Posted inଖେଳ

ବଜରଙ୍ଗ ପଦକ ଶୂନ୍ୟ

ହାଙ୍ଗ୍‌ଝୋ, ୭ା୧୦ (ପି.ଟି.): ସିଲେକ୍ସନ ଟ୍ରାଏଲ୍‌ ବିନା ଏସିଆନ ଗେମ୍ସରେ ଭାଗ ନେଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଏସିଆନ ଗେମ୍ସରୁ ବିନା ପଦକରେ ଲଜ୍ଜାଜନକ ବିଦାୟ ନେବାକୁ ପଡ଼ିଛି। ଅନ୍ୟପକ୍ଷରେ ପ୍ରତିଭାସମ୍ପନ୍ନ ଅମନ ଶେରାଓ୍ବତଙ୍କ ସମେତ ଅନ୍ୟ ୩ ଭାରତୀୟ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଛନ୍ତି। ଚଳିତବର୍ଷ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନରେ ବହୁ ସମୟ ବ୍ୟୟ କରିଥିବା ବଜରଙ୍ଗ ଦୁଇଟି ବିଜୟ ସହ ଭଲ ଆରମ୍ଭ କରିଥିଲେ। ମାତ୍ର ଇରାନର ରହମନ ଆମୋଜାଦଖାଲିଲି ଓ ଜାପାନର କାଇକି ୟାମାଗୁଚିଙ୍କଠାରୁ ପରାଜିତ ହୋଇଯାଇଥିଲେ। ସୂଚନାଯୋଗ୍ୟ, ବିଶାଳ କାଲିରମନ ଏସିଆନ ଗେମ୍ସ ଟ୍ରାଏଲ୍ସ ଜିତିଥିଲେ। ଭୂପିନ୍ଦର ସିଂ ବାଜଓ୍ବାଙ୍କ ନେତୃତ୍ୱରେ ଭାରତୀୟ ଅଲିମ୍ପିକ ଆାସୋସିଶନ (ଆଇଓଏ) ଆଡହକ୍‌ କମିଟି କିନ୍ତୁ ବଜରଙ୍ଗଙ୍କୁ ସିଧାସଳଖ ଏଣ୍ଟ୍ରି ଦେଇଥିଲେ। ତାଙ୍କର ଏହି ନିଷ୍ପତ୍ତି କୁସ୍ତି ମହଲରେ ସମାଲୋଚିତ ହୋଇଥିଲା। ବାଜଓ୍ବାଙ୍କ ନେତୃତ୍ୱାଧୀନ ପ୍ୟାନେଲର ନିଷ୍ପତ୍ତି ଭୁଲ ଥିଲା ବୋଲି ପ୍ରମାଣିତ ହୋଇଥିଲା। ବିକ୍ଷୋଭରେ ସାମିଲଥିବା ଅନ୍ୟ ଜଣାଶୁଣା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ମଧ୍ୟ ଟ୍ରାଏଲ୍ସରୁ ଛାଡ଼ ମିଳିଥିଲା। ମାତ୍ର ସେ ଆଘାତପ୍ରାପ୍ତ ହେବାରୁ ତାଙ୍କ ସ୍ଥାନରେ ଭାଗ ନେଇଥିବା ଅନ୍ତିମ ପଙ୍ଗାଲ ବ୍ରୋଞ୍ଜ ଜତିବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି।...

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା

କେପଟାଉନ୍‌,୩୦।୪: ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି। ଆଫ୍ରିକା ଆଡେନ୍‌ ମାର୍କ୍ରାମଙ୍କୁ ଅଧିନାୟକ କରିଛି। ଆଜିକାଲି ମାର୍କାମ ଆଇପିଏଲ ୨୦୨୪ ରେ...

ବେବି ଆସିବେ…ଭାଇରାଲ ହେଲା ସାକ୍ଷିଙ୍କ ଇନଷ୍ଟା ଷ୍ଟୋରୀ

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚ ସମୟରେ ଏମଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri