Posted inଖେଳ

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ ପରାଜୟ ପଛରେ ବିସିସିଆଇ ମେଡିକାଲ ଅଫିସର

ନୂଆଦିଲ୍ଲୀ,୧୩।୮: ଗତ ମାସରେ ଟି୨୦ ସିରିଜ୍‌ରେ ଶ୍ରୀଲଙ୍କା ଠାରୁ ୧-୨ରେ ପରାସ୍ତ ହୋଇଥିଲା ଭାରତୀୟ ଦଳ। ଏହାର କାରଣ ଅନ୍ତିମ ଦୁଇ ମ୍ୟାଚ୍‌ ଲାଗି ଟିମ୍‌ ଇଣ୍ଡିଆ ପାଖରେ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନଙ୍କ ଘୋର ଅଭାବ ଥିଲା। ଭାରତୀୟ ଦଳର କ୍ୟାମ୍ପରେ କ୍ରୁନାଲ ପାଣ୍ଡ୍ୟା କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ସଂଶ୍ପର୍ସରେ ଆସିଥିବା ୮ ଖେଳାଳିଙ୍କୁ ରଖାଯାଇଥିଲା ଆଇସୋଲେଶନରେ। ଫଳରେ ଟିମ୍‌ ଇଣ୍ଡିଆକୁ ମାତ୍ର ୫ ବ୍ୟାଟ୍ସମ୍ୟାନଙ୍କ ସହ ଖେଳିବାକୁ ପଡ଼ିଥିଲା, ଯାହାକି ସାଜିଥିଲା ପରାଜୟର କାରଣ।

କନ୍ତୁ ସାମ୍ନାକୁ ଆସିଥିବା ନୂଆ ତଥ୍ୟ ଅନୁଯାୟୀ ବିସିସିଆଇ ମେଡିକାଲ ଅଫିସରଙ୍କ ତ୍ରୁଟି କାରଣରୁ ଟିମ୍‌ ଇଣ୍ଡିଆକୁ ଏଭଳି ଦଷା ଭୋଗିବାକୁ ପଡ଼ିଥିଲା। ଜୁଲାଇ ୨୬ ତାରିଖରେ କ୍ରୁନାଲଙ୍କ ଠାରେ ଦେଖା ଦେଇଥିଲା ତଣ୍ଟି ଦରଜ ଭଳି କରୋନାର ଲକ୍ଷଣ। ଏ ସମ୍ପର୍କରେ ସେ ତୁରନ୍ତ ଜଣାଇଥିଲେ ବିସିସିଆଇର ମେଡିକାଲ ଅଧିକାରୀ ଅଭିଜିତ୍‌ ସାଲଭୀଙ୍କୁ। ତୁରନ୍ତ କ୍ରୁନାଲଙ୍କ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ (ଆରଏଟି) କରାଯିବା ସହ ଆଇସୋଲେଶନରେ ରଖାଯିବା କଥା। କିନ୍ତୁ ସେଭଳି କିଛି କରି ନ ଥିଲେ ଭାରତୀୟ ଦଳ ସହ ଯାଇଥିବା ଡାକ୍ତର ସାଲଭୀ।

କ୍ରୁନାଲଙ୍କ ଠାରେ କରୋନା ଲକ୍ଷଣ ଦେଖାଯାଉଥିବା ବେଳେ ତାଙ୍କୁ ଦଳର ଅନ୍ୟ ଖେଳାଳିଙ୍କ ସହ ବୈଠକରେ ବସିବାକୁ ଅନୁମତି ଦେଇଥିଲେ। ୨୭ ତାରିଖରେ ଅଲରାଉଣ୍ଡରଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ମିଳିଥିଲା ମଧ୍ୟାହ୍ନରେ। ଏଥି ଯୋଗୁ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ୍‌ ଟି୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌କୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ କ୍ରୁନାଲଙ୍କ ବ୍ୟତୀତ ଅନ୍ୟ କାହାରି ରିପୋର୍ଟ ପଜିଟିଭ ଆସି ନ ଥିଲା। ମାତ୍ର ଦଳ ଶ୍ରୀଲଙ୍କା ଛାଡ଼ିବା ପୂର୍ବରୁ କ୍ରିଷ୍ଣପ୍ପା ଗୋଥମ ଓ ୟୁଜବେନ୍ଦ୍ର ଚହଲ ପଜିଟିଭ ଚିହ୍ନଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବିନାଶଙ୍କୁ ସ୍ନୁକର, ବରୁଣଙ୍କୁ ବିଲିୟାର୍ଡସ ଟାଇଟଲ୍‌

କଟକ ଅଫିସ,୧୯ା୧୧- କଟକ କ୍ଲବଠାରେ ବିଲିୟାର୍ଡସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଓ ଓଡ଼ିଶା ମାଇନିଂ କର୍ପୋରେଶନର ମିଳିତ ଆନୁକୂଲ୍ୟରେ ୨୬ତମ ଅଲ ଓଡ଼ିଶା...

ଅଜୟ,ସୌରଭ, ଲକ୍ଷ୍ୟଙ୍କ ବିଜୟ ଅଭିଯାନ

ନୂଆଦିଲ୍ଲୀ,୩।୭(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ, ସୌରଭ ବର୍ମା ଓ ଲକ୍ଷ୍ୟ ସେନ ଏଠାରେ ଚାଲିଥିବା କାନାଡା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ବିଜୟ...

କୋପା ଆମେରିକା ଫୁଟବଲ: ବ୍ରାଜିଲ- ଇକ୍ୱେଡର ମ୍ୟାଚ୍‌ ଡ୍ର

ସାଓ ପାଉଲୋ,୨୯।୬: କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟରେ ରବିବାର ବ୍ରାଜିଲ ଓ ଇକ୍ୱେଡର ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ଗୋଇଆନିଆର...

ଓଡ଼ିଶା ଟ୍ରେନ ଦୁର୍ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ କୋହଲି

ନୂଆଦିଲ୍ଲୀ,୩।୬: ଶୁକ୍ରବାର ଓଡ଼ିଶାର ବାଲେଶ୍ୱରଠାରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାକୁ ନେଇ...

ସଚିନଙ୍କ ପୁଅଙ୍କ ଭାଗ୍ୟ ଖୋଲିଲା

ମୁମ୍ବାଇ,୩୦,୧୨: ବିଶ୍ୱ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଭାଗ୍ୟ ଖୋଲିଛି। ଅର୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟର...

ମହିଳା ସପୋର୍ଟ ଷ୍ଟାଫ୍‌ ନିଯୁକ୍ତି ନେଇ ଇଦୁଲଜୀ, ଶାନ୍ତାଙ୍କ ଆପତ୍ତି

ନୂଆଦିଲ୍ଲୀ,୧୯।୧୦(ପି.ଟି.)- କ୍ରିକେଟ ପ୍ରଶାସକ କମିଟି (ସିଓଏ) ସଦସ୍ୟା ଡାଏନା ଇଦୁଲଜୀ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନୂଆ ଆପେକ୍ସ କାଉନ୍‌ସିଲ ସଦସ୍ୟା ଶାନ୍ତା...

ଭାରତରେ ହେବ ୨୦୨୨ ଏଏଫ୍‌ସି ମହିଳା ଏସିଆନ୍‌ କପ

କୁଆଲାଲମ୍ପୁର,୧୯।୨(ପି.ଟି.)- ଭାରତରେ ୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଦେଶରେ ମହିଳା ଫୁଟବଲର ପ୍ରସାର କରିବା ପାଇଁ ଏହି ଇଭେଣ୍ଟର...

ରାଇଡର୍ସଙ୍କ ନାମରେ ପୁରା ନାଇଟ୍‌

ଦୁବାଇ, ୩ା୧୦: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୬ ଉଇକେଟରେ ହରାଇ ଦେଇଛି। ଟସ୍‌ ଛାଡ଼ି ଦେଲେ...

Advertisement
Archives

Model This Week