ବଢ଼ି ଚାଲିଛି କି ବ୍ୟାଙ୍କର ମନମାନି? ଘରେ ବସି ଏଭଳି କରନ୍ତୁ RBI ନିକଟରେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ବ୍ୟାଙ୍କ ମନମାନି କରିବା ସାଧାରଣ କଥା। କାରଣ ପ୍ରତ୍ୟେହ ସୋସିଆଲ ମିଡିଆରେ ହଜାର ହଜାର ଅଭିଯୋଗ ଦେଖଇବାକୁ ମିଳିଥାଏ। ଯେପରିକି ବ୍ୟାଙ୍କ ଲୋକଙ୍କ କଥା ଶୁଣୁନାହିଁ। ଯେଉଁ କାମ ଆଜି ହୋଇପାରୁଥିଲା, ତାକୁ କାଲିକୁ ଘୁଞ୍ଚାଇ ଦିଆଯାଉଛି। ଅଯଥା ଚାର୍ଜ କାଟି ଦିଆଯାଉଛି। ଅନେକ କ୍ଷେତ୍ରରେ ଯେଉଁ ସେବା ମାଗଣାରେ ମିଳିବା କଥା, ସେଥିଲାଗି ଟଙ୍କା ଆଦାୟ କରାଯାଉଛି।

ଯଦି ଆପଣ ମଧ୍ୟ ଏଭଳି ସମସ୍ୟାରେ ପଡ଼ୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ କାମରେ ଲାଗିବ। ଏବେ ଆପଣ ସିଧାସଳଖ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନିକଟରେ ଶିକାୟତ୍ କରି ନିଜର ଅଧିକାର ରକ୍ଷା କରିପାରିବେ।RBI ନିକଟରେ ଶିକାୟତ୍ କରିବାର ସହଜ ଉପାୟRBI ଗ୍ରାହକମାନଙ୍କ ପାଇଁ ଏକ ବିଶେଷ ଅନଲାଇନ୍ ପୋର୍ଟାଲ୍ ତିଆରି କରିଛି – https://cms.rbi.org.in। ଏଠାରେ ବ୍ୟାଙ୍କ୍ ସମ୍ପର୍କିତ ଯେ କୌଣସି ଅଭିଯୋଗ ଅତି ସହଜରେ ଦାଖଲ କରାଯାଇପାରିବ। ବ୍ୟାଙ୍କ୍ ଯଦି ଆପଣଙ୍କ ଅଭିଯୋଗ ଶୁଣୁନାହିଁ କିମ୍ବା ମନମାନି ଚାର୍ଜ କାଟୁଛି, ତେବେ RBI ହସ୍ତକ୍ଷେପ କରି ଆପଣଙ୍କ ସମସ୍ୟାର ସମାଧାନ କରିଥାଏ।ଅନଲାଇନ୍‌ରେ ଅଭିଯୋଗ କରିବାର ଷ୍ଟେପ୍-ବାଇ-ଷ୍ଟେପ୍ ପ୍ରକ୍ରିୟା

  1. ଯାଆନ୍ତୁ https://cms.rbi.org.in
  2. “File a Complaint” ଉପରେ କ୍ଲିକ୍ କରନ୍ତୁ
  3. ଦେଖାଇଥିବା କ୍ୟାପ୍ଚା ଭରନ୍ତୁ
  4. ନିଜର ନାମ ଓ ମୋବାଇଲ୍ ନମ୍ବର ଦିଅନ୍ତୁ, OTP ଭରନ୍ତୁ
  5. ଯେଉଁ ବ୍ୟାଙ୍କ୍ ବିରୁଦ୍ଧରେ ଅଭିଯୋଗ, ତା’ର ନାମ ଓ ପୁରା ବିବରଣୀ ଲେଖନ୍ତୁ
  6. ଦରକାର ପଡ଼ିଲେ କ୍ଷତିପୂରଣ (compensation) ମଧ୍ୟ ଦାବି କରିପାରିବେ
  7. “Review and Submit” କ୍ଲିକ୍ କରନ୍ତୁ
  8. ସବମିଟ୍ ପରେ ଆପଣଙ୍କୁ ଏକ କମ୍ପ୍ଲେଣ୍ଟ ନମ୍ବର ମିଳିବ, ଯାହାଦ୍ୱାରା ଷ୍ଟାଟସ୍ ଟ୍ରାକ୍ କରିହେବ

ଅଫଲାଇନ୍‌ରେ ଅଭିଯୋଗ କରିବାକୁ ଚାହୁଁଛନ୍ତି?
ଅଭିଯୋଗ ଏକ ଚିଠିରେ ଲେଖି, ସବୁ ବିବରଣୀ ଓ ନିଜ ଦସ୍ତଖତ ସହ ନିମ୍ନଲିଖିତ ଠିକଣାକୁ ପଠାନ୍ତୁ :
Centralised Receipt and Processing Centre
Reserve Bank of India
4th Floor, Sector 17
Chandigarh – 160017
ଏବେ ଆଉ ବ୍ୟାଙ୍କ୍‌ର ମନମାନି ସହିବାକୁ ପଡ଼ିବ ନାହିଁ। ସିଧା RBI ନିକଟରେ ଅଭିଯୋଗ କରନ୍ତୁ ଏବଂ ନିଜର ଅଧିକାର ଓ ଟଙ୍କା ଫେରସ୍ତ ପାଆନ୍ତୁ!


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?