ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇଲେ ଅଟୋ ଚାଳକ

ଭଦ୍ରକ,୨ା୨(ସନାତନ ରାଉତ): ଭଦ୍ରକ ପୁରୁଣାବଜାରର ଅଟୋ ଚାଳକ ଏନାୟତ ଖାନ୍‌ ଅଟୋରେ ଛାଡ଼ିଥିବା ଜଣେ ମହିଳା ଯାତ୍ରୀଙ୍କ ସୁନା ଅଳଙ୍କାର ଫେରାଇ ମହାନତା ଦେଖାଇଛନ୍ତି। ଗୁରୁବାର ସେ ବାଇପାସ୍‌ ଅଟୋଷ୍ଟାଣ୍ଡରୁ ଯାତ୍ରୀ ନେଇ ବାଲେଶ୍ୱର ଜିଲା ସୋରକୁ ଯାଇଥିଲେ। ସେଠାରୁ ଫେରିବା ବାଟରେ ସୋର ତଳନଗର ଛକରେ ଜଣେ ମହିଳାଙ୍କ ସହ ଦୁଇଜଣ ଛୋଟ ପିଲାଙ୍କୁ ଜାମୁଝାଡ଼ି ପର୍ଯ୍ୟନ୍ତ ଆଣିଥିଲେ। ଜାମୁଝାଡ଼ିରେ ସେମାନଙ୍କୁ ଓହ୍ଲାଇ ଚରମ୍ପାରେ ପହଞ୍ଚତ୍ବା ପରେ ଅଟୋ ପଛରେ ଏକ ବ୍ୟାଗ୍‌ ଥିବା ଦେଖିଥିଲେ। ତୁରନ୍ତ ସେ ଅଟୋ ନେଇ ଜାମୁଝାଡ଼ିରେ ପହଞ୍ଚତ୍ ବ୍ୟାଗ୍‌ ଛାଡ଼ି ଯାଇଥିବା ମହିଳାଙ୍କୁ ଖୋଜିଥିଲେ। ସେଠାରେ ନ ପାଇବାରୁ ସୋର ତଳନଗର ଯାଇ ମଧ୍ୟ ତାଙ୍କୁ ଖୋଜିଥିଲେ। ମହିଳା ଯାତ୍ରୀଙ୍କୁ ନ ପାଇ ସେ ଏନେଇ ଭଦ୍ରକ ଟାଉନ ଥାନାରେ ଲିଖିତ ଭାବେ ଜଣାଇବା ସହ କିଛି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଥିବା ଉକ୍ତ ବ୍ୟାଗ୍‌କୁ ଜିମା ଦେଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମହିଳା ଯାତ୍ରୀ ସୋର ଥାନା କୃଷ୍ଣନଗରର ଶୁଭସ୍ମିତା ଲେଙ୍କା ଶୁକ୍ରବାର ଭଦ୍ରକ ଟାଉନ ଥାନାରେ ପହଞ୍ଚତ୍ ତାଙ୍କ ବ୍ୟାଗ୍‌ ନେବା ସହ ଏନାୟତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନାୟତଙ୍କ ଏପରି ମହାନ୍‌ କାମକୁ ସମସ୍ତେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

ଅଧରାତିରେ ଭାରତରେ ଭୂକମ୍ପ ଝଟ୍‌କା: ୨ ରାଜ୍ୟକୁ ଦୋହଲାଇଦେଲା…

ନୂଆଦିଲ୍‌ଲୀ,୪।୧୦: ଭାରତ, ଇଣ୍ଡୋନେସିଆ ଏବଂ ମିଆଁମାରର ଅନେକ ସହରରେ ଗତ ବିଳମ୍ୱିତ ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ…

୧୦ରେ ସିଜେପିର ଦିଲ୍ଲୀ ବିକ୍ଷୋଭ

ନୂଆଦିଲ୍ଲୀ,୪ା୧୦(ପି.ଟି.): ମୁଖ୍ୟ ନିର୍ୱାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଯଦି ଇସ୍ତଫା ନ ଦିଅନ୍ତି, କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ଅକ୍ଟୋବର ୧୦ରେ ନୂଆଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?