ହାଙ୍ଗ୍ଝୋ, ୭ା୧୦ (ପି.ଟି.): ସିଲେକ୍ସନ ଟ୍ରାଏଲ୍ ବିନା ଏସିଆନ ଗେମ୍ସରେ ଭାଗ ନେଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ଏସିଆନ ଗେମ୍ସରୁ ବିନା ପଦକରେ ଲଜ୍ଜାଜନକ ବିଦାୟ ନେବାକୁ ପଡ଼ିଛି। ଅନ୍ୟପକ୍ଷରେ ପ୍ରତିଭାସମ୍ପନ୍ନ ଅମନ ଶେରାଓ୍ବତଙ୍କ ସମେତ ଅନ୍ୟ ୩ ଭାରତୀୟ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଛନ୍ତି। ଚଳିତବର୍ଷ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନରେ ବହୁ ସମୟ ବ୍ୟୟ କରିଥିବା ବଜରଙ୍ଗ ଦୁଇଟି ବିଜୟ ସହ ଭଲ ଆରମ୍ଭ କରିଥିଲେ। ମାତ୍ର ଇରାନର ରହମନ ଆମୋଜାଦଖାଲିଲି ଓ ଜାପାନର କାଇକି ୟାମାଗୁଚିଙ୍କଠାରୁ ପରାଜିତ ହୋଇଯାଇଥିଲେ। ସୂଚନାଯୋଗ୍ୟ, ବିଶାଳ କାଲିରମନ ଏସିଆନ ଗେମ୍ସ ଟ୍ରାଏଲ୍ସ ଜିତିଥିଲେ। ଭୂପିନ୍ଦର ସିଂ ବାଜଓ୍ବାଙ୍କ ନେତୃତ୍ୱରେ ଭାରତୀୟ ଅଲିମ୍ପିକ ଆାସୋସିଶନ (ଆଇଓଏ) ଆଡହକ୍ କମିଟି କିନ୍ତୁ ବଜରଙ୍ଗଙ୍କୁ ସିଧାସଳଖ ଏଣ୍ଟ୍ରି ଦେଇଥିଲେ। ତାଙ୍କର ଏହି ନିଷ୍ପତ୍ତି କୁସ୍ତି ମହଲରେ ସମାଲୋଚିତ ହୋଇଥିଲା। ବାଜଓ୍ବାଙ୍କ ନେତୃତ୍ୱାଧୀନ ପ୍ୟାନେଲର ନିଷ୍ପତ୍ତି ଭୁଲ ଥିଲା ବୋଲି ପ୍ରମାଣିତ ହୋଇଥିଲା। ବିକ୍ଷୋଭରେ ସାମିଲଥିବା ଅନ୍ୟ ଜଣାଶୁଣା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ମଧ୍ୟ ଟ୍ରାଏଲ୍ସରୁ ଛାଡ଼ ମିଳିଥିଲା। ମାତ୍ର ସେ ଆଘାତପ୍ରାପ୍ତ ହେବାରୁ ତାଙ୍କ ସ୍ଥାନରେ ଭାଗ ନେଇଥିବା ଅନ୍ତିମ ପଙ୍ଗାଲ ବ୍ରୋଞ୍ଜ ଜତିବାରେ ସଫଳ ହୋଇଛନ୍ତି।
ବାଇକ୍କୁ ଧକ୍କା ଦେଲା ଟ୍ରକ୍: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ
ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…
୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍ରେ….
ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍ । ୱାର୍ଲ୍ଡ ଚାମ୍ପିୟନଶିପ୍ ଅଫ୍ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…
ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା
ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…
ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…
ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…
ଦୀପ ଜାଳି କ୍ୟାପ୍ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର
ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…
ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍ ମିସ୍ତ୍ରୀ
ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…
କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…
ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ
ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

