Posted inଖେଳ

ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ବିସିସିଆଇ କହିନି: ଇସିବି

ନୂଆଦିଲ୍ଲୀ,୨୨।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କୋଭିଡ୍‌-୧୯ କାରଣରୁ ସସ୍‌ପେଣ୍ଡ ହୋଇଛି। ଏହି ଲିଗ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ପର୍ଯ୍ୟନ୍ତ କିଛି ପଦକ୍ଷେପ ଗ୍ରହଣ କରିନାହିଁ। ଇଂଲଣ୍ଡରେ ଭାରତ ଏକ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ତେବେ ଆଇପିଏଲକୁ ସମ୍ପୂର୍ଣ୍ଣ କରିବାକୁ ବିସିସିଆଇ ଏହି ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରିବାକୁ ଆନୁଷ୍ଠାନିକ ଭାବେ କହିନାହିଁ ବୋଲି ଶୁକ୍ରବାର ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସ୍ପଷ୍ଟ କରିଛି।
ଆଇପିଏଲ୍‌ର ବାକିଥିବା ୩୧ଟି ମ୍ୟାଚ୍‌ ଆୟୋଜନ କରିବାକୁ ବିସିସିଆଇ ଅଗଷ୍ଟ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟକୁ ଗୋଟିଏ ସପ୍ତାହ ଘୁଞ୍ଚାଇବାକୁ ଇସିବିକୁ କହିବ ବୋଲି ବ୍ରିଟିଶ ଗଣମାଧ୍ୟମଗୁଡିକ ରିପୋର୍ଟ ପ୍ରକାଶ କରିଛନ୍ତି। କିନ୍ତୁ ଏହି ରିପୋର୍ଟକୁ ଇସିବି ଅସ୍ବୀକାର କରିଛି। ବିସିସିଆଇ ଟେଷ୍ଟ ସିରିଜ କାର୍ଯ୍ୟସୂଚୀରେ ପରିବର୍ତ୍ତନ ପାଇଁ ଆନୁଷ୍ଠାନିକ ଭାବେ ଅନୁରୋଧ କରିନାହିଁ ବୋଲି ଇସିବି ମୁଖପାତ୍ର କହିଛନ୍ତି। ଯଦି ଆଇପିଏଲ୍‌ ସମ୍ପୂର୍ଣ୍ଣ ନ ହୁଏ ତେବେ ବିସିସିଆଇ ୨୫୦୦ କୋଟି ଟଙ୍କା ରାଜସ୍ବ ହରାଇବ। ଆଇପିଏଲ୍‌ ବାୟୋ ବବଲରେ କେତେଜଣ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ କୋଭିଡ୍‌-୧୯ ପଜିଟିଭ ଜଣାପଡିବା ପରେ ଲିଗ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସସ୍‌ପେଣ୍ଡ କରାଯାଇଛି।
ଆଇପିଏଲ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ବିସିସିଆଇ ବିଭିନ୍ନ ବିକଳ୍ପ ନେଇ ଯୋଜନା ପ୍ରସ୍ତୁତ କରୁଛି ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପଞ୍ଚମ ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟସୂଚୀ ପରିବର୍ତ୍ତନ ପାଇଁ ବିସିସିଆଇ ଅନୁରୋଧ କଲେ ଇସିବି ଏ ନେଇ ପଦକ୍ଷେପ ନେଇପାରେ। ‘ଦି ହଣ୍ଡ୍ରେଡ’ ଟୁର୍ନାମେଣ୍ଟ ଓ ପାକିସ୍ତାନ ବିପକ୍ଷ ସୀମିତ ଓଭର ସିରିଜ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଓ୍ବିଣ୍ଡୋ ପାଇଁ ନିଶ୍ଚିତ ଭାବେ ସମସ୍ୟା ରହିଛି। ଜୁଲାଇ ୮ରୁ ୨୦ ତାରିଖ ମଧ୍ୟରେ ପାକିସ୍ତାନ ୩ଟି ଲେଖାଏ ଟି୨୦ ଓ ଦିନିକଆ ମ୍ୟାଚ୍‌ ଇଂଲଣ୍ଡରେ ଖେଳିବ। ବର୍ତ୍ତମାନ ଇଂଲଣ୍ଡରେ ଆଇପିଏଲର ବାକି ମ୍ୟାଚ୍‌ ଆୟୋଜନ ହେବ କିମ୍ବା ‘ଦି ହଣ୍ଡ୍ରେଡ୍‌’ରେ ଭାରତୀୟ କ୍ରିକେଟର ସାମିଲ ହେବେ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri