ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୁଆ ହାତୀ ଓ ମା’ ହାତୀକୁ ଦେଖିବାକୁ ମିଳୁଛି। ଛୁଆ ହାତୀଟି ମା’ ହାତୀ ସହ ଯିବା ସମୟରେ ତଳେ ପଡ଼ିଯାଉଛି। ପରେ ମା’ ହାତୀ ଆସି ତାକୁ ଉଠାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Failure is simply the opportunity to begin again…
The first steps of a baby elephant to thousand miles. pic.twitter.com/TP73EplwJR
— Susanta Nanda IFS (Retd) (@susantananda3) October 15, 2021

