Posted inଖେଳ

ଅଲିମ୍ପିକ ପ୍ରସ୍ତୁତି ପାଇଁ ବିସିସିଆଇ ଦେବ ୧୦ କୋଟି

ନୂଆଦିଲ୍ଲୀ, ୨୧ା୬(ପି.ଟି.)-ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଭାରତୀୟ ଆଥ୍‌ଲେଟମାନଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା ଦେବ। ବିସିସିଆଇ ଆପେକ୍ସ କାଉନ୍‌ସିଲର ଏକ ଜରୁରୀ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ପ୍ରମୁଖ ଯୋଗ ଦେଇଥିଲେ। ସହାୟତା ରାଶିକୁ କାହାକୁ କିପରି ଦିଆଯିବ ତାହା କ୍ରୀଡ଼ା ମନ୍ତ୍ରଣାଳୟ ଓ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସହ ଆଲୋଚନା ପରେ ସ୍ଥିର କରାଯିବ। ଟୋକିଓ ଅଲିମ୍ପିକ ଗେମ୍ସ ଜୁଲାଇ ୨୩ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଲି’ ନିଙ୍ଗ୍‌ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଦଳର କିଟ୍‌ ପ୍ରାୟୋଜକ ହୋଇସାରିଛି। ବିସିସିଆଇର ସହାୟତା ରାଶି କେବଳ ଟ୍ରେନିଂ ଓ ପ୍ରସ୍ତୁତି କ୍ଷେତ୍ରରେ ନୁହେଁ ଦଳ ପାଇଁ ଅନ୍ୟ କେତେକ କ୍ଷେତ୍ରରେ ବ୍ୟୟ କରାଯାଇ ପାରିବ। ଅଲିମ୍ପିକ କ୍ରୀଡ଼ା ଉନ୍ନତି ପାଇଁ ବିସିସିଆଇ ସବୁବେଳେ ସହାୟତା କରି ଆସୁଛି। ହେଲେ ପ୍ରଥମ ଥର ବଡ଼ ଧରଣର ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରତ୍ୟାବର୍ତ୍ତନ କରିବା ନେଇ ନିଶ୍ଚିତ ଥିଲି: ଚିଙ୍ଗଲେନସାନା

ଭୁବନେଶ୍ୱର,୨୦।୨- ହକି ପ୍ରୋ ଲିଗ୍‌ର ପ୍ରଥମ ୪ଟି ମ୍ୟାଚ୍‌ରେ ମିଡ୍‌ଫିଲ୍ଡରେ ଭାରତ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଏହା ପଛରେ ଅବଶ୍ୟ ଟିମ୍‌ ମ୍ୟାନେଜମେଣ୍ଟର ସୁଚିନ୍ତିତ...

ନେଦରଲାଣ୍ଡ ୯ ରନ୍‌ରେ ହାରିଲା…

ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ରେ ସୋମବାର ନେଦରଲାଣ୍ଡ ଏବଂ ବାଲାଂଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ ୯ ରନ୍‌ରେ ହାରଛି। ହୋବାର୍ଟର ବେଲେରିଭା ଓଭାଲରେ...

ତାହିର, ଡୁମିନିଙ୍କ ଅବସର

ମାଞ୍ଚେଷ୍ଟର,୭।୭- ଭେଟେରାନ ସ୍ପିନର ଇମ୍ରାନ ତାହିର ଓ ଜେପି ଡୁମିନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ୱକପ୍‌ର ଅନ୍ତିମ ଲିଗ୍‌...

ପରାଜୟ ଦେଖିଲା ଗୁଜରାଟ

ମୁମ୍ବାଇ, ୧୧।୪: ସ୍ଥାନୀୟ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୮ ଉଇକେଟରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ...

ୟୁଏସ୍‌ ଓପନ୍‌: ସିଡେଡ୍‌ ଖେଳାଳିଙ୍କ ଅଗ୍ରଗତି

ନ୍ୟୁୟର୍କ, ୨୮।୮(ଏଏଫ୍‌ପି)- ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ୟୁଏସ୍‌ ଓପନ୍‌ର ପୁରୁଷ ଓ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ ଖେଳାଳିମାନେ ଅଭିଯାନ ଆରମ୍ଭ...

ଟସ ଜିତିଲା ଅଷ୍ଟ୍ରେଲିଆ: ବୋଲିଂ ନିଷ୍ପତ୍ତି…

ବିଶାଖାପଟ୍ଟନମ,୧୯।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶାଖାପଟ୍ଟନମ୍‌ରେ ୩ ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳା ଯାଉଛି। ଡ.ଓ୍ବାଇଏସ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ...

ଆର୍‌ସିବି ବିଜୟୀ…

ମୁମ୍ବାଇ, ୧୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ବିଜୟ...

ଟସ୍‌ ଜିତିଲା କୋଲକତା

ମୁମ୍ବାଇ,୧୦।୪: ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୨ରେ ଦୁଇଟି ମ୍ୟାଚ ଖେଳାଯାଉଛି। ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର...

Advertisement
Archives

Model This Week