତ୍‌ ନାହିଁ, ତେବେ ବଲ୍‌ବଗୁଡିକ ସୋଲାର ଲାଇଟ୍‌ ଦ୍ୱାରା ଜଳାଯାଏ। ଏଠାରେ ରହିବା ପାଇଁ ଗୋଟିଏ ରାତିକୁ ୧୪ ହଜାର ଟଙ୍କା ଭଡ଼ା ନିଆଯାଏ। କେବଳ ମହୁମାଛିର ଶବ୍ଦ ଶୁଣି ମନରେ ଶାନ୍ତି ପାଇବା ପାଇଁ ଲୋକେ ଏଠାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri