ଆକର୍ଷଣ ସାଜିବ ଆସନ୍ତା ଋତୁ

ଅନୁଗୋଳ ଅଫିସ, ୨୭ା୯: ଖଣିଜରେ ଭରପୂର ଅନୁଗୋଳ ପ୍ରାକୃତିକ ସୌନ୍ଦର୍ଯ୍ୟରେ ମଧ୍ୟ ସମୃଦ୍ଧ। ସାତକୋଶିଆର ସବୁଜିମା ହେଉ କି ଟିକରପଡ଼ାର ମହାନଦୀ ଗଣ୍ଡ ଅବା ପାଲଲହଡ଼ାର ସାନଚିଲିକା, ପର୍ଯ୍ୟଟକଙ୍କୁ ଏହା ସର୍ବଦା ଆକୃଷ୍ଟ କରିଆସିଛି। ହେଲେ ଜିଲାର ଆହୁରି ଅନେକ ପର୍ଯ୍ୟଟନ ସ୍ଥାନ ଲୁକ୍କାୟିତ ଅବସ୍ଥାରେ ରହିଛି। ନାନା ସୁବିଧା ସହ ସେସବୁକୁ ଲୋକଲୋଚନକୁ ଅଣାଯିବ। ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ଜିଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ନୂଆ ନୂଆ ଉପାୟ ମାଧ୍ୟମରେ ଅଧିକ ଆକର୍ଷଣୀୟ କରାଯିବ। ସାତକୋଶିଆରେ ସଫାରି ବ୍ୟବସ୍ଥା ହେବ। ହୋମ୍‌ ଷ୍ଟେ ଓ ଆଗ୍ରୋ ଇକୋ ଟୁରିଜମ୍‌ ଲାଗୁ ହେବ। ଚଳିତବର୍ଷ ଶେଷ ସୁଦ୍ଧା ଏସବୁ କାର୍ଯ୍ୟ ଶେଷ କରାଯାଇ ଆସନ୍ତା ପର୍ଯ୍ୟଟନ ଋତୁକୁ ଅଧିକ ଆକର୍ଷଣୀୟ କରିବାକୁ ଯୋଜନା କରିଛି ଅନୁଗୋଳ ଜିଲା ପ୍ରଶାସନ। କେତେକର ମାଷ୍ଟର ପ୍ଲାନ ଶେଷ ହୋଇଥିବା ବେଳେ ଆଉ କିଛି ଏବେ ପ୍ରସ୍ତୁତି ପର୍ଯ୍ୟାୟରେ ଥିବା ସୂଚନା ମିଳିଛି।
ଅନୁଗୋଳ ଆସୁଥିବା ପର୍ଯ୍ୟଟକ ସାତକୋଶିଆର ଅଳ୍ପ କିଛି ସ୍ଥାନ ସହ ଟିକରପଡ଼ା ବୁଲି ଫେରିଯାଆନ୍ତି। ସେମାନେ ଏହାର ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ ଉପଭୋଗ କରିପାରି ନ ଥାନ୍ତି। ତେଣୁ ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସଫାରି ବୁଲିବା ବ୍ୟବସ୍ଥା ହେବ। ଏଥିପାଇଁ ବନ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏ ନେଇ ସର୍ଭେ କରିବାକୁ ଛତିଶଗଡ଼ରୁ ଏକ ଟିମ୍‌ ଖୁବ୍‌ଶୀଘ୍ର ଅନୁଗୋଳ ଆସିବ। ସେହିପରି ଅନୁଗୋଳ, ତାଳଚେର, ପାଲଲହଡ଼ା ଓ ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନେଇ ପର୍ଯ୍ୟଟନ ସର୍କିଟ୍‌ ପ୍ରସ୍ତୁତ କରାଯିବ। ଏଠାରେ ଆଗନ୍ତୁକମାନଙ୍କ ରହଣି, ଭ୍ରମଣ, ଖାଦ୍ୟପେୟର ସୁ ବନ୍ଦୋବସ୍ତ ହେବ। ରାଜ୍ୟ ସରକାରଙ୍କ ଇକୋ ରିଟ୍ରିଟ୍‌ରେ ସାତକୋଶିଆ ସ୍ଥାନ ପାଇଛି। ଏଥିସହ ଜିଲାକୁ ଆସୁଥିବା ପର୍ଯ୍ୟଟକଙ୍କ ରହିବା ପାଇଁ ହୋମ୍‌ ଷ୍ଟେ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ପର୍ଯ୍ୟଟନସ୍ଥଳୀ ନିକଟରେ ପୂର୍ବରୁ ବୁକିଂ କରାଯାଇଥିବା ସ୍ଥାନୀୟ ଲୋକଙ୍କ ଘରେ ପର୍ଯ୍ୟଟକମାନେ ସିଧାସଳଖ ପହଞ୍ଚିବେ। ସମସ୍ତ ସୁବିଧା ଥିଲେ ସେଠାରେ ରହିପାରିବେ। ଆବଶ୍ୟକସ୍ଥଳେ ରୋଷେଇ କରିପାରିବେ ନଚେତ ଟଙ୍କା ଦେଇ ଘର ଲୋକଙ୍କଠାରୁ ଖାଦ୍ୟ ଗ୍ରହଣ କରିପାରିବେ। ସେହିପରି ମୁଖ୍ୟମନ୍ତ୍ରୀଙ୍କ କୃଷି ଉଦ୍ୟୋଗ ଯୋଜନାରେ ଆଗ୍ରୋ ଇକୋ ଟୁରିଜିମ୍‌ ବ୍ୟବସ୍ଥା ଜିଲାରେ ଲାଗୁ ହେବ। ଯେଉଁମାନଙ୍କ ଫାର୍ମ ହାଉସରେ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ସୁବିଧା ଥିବ, ତାହାକୁ ଅନୁମତି ମିଳିବ। ଅନୁଗୋଳରୁ ୨ ଜଣ ଫାର୍ମ ମାଲିକ ଏହି ଆଗ୍ରୋ ଇକୋ ଟୁରିଜିମ୍‌ ପାଇଁ ଆବେଦନ କରିସାରିଲେଣି। ସେହିପରି ଦେଉଳଝରୀ ଓ ଟିକରପଡ଼ାର ଉନ୍ନତି ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପାଲଲହଡ଼ାର ଖୁଲୁଡ଼ି ଗିରୀଶ୍ୱର ମହାଦେବ ମନ୍ଦିରର, ଅଙ୍ଗାରବନ୍ଧ ମହିମା ଗାଦି, ଅନୁଗୋଳର ନାରଣ ସାଗର, ଡେରେଜାଙ୍ଗ ଡ୍ୟାମ୍‌ ଓ ରେଙ୍ଗାଳିରେ ପର୍ଯ୍ୟଟନର ବିକାଶ କରାଯିବ। କୁକୁଡ଼ାଙ୍ଗରେ ଚେକ୍‌ ଡ୍ୟାମ୍‌ ସହ ୱାଚ୍‌ ଟାୱାର ଓ ଅତ୍ୟାଧୁନିକ ପାର୍କ କରାଯିବ। ନିର୍ମାଣାଧୀନ ବ୍ଲାକ ଡାଇମଣ୍ଡ, କୋଲ ମ୍ୟୁଜିୟମ୍‌ ଆଦି ମଧ୍ୟ ପର୍ଯ୍ୟଟକଙ୍କୁ ଆକଷ୍ଟ କରିବ।
ଯତ୍ନ ନ ନେଲେ ବୃଥା ହେବ ଉଦ୍ୟମ
ଅନୁଗୋଳ ଜିଲାର ୧୩ଟି ପର୍ଯ୍ୟଟନସ୍ଥଳୀ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ଆଗାମୀ ଦିନରେ ଜିଲାର ଆଉ କେତୋଟି ସ୍ଥାନକୁ ଏଥିରେ ଯୋଡ଼ିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। କିନ୍ତୁ ଅନେକ ପର୍ଯ୍ୟଟନସ୍ଥଳୀର ଆବଶ୍ୟକ ଯତ୍ନ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଡେରେଜାଙ୍ଗ ଡ୍ୟାମ୍‌ ପାର୍କର ରକ୍ଷଣା ବେକ୍ଷଣା କରାଯାଉ ନାହିଁ। ବିନିକେଇର ଉନ୍ନତି ସାଧନ ହେଉନାହିଁ। ଦେଉଳଝରୀ ବିଶ୍ରାମାଗାର ପୁନରୁଦ୍ଧାର ହୋଇପାରୁ ନାହିଁ। ସାତକୋଶିଆରେ ଥିବା ୱାଚ ଟାୱାର ଗୁଡ଼ିକ ମଧ୍ୟରୁ ଅନେକ ଭଙ୍ଗା ଦଦରା ଅବସ୍ଥାରେ ରହିଛି। ଟୁଲୁକା ନିକଟରେ ଭୀମଧାର ଜଳପ୍ରପାତ
ରହିଥିଲେ ମଧ୍ୟ ସେ ସମ୍ପର୍କରେ ପର୍ଯ୍ୟଟକମାନେ ଏଯାଏ ଜାଣିନାହାନ୍ତି। କନ୍ଧଅଇଡ଼ା ଓ କଦଳୀଖୋଲର ପ୍ରାକୃତିକ ସୌନ୍ଦର୍ଯ୍ୟ ସେମାନେ ଉପଭୋଗ କରିନାହାନ୍ତି। ତାଳଚେର-ଦଦରାଘାଟି ରାସ୍ତା ପାର୍ଶ୍ୱରେ ଥିବା ଶିବ ମନ୍ଦିର, ବୁଲାଝର ଜଳପ୍ରପାତ ସମ୍ପର୍କରେ ପ୍ରଚାର ପ୍ରସାର ହେଉନାହିଁ। ସମଲ ବ୍ୟାରେଜ ନିକଟ କହ୍ନେଇଜେନା ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯାଉ ନାହିଁ। ତେଣୁ ଏସବୁ ପର୍ଯ୍ୟଟନସ୍ଥଳୀର ଯତ୍ନ ବିନା ଜିଲାକୁ ପର୍ଯ୍ୟଟନର ହବ୍‌ କରିବାକୁ ପ୍ରଶାସନର ଉଦ୍ୟମ ବୃଥା ଯିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

କରୋନା ପାଇଁ କାର୍ଯ୍ୟ ଆଗେଇ ପାରୁନି
ଜିଲାରେ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଉଛି। କିନ୍ତୁ କରୋନା କାରଣରୁ ପର୍ଯ୍ୟଟନ ଶିଳ୍ପ ବନ୍ଦ ଥିବାରୁ ଉନ୍ନତି କରିବାରେ ସମସ୍ୟା ହେଉଛି। କେତେକ ସ୍ଥାନରେ ଜଙ୍ଗଲ ନିୟମ ଅନୁପାଳନ କରି ଉନ୍ନୟନ କରାଯାଉଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ଜିଲା ଖଣିଜ ପାଣ୍ଠିରୁ ମଧ୍ୟ ଯୋଜନା କରାଯାଉଛି।
– ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ
ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଛି
ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଶେଷ ହୋଇଛି। ସାତକୋଶିଆରେ ପର୍ଯ୍ୟଟକଙ୍କ ପାଇଁ ୪ଟି ସଫାରି ବ୍ୟବସ୍ଥା କରାଯିବ। ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ରାଜ୍ୟ ସରକାର ଏକ ମାନଦଣ୍ଡ ରଖିଛନ୍ତି। ତଦନୁଯାୟୀ କୌଣସି ସ୍ଥାନକୁ ମାନ୍ୟତା ଦେବାକୁ ସରକାରଙ୍କୁ ସୁପାରିସ କରାଯାଉଛି।
– ଜଗଦୀଶ ରାୟ, ଜିଲା ପର୍ଯ୍ୟଟନ ଅଧିକାରୀ, ଅନୁଗୋଳ
ଆନୁଷଙ୍ଗିକ ବ୍ୟବସ୍ଥା ହେଉ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଅନୁଗୋଳରେ ପର୍ଯ୍ୟଟକଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ନାହିଁ। ସାତକୋଶିଆରେ ରହିବା ତ ଦୂରର କଥା, ଖାଇବାକୁ ମଧ୍ୟ ଠିକ୍‌ଭାବେ ମିଳୁନାହିଁ। ଏଥିସହ ଜିଲାର ଅନ୍ୟ ପର୍ଯ୍ୟଟନସ୍ଥାନଗୁଡ଼ିକ ଲୋକଲୋଚନକୁ ଆସିପାରୁ ନ ଥିବାରୁ ତାହାର ବିକାଶ ସହ ପ୍ରଚାର ପ୍ରସାର କରିବାର ସମୟ ଆସିଛି।
-ଅଶୋକ ଶତପଥୀ, ବୁଦ୍ଧିଜୀବୀ
ପର୍ଯ୍ୟଟକମାନେ ହଇରାଣ ହେଉଛନ୍ତି
ଆଠମଲ୍ଲିକ ଅଞ୍ଚଳରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି। ହେଲେ ସେଠାରେ ପର୍ଯ୍ୟଟକଙ୍କ ରହିବା ପାଇଁ କୌଣସି ସୁବିଧା ନାହିଁ। ଜିଲା ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ରହିବା ପାଇଁ ବହୁ ହଇରାଣ ହେଉଛନ୍ତି। ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
-ଆଭାସ କ୍ଷେତି, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri