ଏହି ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିଷ, ଯାହା କହିଥିଲେ ହୋଇଥିଲା ସତ

୧୯୯୯ ମସିହାରେ ମୁକ୍ତିଲାଭ କରିଥିବା ‘ସୂର୍ଯ୍ୟବଂଶମ’ ଫିଲ୍ମରେ ଅମିତାଭ ବଚ୍ଚନଙ୍କ ନାୟିକା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କୁ ଦର୍ଶକ ଖୁବ ପସନ୍ଦ କରିଥିଲେ। ସୌନ୍ଦର୍ଯ୍ୟା ଏହି ଚଳଚ୍ଚିତ୍ର ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପରେ ସେ ଅନ୍ୟ କୌଣସି ବଲିଉଡ ଫିଲ୍ମରେ ଅଭିନୟ କରି ନ ଥିଲେ। ୩୨ ବର୍ଷ ବୟସ ତାଙ୍କର ମୃତ୍ୟୁ ଘଟିଥିଲା। ୨୭ ଏପ୍ରିଲ ୨୦୦୩ରେ ସେ ସଫ୍ଟୱେୟାର ଇଞ୍ଜିନିୟର ଜିଏସ୍‌ ରଘୁଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରକୃତ ନାମ ଥିଲା ସୋମିଆ ସତ୍ୟନାରାୟଣ । ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ, ସୌନ୍ଦର୍ଯ୍ୟା ଅନେକ ସୁପରଷ୍ଟାରଙ୍କ ସହ କାମ କରିଥିଲେ ଏବଂ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଇଥିଲେ।

୧୯୯୨ ମସିହାରେ, କନ୍ନଡ ଚଳଚ୍ଚିତ୍ର ‘ଗାନ୍ଧର୍ଭ’ ସହିତ ସୌନ୍ଦର୍ଯ୍ୟା ବଡ ପରଦାରେ ଡେବ୍ୟୁ କରିଥିଲେ। ୧୨ ବର୍ଷର କ୍ୟାରିଅରରେ ସେ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ସମୟରେ ତାମିଲ, ମାଲାୟାଲମ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ଚଳଚ୍ଚିତ୍ର ସାହାଯ୍ୟରେ ଦର୍ଶକଙ୍କ ହୃଦୟ ଜିତିବା ପରେ ୨୦୦୪ ମସିହାରେ ସୌନ୍ଦର୍ଯ୍ୟା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏପ୍ରିଲ ୧୭, ୨୦୦୪ ରେ, ସେ କରିମନଗରରେ ଭାଜପା ପ୍ରାର୍ଥୀ ପାଇଁ ପ୍ରଚାର କରିବାକୁ ଯାଉଥିଲେ। ବେଙ୍ଗାଲୁର ଜାକ୍କୁର ଏୟାରଫିଲ୍ଡରୁ ବିମାନ ଉଡ଼ାଣ ସମୟରେ ୧୦୦ ଫୁଟରେ ପହଞ୍ଚିବା ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ସୌନ୍ଦର୍ଯ୍ୟା, ତାଙ୍କ ଭାଇ ଏବଂ ଅନ୍ୟ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା।

କୁହାଯାଏ ଯେ, ସୌନ୍ଦର୍ଯ୍ୟାଙ୍କ ପିଲାଦିନରେ ଜଣେ ଜ୍ୟୋତିଷ ତାଙ୍କ ଆକସ୍ମିକ ମୃତ୍ୟୁ ବିଷୟରେ ଭବିଷ୍ୟବାଣୀ କରିଥିଲେ। ପ୍ରତ୍ୟେକ ପିତାମାତାଙ୍କ ପରି ସେମାନଙ୍କ ମା’ବାପା ମଧ୍ୟ ପୂଜା କରିଥିଲେ। ଏ ନେଇ ତାଙ୍କୁ ଡ୍ରାଇଭିଂ ଶିଖିବାକୁ ମଧ୍ୟ ଅନୁମତି ଦିଆଯାଇ ନ ଥିଲା। ସବୁବେଳେ ତାଙ୍କ ସହିତ ଜଣେ ସୁରକ୍ଷାକର୍ମୀ ରହୁଥିଲେ। ଆହୁରି ମଧ୍ୟ ଯେତେବେଳେ ସୌନ୍ଦର୍ଯ୍ୟା ଅମିତାଭ ବଚ୍ଚନଙ୍କ ସହ ‘ସୂର୍ଯ୍ୟବଂଶମ’ ଫିଲ୍ମରେ କାମ କରିବାକୁ ଏକ ଅଫର୍‌ ପାଇଲେ, ଜ୍ୟୋତିଷ ତାଙ୍କୁ ଏହା ମଧ୍ୟ କହିଥିଲେ ଯେ, ଏହା ତୁମ ଜୀବନର ଶେଷ ଫିଲ୍ମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ଗୋବିନ୍ଦାଙ୍କ ସହ ଛାଡପତ୍ର ନିଶ୍ଚିତ? ପୁଅ ସହିତ ଫ୍ୟାମିଲି କୋର୍ଟରେ ପହଞ୍ଚିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ଗତ ବର୍ଷ, ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ନେଇ ଖୁବ୍‌ ଗୁଜବ ଉଠିଥିଲା। ଯଦିଓ ଗଣେଶ ପୂଜା ସମୟରେ ଏମାନେ…

ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ…

ହୋଇଗଲା କି Ayesha Khanଙ୍କ ନିର୍ବନ୍ଧ? ମିଷ୍ଟ୍ରି ମ୍ୟାନ୍‌ଙ୍କ ସହ ରୋମାଣ୍ଟିକ ଫଟୋ ଶେୟାର କରି ଚମକାଇଲେ

ମୁମ୍ବାଇ: ଟିଭି ଏବଂ ବଲିଉଡ଼ର ଜଣାଶୁଣା ଅଭିନେତ୍ରୀ ଆୟଶା ଖାନ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରୁହନ୍ତି। ’ବିଗ ବସ 17’ ରୁ ଆରମ୍ଭ…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri