Posted inଖେଳ

ଜୋକୋଭିଚ୍‌, ଫେଡରର, ନାଡାଲ ଓ ଟିଆଫୋଙ୍କୁ ଏଟିପି ପୁରସ୍କାର

ଲଣ୍ଡନ,୨୩ା୧୨(ଏପି)-୨୦୨୦ବର୍ଷ ପାଇଁ ଏଟିପିର ଟପ୍‌ ପୁରସ୍କାର ବିଜେତାଙ୍କ ମଧ୍ୟରେ ନୋଭାକ ଜୋକୋଭିଚ୍‌, ରୋଜର ଫେଡରର, ରାଫାଲ ନାଡାଲ ଓ ଫ୍ରାନ୍‌ସେସ୍‌ ଟିଆଫୋ ପ୍ରମୁଖ ରହିଛନ୍ତି। ଜୋକୋଭିଚ୍‌ ବର୍ଷ ଶେଷର ନମ୍ବର ଓ୍ବାନ ଖେଳାଳି ହୋଇଛନ୍ତି। ରେକର୍ଡ ଅଷ୍ଟମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ୍‌ ସମେତ ୪ଟି ଟାଇଟଲ ସହ ସେ ୬ଷ୍ଠ ଥର ବର୍ଷ ଶେଷରେ ନମ୍ବର ଓ୍ବାନ ଖେଳାଳି ହୋଇ ରେକର୍ଡ ସମକକ୍ଷ ହୋଇପାରିଛନ୍ତି। ୟୁଏସ୍‌ ଓପନ୍‌ ଚାମ୍ପିୟନ ମେଟ୍‌ ପ୍ୟାଭିକ୍‌ ଏବଂ ବ୍ରୁନୋ ସୋର୍ସ ଡବଲ୍ସ ନମ୍ବର ଓ୍ବାନ ଯୋଡ଼ି ହୋଇଛନ୍ତି। ବର୍ଷରେ ୬ ସିଙ୍ଗଲ୍ସ ଖେଳିଥିବା ଫେଡରର ସିଙ୍ଗଲ୍ସ ଫ୍ୟାନ ଫେଭରାଇଟ୍‌ ହୋଇଛନ୍ତି। ରେକର୍ଡ ୧୮ବର୍ଷ ଧରି ସେ ପୁରସ୍କାର ପାଇ ଆସୁଛନ୍ତି। ସେହିପରି ରୋଲାଣ୍ଡ ଗ୍ୟାରୋସଠାରେ ୧୩ତମ ଟାଇଟଲ ଜିତିବା ପରେ ନାଡାଲ କ୍ରମାଗତ ତୃତୀୟ ଏବଂ ମୋଟ ଉପରେ ୪ଥର ଷ୍ଟିଫାନ ଏଡ୍‌ଭବର୍ଗ ସ୍ପୋଟର୍‌ସମ୍ୟାନଶିପ୍‌ ଆଓ୍ବାର୍ଡ ଜିତିଛନ୍ତି। ରୁଷିଆର ଆଣ୍ଡ୍ରେ ରୁବ୍ଲେଭ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଛନ୍ତି। ସେ ୫ଟି ଟାଇଟଲ ବିଜୟୀ ହେବା ପରେ ୨୩ ନମ୍ବର ର଼୍ୟାଙ୍କିଙ୍ଗ୍‌ରୁ କ୍ୟାରିୟର ଶ୍ରେଷ୍ଠ ୮ମ ସ୍ଥାନକୁ ଉଠିପାରିଛନ୍ତି। ଟୁର୍‌ରେ ଯେକୌଣସି ଖେଳାଳିଙ୍କ ତୁଳନାରେ ଅଧିକ। ସାମାଜିକ କାର୍ଯ୍ୟକଳାପ ପାଇଁ ଟିଆଫୋ ଆର୍ଥର ଆଶେ ହ୍ୟୁମାନିଟାରିଆନ୍‌ ଆଓ୍ବାର୍ଡ ପାଇଛନ୍ତି। ସେ କୋଭିଡ୍‌-୧୯ ରିଲିଫ୍‌ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଜର୍ଜ ଫ୍ଲଏଡ୍‌ଙ୍କୁ ହତ୍ୟା ପରେ ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହା କୃଷ୍ଣକାୟ ଟେନିସ୍‌ ସମ୍ପ୍ରଦାୟକୁ ଏକତ୍ରିତ କରିବାରେ ସହାୟକ ହୋଇଥିଲା। ବର୍ଷରେ ତିନୋଟି ଚ୍ୟାଲେଞ୍ଜର୍ସ ଟାଇଟଲ ଜିତିବା ପରେ ସ୍ପେନ୍‌ର ୧୭ ବର୍ଷୀୟ କାର୍ଲୋସ ଅଲକାରାଜ ବର୍ଷର ଶ୍ରେଷ୍ଠ ନବାଗତ ଖେଳାଳି ବିବଚେିତ ହୋଇଥିଲେ। ବାସେକ୍‌ ପସ୍ପିସିଲ୍‌ କମ୍‌ବ୍ୟାକ୍‌ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। ୨୦୧୯ରେ ତାଙ୍କ ପିଠିରେ ଅସ୍ତ୍ରୋପଚାର ପରେ ସେ ସଫଳତାର ସହ ଟେନିସ୍‌କୁ ପ୍ରତ୍ୟାବର୍ତ୍ତନ କରିପାରିଛନ୍ତି। ୨୦୧୯ରେ କାନାଡାର ଏହି ଖେଳାଳିଙ୍କର ର଼୍ୟାଙ୍କିଙ୍ଗ ୧୫୦ ରହିଥିଲା। ମାତ୍ର ଦୁଇଟି ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ ପାଇଁ ସେ ର଼୍ୟାଙ୍କିଙ୍ଗ ତାଲିକାର ୬୧ତମ ସ୍ଥାନକୁ ଉନ୍ନୀତ ହୋଇପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

CEG: କମନ ଓ୍ବେଲଥ ଚାମ୍ପିୟନଙ୍କୁ ଭେଟି ବଡ଼ କଥା କହିଲେ ମୋଦି, ‘ଲାଗୁଥିଲା ଯେମିତି ପ୍ରତି ବୁନ୍ଦା ଲୁହରୁ ଝରୁଥିଲା ସ୍ବର୍ଣ୍ଣ ପଦକ’

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ। ସେ ରବିବାର ଖେଳାଳିମାନଙ୍କୁ ଭେଟିଥିଲେ ଏବଂ ଇନଷ୍ଟାଗ୍ରାମରେ ଆଲୋଚନାର ଏକ ଭିଡିଓ ଶେୟାର କରିଥିଲେ। ସେ ଖେଳାଳିମାନଙ୍କୁ…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

‘ଦୟାକରି ମୋତେ ସାହାଯ୍ୟ କରନ୍ତୁ’, ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଅନୁରୋଧ କଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟର ରିଷଭ ପନ୍ତ ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଏକ ଅନୁରୋଧ କରିଛନ୍ତି। ସେ ସୋସିଆଲ ମିଡିଆରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri