କାଳବୈଶାଖୀରେ ଭାଙ୍ଗିଲା ପତିତପାବନ ବାନା ବାଉଁଶ

ପୁରୀ ଅଫିସ, ୧୨।୫:କାଳବୈଶାଖୀ ବର୍ଷାର ପ୍ରଭାବ ମଙ୍ଗଳବାର ପୁରୀରେ ଦେଖିବାକୁ ମଳିଛି। କାଳବୈଶାଖୀ ତାଣ୍ଡବ ଯୋଗୁ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାର ବାଉଁଶ ଭାଙ୍ଗିଯାଇଥିଲା, ଯାହାଫଳରେ ପତିତପାବନ ବାନା ଅଧା ନଇଁ ଯାଇଥିଲା। ମଙ୍ଗଳବାର ମଧ୍ୟାହ୍ନରେ ହଠାତ୍‌ ପୁରୀ ସହର କଳା ବାଦଲରେ ଛାଇ ହୋଇଯାଇଥିଲା। କିଛି ସମୟ ପରେ ପ୍ରବଳ ବେଗରେ ପବନ ସହ ବର୍ଷା ହୋଇଥିଲା। ପବନର ବେଗ ତୀବ୍ର ଥିବାରୁ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାର ବାଉଁଶ ଭାଙ୍ଗିଯାଇଥିଲା। ମାତ୍ର ଅଧାଭଙ୍ଗା ଅବସ୍ଥାରେ ନୀଳଚକ୍ରରେ ଲାଗିରହିଥିଲା। ଦୀର୍ଘ ଏକ ଘଣ୍ଟା ଧରି ବର୍ଷା ହେବା ଫଳରେ ପୁରୀ ବଡ଼ଦାଣ୍ଡ ସମେତ ସାହିଗଳି କନ୍ଦି ଜଳମୟ ହୋଇଥିଲା। ତେବେ ପତିତପାବନ ବାନା ଉଡ଼ି ନ ଥିବାରୁ ଏବଂ ନୀଳଚକ୍ର ସହ ଲାଗିରହିଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ଅସୁବିଧା ହୋଇ ନ ଥିଲା। ବର୍ଷା କମିବା ପରେ ଚୂନରା ସେବାୟତଙ୍କ ପକ୍ଷରୁ ନଇଁଯାଇଥିବା ବାଉଁଶକୁ ପୁଣି ନୀଳଚକ୍ରରେ ବନ୍ଧାଯାଇଥିଲା। ତେବେ ମହାମାରୀ କରୋନା ସମୟରେ ଏପରି ଅଘଟଣ ଘଟିଥିବାରୁ ଆଗକୁ କିଛି ବିପତ୍ତି ଆସୁଛି ବୋଲି ଜନସାଧାରଣ ଆଶଙ୍କାରେ କହିଛିନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହଜାରେ ଲିଟର ପୋଚ ନଷ୍ଟ, ଭାଟି ସିଲ

ପାତ୍ରପୁର,୨୦ା୪(ଡି.ଏନ୍‌.ଏ.)- ଲକ୍‌ଡାଉନରେ ମଦଦୋକାନ ବନ୍ଦ ଥିବାବେଳେ ଦେଶୀମଦ କାରବାର ବୃଦ୍ଧି ପାଇଛି। ଭାଟି ମାନଙ୍କରେ ମଦ ତିଆରି କରି ମାଲାମାଲ୍‌ ହେଉଛନ୍ତି ମାଫିଆ। ଜରଡା ଥାନା...

ଗଞ୍ଜାମରେ ଆଉ ଜଣେ କରୋନା ଆକ୍ରାନ୍ତ ମୃତ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଉ ଜଣେ ୫୫ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ସମ୍ପର୍କରେ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ସମନ୍ବୟ ଅଭାବରୁ ସମସ୍ୟାରେ ସହରବାସୀ

ଢେଙ୍କାନାଳ,୧୩।୯(ରତନ ନାୟାର): ଢେଙ୍କାନାଳ ପୂର୍ତ୍ତ ବିଭାଗ ଓ ପୌରସଂସ୍ଥା ମଧ୍ୟରେ ଉପଯୁକ୍ତ ସମନ୍ବୟ ନାହିଁ। ଯେଉଁଥିପାଇଁ ଢେଙ୍କାନାଳ ସହର ଗଣେଶ ବଜାରଠାରୁ ରଥଗଡା ପର୍ଯ୍ୟନ୍ତ ରାସ୍ତାକୁ...

ଚୈତ୍ରରେ ଜଳ ସଙ୍କଟ

କର୍ଲାମୁଣ୍ଡା: ୧୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚୈତ୍ର ମାସ ନ ସରୁଣୁ ପାନୀୟ ଜଳ ସଙ୍କଟ ଦେଖା ଦେଇଛି। ବ୍ଲକରେ ଥିବା ଉତେଇ ନଦୀରେ...

ସାପ୍ତାହିକ ହାଟ ସ୍ଥାନାନ୍ତର

ବଇଣ୍ଡା, ୧୨।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡାର ରବିବାର ହେଉଥିବା ସାପ୍ତାହିକ ହାଟକୁ ପୋଲିସ ପ୍ରଶାସନ ପକ୍ଷରୁ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଏକ ଖୋଲା ପଡିଆକୁ ସ୍ଥାନାନ୍ତର...

ସ୍ନେହଲତା ଗଣବଳତ୍କାର, ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ସାବିତ୍ରୀବାଇ ଫୁଲେ ମହିଳା ସଙ୍ଗଠନ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ, ୧୧ା୬(ଡି.ଏନ୍‌.ଏ.) ସ୍ନେହଲତା ଛତ୍ରିଆ ଗଣବଳତ୍କାର ଓ ହତ୍ୟା ଘଟଣାକୁ ପାଞ୍ଚ ବର୍ଷ ପୂରଛି। ହେଲେ ଅଦ୍ୟାବଧି ପୀଡିତ ପରିବାରକୁ ନ୍ୟାୟ ମିଳିନାହିଁ। ଘଟଣାର...

କ୍ବାକଙ୍କ ୫ଟି କ୍ଲିନିକ୍‌କୁ ସିଲ୍‌ କଲା ପ୍ରଶାସନ

ବୁଗୁଡ଼ା,୨୯।୫(ଡି.ଏନ୍‌.ଏ): ବେଆଇନ ଭାବେ ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଳା ବୁଗୁଡ଼ା ଅଞ୍ଚଳରେ କ୍ବାକମାନେ ବିଭିନ୍ନ ସ୍ଥାନରେ ନିଜେ ନିଜେ କ୍ଲିନିକ ଖୋଲି ଚିକିତ୍ସା କରିଆସୁଥିଲେ।...

ପୁଅକୁ ମାରି ବାପାଙ୍କ ଆତ୍ମହତ୍ୟା

ନୂଆପଡ଼ା ଅଫିସ/ ଖଡିଆଳ,୨୫।୬(ଡି.ଏନ.ଏ.): ନୂଆପଡ଼ା ଜିଲା ଧରମବନ୍ଧା ଥାନା ଅନ୍ତର୍ଗତ ଫୋକଟପ ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ପୁଅକୁ ଟାଙ୍ଗିଆରେ ହାଣି...

Advertisement
Archives

Model This Week