Posted inଫୁରସତ

ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’

ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍‌ ଭାଇରାଲ ହୋଇଥିଲା,ଯାହାର ନାମ ଥିଲା ‘ବାବା କା ଢ଼ାବା’। ଏବେ ଏହା ରେଷ୍ଟୁରାଣ୍ଟରେ ପରିଣତ ହୋଇଛି। ୮୦ ବର୍ଷୀୟ ମାଲିକ କାନ୍ତା ପ୍ରସାଦ ନିଜ ପୁରୁଣା ଦୋକାନ ପାଖରେ ନୂଆ ରେଷ୍ଟୁରାଣ୍ଟ ଖୋଲି ସେଠାରେ ବସୁଛନ୍ତି। ତାଙ୍କ ଖାଇବାକୁ ପସନ୍ଦ କରୁଥିବା ଲୋକେ ମଧ୍ୟ ରେଷ୍ଟୁରାଣ୍ଟରେ ଭିଡ ଜମାଇବା ଆରମ୍ଭ କରିଛନ୍ତି।

ଦିଲ୍ଲୀର ମାଲବୀୟ ନଗରରେ କାନ୍ତା ପ୍ରସାଦଙ୍କ ଛୋଟିଆ ଢାବା ଥିଲା। ମାର୍ଚ୍ଚରେ ଲକ୍‌ଡାଉନ୍‌ ଯୋଗୁ ଢ଼ାବାଟି ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ ପରିବାରର ଗୁଜରାଣ ମେଣ୍ଟାଇବା କାନ୍ତାଙ୍କ ପକ୍ଷେ ସମ୍ଭବ ହେଉ ନ ଥିଲା। ପରେ ଜଣେ ବ୍ୟବହାରକାରୀ କାନ୍ତାଙ୍କ ଢ଼ାବାର ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଭିଡିଓରେ ନିଜର ଦୁଃଖକାହାଣୀ କହିଥିଲେ କାନ୍ତା। ଏହା ଅନେକଙ୍କୁ ଭାବବିହ୍ବଳ କରିଥିବା ବେଳେ ଶହ ଶହ ସଂଖ୍ୟାରେ ଲୋକେ ତାଙ୍କ ଢ଼ାବାରେ ଭିଡ ଜମାଇବା ଆରମ୍ଭ କରିଥିଲେ। ଏବେ କାନ୍ତାଙ୍କ ନୂଆ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ପୁରୁଣା ଢ଼ାବା ଭଳି କାନ୍ତାଙ୍କ ସ୍ତ୍ରୀ ବାଦାମୀ ଦେବୀ ରେଷ୍ଟୁରାଣ୍ଟରେ ମଧ୍ୟ ଖାଇବା ରେଷେଇ କରିବେ। ଅନ୍ୟ କର୍ମଚାରୀ ତାଙ୍କ ସାହାଯ୍ୟ କରିବେ।

ତେବେ ନିଜର ନୂଆ ଆରମ୍ଭକୁ ନେଇ କାନ୍ତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଗବାନ ତାଙ୍କ ସହାୟତା କରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି। ଉଭୟ ଇଣ୍ଡିଆନ୍‌ ଏବଂ ଚାଇନିଜ ଖାଦ୍ୟ ନୂଆ ରେଷ୍ଟୁରାଣ୍ଟରେ ପରସା ଯିବ। ଏଣୁ ସେଠାକୁ ଆସି ଗ୍ରାହକ ମଜା ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ପାଇଁ ଖୁସି ଖବର: ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୮ ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ରାଜେଶ ମହାରଣା, ତାଙ୍କ ସମର୍ଥକ

ଛତ୍ରପୁର, ୧୦।୮ (ବିଦ୍ୟାଧର ସାହୁ): ଛତ୍ରପୁର ନିର୍ବାଚନମଣ୍ଡଳୀର ଯୁବ ନେତା ରାଜେଶ ମହାରଣା ଓ ତାଙ୍କ ସମର୍ଥକମାନେ ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ…

ଓଲଟିଲା କୋଇଲା ବୋଝେଇ ଟ୍ରକ୍‌, ଓଡ଼ିଶା-ଆନ୍ଧ୍ର ରାସ୍ତା ଜାମ୍‌

ଗୁଣପୁର,୧୦ା୮(ସୁଜାତା ପାଢ଼ୀ): କୋଇଲା ବୋଝେଇ ଟ୍ରକ୍‌ ଓଲଟିଯିବା ଫଳରେ ଓଡ଼ିଶା ଆନ୍ଧ୍ର ରାସ୍ତା ଦୀର୍ଘ ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜାମ ହୋଇ ରହିଛି। ରବିବାର…

ସରକାରୀ କାର୍ଯ୍ୟକ୍ରମରେ ତାମିଲ ସଙ୍ଗୀତ ଗାନ ବାଧ୍ୟତାମୂଳକ; ତାମିଲନାଡୁ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପିତ; ସମର୍ଥନ କଲେ DMK-AIADMK

ଚେନ୍ନାଇ,୧୦।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ବିଧାନସଭାରେ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ରାଜ୍ୟ ସାରା ସରକାରୀ କାର୍ଯ୍ୟ ଆରମ୍ଭରେ…

ଅଧିକ ସମୟ ଭିଡିଓଗେମ୍‌ ଖେଳୁଥିଲେ…

ଭିଡିଓ ଗେମ୍‌ ଖେଳିବା ଆଜିକାଲି ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ। କିନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କ ବୟସକୁ ନେଇ ଏମିତି ବୟାନ ଦେଲେ ବ୍ରେଟ ଲି, ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୮: ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ କମ ବୟସରେ ତାଙ୍କ ଖେଳ ଦ୍ୱାରା କ୍ରିକେଟ ଜଗତର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ, ପୂର୍ବତନ ଅଷ୍ଟ୍ରେଲୀୟ ଦ୍ରୁତ…

ଅନ୍ୟ ଗ୍ରହରେ ବସତି ସମସ୍ୟା

ପ୍ରଥମେ ସୌର ଗ୍ରହମାନଙ୍କ ତଥ୍ୟାବଳୀ ସମ୍ପର୍କରେ ଜ୍ଞାତ ହେବା ପ୍ରାସଙ୍ଗିକ ହେବ। ଗ୍ରହଗୁଡିକରେ ବସତି ସ୍ଥାପନ ନେଇ ଅନେକ ଆଲୋଚନା ଚାଲିଛି। ତେବେ ଏ ବିଷୟରେ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri