ଏହି ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, ଯାହା କହିଥିଲେ ହୋଇଥିଲା ସତ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା ଏହି ଚଳଚ୍ଚିତ୍ର ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରେ ସେ ଅନ୍ୟ କୌଣସି ବଲିଉଡ ଫିଲ୍ମରେ ଅଭିନୟ କରି ନ ଥିଲେ। ୩୨ ବର୍ଷ ବୟସ ତାଙ୍କର ମୃତ୍ୟୁ ଘଟିଥିଲା। ୨୭ ଏପ୍ରିଲ ୨୦୦୩ରେ ସେ ସଫ୍ଟୱେୟାର ଇଞ୍ଜିନିୟର ଜିଏସ୍‌ ରଘୁଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରକୃତ ନାମ ଥିଲା ସୋମିଆ ସତ୍ୟନାରାୟଣ । ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ, ସୌନ୍ଦର୍ଯ୍ୟା ଅନେକ ସୁପରଷ୍ଟାରଙ୍କ ସହ କାମ କରିଥିଲେ ଏବଂ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଇଥିଲେ।

୧୯୯୨ ମସିହାରେ, କନ୍ନଡ ଚଳଚ୍ଚିତ୍ର ‘ଗାନ୍ଧର୍ଭ’ ସହିତ ସୌନ୍ଦର୍ଯ୍ୟା ବଡ ପରଦାରେ ଡେବ୍ୟୁ କରିଥିଲେ। ୧୨ ବର୍ଷର କ୍ୟାରିଅରରେ ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ସମୟରେ ତାମିଲ, ମାଲାୟାଲମ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଚଳଚ୍ଚିତ୍ର ସାହାଯ୍ୟରେ ଦର୍ଶକଙ୍କ ହୃଦୟ ଜିତିବା ପରେ ୨୦୦୪ ମସିହାରେ ସୌନ୍ଦର୍ଯ୍ୟା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏପ୍ରିଲ ୧୭, ୨୦୦୪ ରେ, ସେ କରିମନଗରରେ ଭାଜପା ପ୍ରାର୍ଥୀ ପାଇଁ ପ୍ରଚାର କରିବାକୁ ଯାଉଥିଲେ। ବେଙ୍ଗାଲୁର ଜାକ୍କୁର ଏୟାରଫିଲ୍ଡରୁ ବିମାନ ଉଡ଼ାଣ ସମୟରେ ୧୦୦ ଫୁଟରେ ପହଞ୍ଚିବା ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସୌନ୍ଦର୍ଯ୍ୟା, ତାଙ୍କ ଭାଇ ଏବଂ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା।

କୁହାଯାଏ ଯେ, ସୌନ୍ଦର୍ଯ୍ୟାଙ୍କ ପିଲାଦିନରେ ଜଣେ ଜ୍ୟୋତିଷ ତାଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଭବିଷ୍ୟବାଣୀ କରିଥିଲେ। ପ୍ରତ୍ୟେକ ପିତାମାତାଙ୍କ ପରି ସେମାନଙ୍କ ମା’ବାପା ମଧ୍ୟ ପୂଜା କରିଥିଲେ। ଏ ନେଇ ତାଙ୍କୁ ଡ୍ରାଇଭିଂ ଶିଖିବାକୁ ମଧ୍ୟ ଅନୁମତି ଦିଆଯାଇ ନ ଥିଲା। ସବୁବେଳେ ତାଙ୍କ ସହିତ ଜଣେ ସୁରକ୍ଷାକର୍ମୀ ରହୁଥିଲେ। ଆହୁରି ମଧ୍ୟ ଯେତେବେଳେ ସୌନ୍ଦର୍ଯ୍ୟା ଅମିତାଭ ବଚ୍ଚନଙ୍କ ସହ ‘ସୂର୍ଯ୍ୟବଂଶମ’ ଫିଲ୍ମରେ କାମ କରିବାକୁ ଏକ ଅଫର୍‌ ପାଇଲେ, ଜ୍ୟୋତିଷ ତାଙ୍କୁ ଏହା ମଧ୍ୟ କହିଥିଲେ ଯେ, ଏହା ତୁମ ଜୀବନର ଶେଷ ଫିଲ୍ମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri