Posted inଖେଳ

ଆଉଟ୍‌ କରିବା ପରେ ସଚିନ୍‌ଙ୍କୁ ଅଟୋଗ୍ରାଫ୍‌ ମାଗିଥିଲେ ଏହି ବୋଲର୍‌; ଆଉ ଏଭଳି ଘଟିବ ନାହିଁ ବାର୍ତ୍ତା ଦେଖି..

ନୂଆଦିଲ୍ଲୀ,୨୧।୯: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍‌କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ସଚିନ୍‌ ଜଣେ ଖେଳାଳିଙ୍କୁ ନିଜର ଏକ ଅଟୋଗ୍ରାଫ ଦେଇଥିଲେ। ଅଟୋଗ୍ରାଫ ଦେବା ସମୟରେ ସଚିନ ଏଭଳି କଥା ଲେଖିଥିଲେ ଯାହା ଉକ୍ତ ଖେଳାଳିଙ୍କୁ ଚକିତ କରିଥିଲା।

ଘଟଣାଟି ଏପରି। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଏକଦୀବସୀୟ ସିରିଜ୍‌ର ତୃତୀୟ ମ୍ୟାଚ୍‌ ଖେଳାଯାଉଥିଲା। ଏଥିରେ ଅଷ୍ଟ୍ରେଲିୟା ଭାରତକୁ ୨୯୧ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ସଚିନ ଗମ୍ଭୀରଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ୨୭ ଓଭରରେ ଅଷ୍ଟ୍ରେଲିୟ ବୋଲର୍‌ ବ୍ରାଡ୍‌ ହଗ୍‌ ତାଙ୍କୁ ଆଉଟ୍‌ କରି ଦେଇଥିଲେ। ହେଲେ ମ୍ୟାଚ୍‌ ପରେ ସେ ସଚିନଙ୍କ ଅଟୋଗ୍ରାଫ ନେବା ପାଇଁ ଯାଇଥିଲେ। ସଚିନ ବେଶ୍‌ ଖୁସି ହୋଇ ସରଳତାର ସହ ଅଟୋଗ୍ରାଫ ଦେଇଥିଲେ। ଏଥିରେ ଏକ ବାର୍ତ୍ତା ଥିଲା। ‘ଆଉ କେବେ ଏଭଳି ଘଟିବ ନାହିଁ ହଗ୍‌’ବୋଲି କାଗଜରେ ଲେଖାଯାଇଥିଲା। ପରବର୍ତ୍ତୀ ସମୟରେ ତାହା ହିଁ ହୋଇଥିଲା। ହଗ୍‌ ଆଉ କେବେ ସଚିନଙ୍କୁ ଆଉଟ୍‌ କରିପାରି ନ ଥିଲେ। ମାତ୍ର ଆଜି ବି ସେ ଉକ୍ତ ଅଟୋଗ୍ରାଫକୁ ସାଇତି ରଖିଛନ୍ତି।

ଏକ ସାକ୍ଷାତକାରରେ ହଗ୍‌ ନିଜ ସ୍ମୃତି ବଖାଣିଥିଲେ। ସଚିନଙ୍କ ବିପକ୍ଷରେ ଖେଳିବା ସମ୍ମାନର କଥା। ତାଙ୍କୁ ବୋଲିଂ କରିବା ସୁଖଦାୟକ ଅନୁଭବ। ଉକ୍ତ ମ୍ୟାଚ୍‌ ସହ ଜଡ଼ିତ ଏହି ସ୍ମୃତି ତାଙ୍କୁ ସବୁବେଳେ ମନେ ରହିବ ବୋଲି ହଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଜଙ୍ଗଲରୁ ମିଳିଲା ଯୁବତୀଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ଆତ୍ମହତ୍ୟା ନା ହତ୍ୟା ବଢିଲା ସସ୍‌ପେନ୍ସ

ପଟ୍ଟାଙ୍ଗି,୨୨।୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତ ଅନ୍ତର୍ଗତ କପାଟିଗୁଡା ଜଙ୍ଗଲରୁ ସନ୍ଦେହଜନକ ଭାବେ ଯୁବତୀଯୁବକଙ୍କ ମୃତଦେହ ସୁଙ୍କି ପୋଲିସ ଉଦ୍ଧାର…

ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ : ମୃତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

ଲାଞ୍ଜିଗଡ଼,୨୨।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ନିଜେ ଚଳାଉଥିବା ଟ୍ରାକ୍ଟର ଚକରେ ଚାପିହୋଇ ଡ୍ରାଇଭରଙ୍କ…

ନାବାଳିକାଙ୍କୁ ବ୍ଲାକମେଲ କରି ଦୀର୍ଘଦିନ ଧରି ଶୋଷଣ କରୁଥିଲେ ନାବାଳକ, ଅଭିଯୋଗ ପରେ ନାବାଳକଙ୍କୁ …

ପାରଳାଖେମୁଣ୍ଡି, ୨୨।୬(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଜଣେ ନାବାଳିକାଙ୍କ ଅଭିଯୋଗକୁ ଆଧାର କରି ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ…

ଅତର ବ୍ୟବସାୟୀଙ୍କୁ ଠକେଇ, ଅସଲି ନେଇ ନକଲି ଦେଇଦେଲେ, ଠକିନେଲେ ଏତେ କୋଟି ଟଙ୍କା

ଛତ୍ରପୁର, ୨୨।୬( ଦିଲ୍ଲୀପ ସାମଲ): ଅତି ଚତୁରତା ସହ ବ୍ଲୁ ପ୍ରିଣ୍ଟ କରି ଫିଲ୍ମ ଷ୍ଟାଇଲରେ ହୋଇଛି କିଆ ଅତର ଠକେଇ । ଲକ୍ଷ କି ଦୁଇ…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri