Posted inଖେଳ

ପ୍ରଥମ ଥର ୧୦୦ ପଦକ ଛୁଇଁବ ଭାରତ

ହାଙ୍ଗଝୋ, ୭।୧୦ (ପି.ଟି.): ଚଳିତ ଏସିଆନ ଗେମ୍ସରେ ଭାରତ ଐତିହାସିକ ସଫଳତା ହାସଲ କରିବାକୁ ଯାଉଛି। ପ୍ରଥମଥର ପାଇଁ ଭାରତ ପଦକ ସଂଖ୍ୟାରେ ଶତକ ସ୍ପର୍ଶ କରିବା ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଭାରତୀୟ ରେସଲରମାନେ ୩ ପଦକ ଜିତିଥିବାବେଳେ ସିପକ୍‌ଟାକ୍ରରୁ ପ୍ରଥମଥର ପାଇଁ ବ୍ରୋଞ୍ଜ ପଦକ ଆସିଛି। ଭାରତୀୟ ପୁରୁଷ ହକି ଦଳ ପ୍ରତୀକ୍ଷାର ଅବସାନ ଘଟାଇ ସ୍ବର୍ଣ୍ଣିମ ସଫଳତା ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତ ୨୨ ସ୍ବର୍ଣ୍ଣ, ୩୪ ରୌପ୍ୟ ଓ ୩୯ ବ୍ରୋଞ୍ଜ ସହିତ ୯୫ଟି ପଦକ ହାସଲ କରିସାରିଛି। ଏହା ବ୍ୟତୀତ କବାଡ଼ିରେ ୨ଟି, ଆର୍ଚେରୀରେ ୩ଟି, ହକି, ବ୍ୟାଡ୍‌ମିଣ୍ଟନ ଓ କ୍ରିକେଟରୁ ଗୋଟିଏ ଲେଖାଏ ଏହିପରି ଆଉ ୬ଟି ପଦକ ପାଇବା ନିଶ୍ଚିତ ହୋଇଛି। ତେଣୁ ଶନିବାର ଭାରତ ଗେମ୍ସ ଇତିହାସରେ ପ୍ରଥମଥର ପାଇଁ ପଦକରେ ଶତକ ପୂରଣ କରିବାକୁ ଯାଉଛି। ପ୍ରତିଯୋଗିତାର ଅନ୍ତିମ ଦିବସରେ ୪ ରେସଲର ପ୍ରତିଦ୍ୱନ୍ଦ୍ୱିତା କରିବେ। ତେଣୁ ପଦକ ସଂଖ୍ୟା ବଢ଼ିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଇଣ୍ଡୋନେସିଆରେ ଅନୁଷ୍ଠିତ ପ୍ରତିଯୋଗିତାର ଗତ ସଂସ୍କରଣରେ ଭାରତ ୭୦ଟି ପଦକ ପାଇଥିଲା। ଏହା ମଧ୍ୟରେ ୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ ଓ ୩୧ ବ୍ରୋଞ୍ଜ ସାମିଲ ଥିଲା। ଏହା ଏସିଆନ ଗେମ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଥର ଏହାକୁ ଅନେକ ପଛରେ ପକାଇ ସାରିଛନ୍ତି ଭାରତୀୟ ପ୍ରତିଯୋଗୀ। ଚଳିତ ସଂସ୍କରଣରେ କେବଳ ଶୁଟରମାନେ ୨୨ଟି ଓ ଆଥଲେଟିକ୍ସ ଫିଲ୍ଡରୁ ୨୯ ପଦକ ଆସିଛି। ଏମାନେ ୫୧ ପଦକ ହାସଲ କରିବାରୁ ଭାରତ ଗତ ବୁଧବାର ଶ୍ରେଷ୍ଠ ସଫଳତାର ମ୍ୟାଜିକ ସଂଖ୍ୟାକୁ ଅତିକ୍ରମ କରି ଯାଇଥିଲା। ଭାରତୀୟ ପ୍ରତିନିଧି ଦଳ ଏଥର ଅନେକ ଇଭେଣ୍ଟରେ ଆଶ୍ଚର୍ଯ୍ୟ କଲାଭଳି ପ୍ରଦର୍ଶନ କରିଥିଲେ। ସୁତୀର୍ଥା ମୁଖାର୍ଜୀ ଓ ଅହିକା ମୁଖାର୍ଜୀ ମହିଳା ଟେବୁଲ ଟେନିସ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଏମାନେ ଶକ୍ତିଶାଳୀ ଚାଇନାକୁ ସେମିଫାଇନାଲରେ ଚକ୍‌ମା ଦେଇଥିଲେ। ସେହିପରି ପାରୁଲ ଚୌଧାରୀ ଅତି ଚମତ୍କାର ପ୍ରଦର୍ଶନ କରି ମହିଳା ୫୦୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ସଂଘର୍ଷପୂର୍ଣ୍ଣ ରେସ୍‌ରେ ସେ ଜାପାନର ରିରିକା ହିରୋନାକାଙ୍କୁ ପଛରେ ପକାଇ ଦେଇଥିଲେ। ଓଡ଼ିଶାର କିଶୋର କୁମାର ଜେନା ୮୬.୭୭ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରି କିଛି ସମୟ ପାଇଁ ସୁପରଷ୍ଟାର ନୀରଜ ଚୋପ୍ରାଙ୍କ ଆଗରେ ରହିଥିଲେ। ଏହା ଚଳିତ ପ୍ରତିଯୋଗିତାର ଅନ୍ୟତମ ଅବିସ୍ମରଣୀୟ ଘଟଣା ଥିଲା। ଶେଷରେ ନୀରଜ ସ୍ବର୍ଣ୍ଣ ଓ କିଶୋର ରୌପ୍ୟ ପଦକ ଜିତିଥିଲେ। ପୁରୁଷ ଡବଲ୍ସ ୧୦୦୦ ମିଟର କାନୋଇଂରେ ଅର୍ଜୁନ ସିଂ ଓ ସୁନୀଲ ସିଂ ସାଲାମଙ୍କ ଐତିହାସିକ ବ୍ରୋଞ୍ଜ, ମିକ୍ସଡ ୩୫ କିମି ରେସ୍‌ ଓ୍ବାକ୍‌ରେ ମଞ୍ଜୁ ରାଣୀଙ୍କ ତୃତୀୟ ସ୍ଥାନ ହାସଲ ଅନ୍ୟ ଗୋଟିଏ ଗୋଟିଏ ଉଦାହରଣ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri