କାର୍ଯ୍ୟକ୍ଷମ ହେବ କଳାକୃତି ଗ୍ରାମ

ଢେଙ୍କାନାଳ ଅଫିସ୍‌, ୬।୪ – ଗ୍ରାମୀଣ ପର୍ଯ୍ୟଟନରେ ସାମିଲ ହୋଇଥିବା ଢେଙ୍କାନାଳର କଳାକୃତି ଗ୍ରାମ ସଦେଇବେରେଣୀ-ନବଜୀବନପୁର ପ୍ରକଳ୍ପ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ଡୋକ୍ରା ହସ୍ତଶିଳ୍ପକୁ ନେଇ ସମୃଦ୍ଧ ଏହି ଅଞ୍ଚଳକୁ ଜାତୀୟସ୍ତରରେ ପରିଚିତି କରାଇବାକୁ ଏଠାରେ ‘ଢେଙ୍କାନାଳ ମହୋତ୍ସବ’ ଆୟୋଜନ କରାଯିବ। ଏଥିଲାଗି ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି।
ପ୍ରକୃତି ପର୍ଯ୍ୟଟନ ପାଇଁ ବିଶ୍ୱସ୍ତରରେ ସୁନାମ ଅର୍ଜିଛି ଢେଙ୍କାନାଳ ଜିଲାର ସପ୍ତଶଯ୍ୟା। ଏହାକୁ ରୁରାଲ ଟୁରିଜମ୍‌ରେ ସାମିଲ କରି ଜିଲାର କଳା, ଐତିହ୍ୟ, ସଂସ୍କୃତିକୁ ପ୍ରୋତ୍ସାହିତ କରାଇବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିଲାଗି ପ୍ରସିଦ୍ଧ ଡୋକ୍ରା ହସ୍ତଶିଳ୍ପ ଗ୍ରାମ ସଦେଇବେରେଣୀ-ନବଜୀବନପୁରକୁ ଚିହ୍ନଟ କରାଯାଇଥିଲା। ୨୦୧୬-୧୭ରେ ତତ୍କାଳୀନ ଜିଲାପାଳ ରୂପାରୋଶନ ସାହୁଙ୍କ ଉଦ୍ୟମରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଏବଂ ପରେ ଆଉ ୨କୋଟି ଟଙ୍କା ଅନୁଦାନ ମିଳିଥିଲା। ଉକ୍ତ ଅର୍ଥରେ ଡୋକ୍ରା ହସ୍ତଶିଳ୍ପ ନିର୍ମାଣ ନିମନ୍ତେ ଏକ ହଲ୍‌, ସାମଗ୍ରୀ ବିକ୍ରୟ ପ୍ରଦର୍ଶନ କେନ୍ଦ୍ର, ମୁଖଶାଳା, ବୈଠକଗୃହ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ ନିର୍ମାଣ କରାଯାଇଛି। ୨୦୧୯ ଅଗଷ୍ଟରୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇସାରିଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତାରୁ କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ଜିଲାପାଳ ସରୋଜ କୁମାର ସେଠୀ ଏହାର ସମୀକ୍ଷା କରିବା ପରେ ସପ୍ତଶଯ୍ୟାରେ ପର୍ଯ୍ୟଟନର ବିକାଶ, ଡୋକ୍ରା ଶିଳ୍ପର ପ୍ରଚାରପ୍ରସାର ପାଇଁ କଳାକୃତି ଗ୍ରାମ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ଶେଷ ସୁଦ୍ଧା କିମ୍ବା ମେ ପ୍ରଥମ ସପ୍ତାହରେ ଏହାର ଆରମ୍ଭ ହେବାର ସମ୍ଭାବନା ରହିଛି। ଏଠାରେ ଡୋକ୍ରା ସାମଗ୍ରୀ ବିକ୍ରି କରିବା ଲାଗି ୨୭ଟି ଦୋକାନ ମଧ୍ୟ ଖୋଲାଯିବ। ଏହାର ଦାୟିତ୍ୱ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବ। ବାହାରୁ ପ୍ରତିଷ୍ଠିତ କୁଶଳୀ କାରିଗରଙ୍କୁ ଆଣି ସ୍ଥାନୀୟ କାରିଗରଙ୍କୁ ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ। କଳାକୃତି ଗ୍ରାମ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ୧୨୦ରୁ ଊର୍ଦ୍ଧ୍ୱ ଡୋକ୍ରା କାରିଗରଙ୍କ ଜୀବିକାର୍ଜନର ମାର୍ଗ ପ୍ରଶସ୍ତ ହେବ। ଦେଶ, ବିଦେଶରୁ ପର୍ଯ୍ୟଟକ ଆସିଲେ ପୁଞ୍ଜିପ୍ରବାହ ହେବ ଏବଂ ଢେଙ୍କାନାଳ ପର୍ଯ୍ୟଟନକୁ ବଳ ମିଳିବ।
ଜିଲାର କଳା ସଂସ୍କୃତିକୁ ଅଧିକ ଲୋକାଭିମୁଖୀ କରିବା ଲାଗି ପ୍ରତିବର୍ଷ ‘ଢେଙ୍କାନାଳ ମହୋତ୍ସବ’ ଆୟୋଜନ କରାଯାଉଥିଲା। ତେବେ ବିଭିନ୍ନ କାରଣରୁ ୨୦୧୬ରୁ ଏହା ବନ୍ଦ ହୋଇଯାଇଛି। ଚଳିତ ବର୍ଷ ସଦେଇବେରେଣୀ-ନବଜୀବନପୁରରେ ପୁନର୍ବାର ଢେଙ୍କାନାଳ ଜିଲା ମହୋତ୍ସବର ଆୟୋଜନ କରାଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି।
ଏ ସଂକ୍ରାନ୍ତରେ ଜିଲାପାଳ ସେଠୀ କୁହନ୍ତି, ଜିଲାର ପର୍ଯ୍ୟଟନର ବିକାଶ ଲାଗି ବିଶେଷ ଗୁରୁତ୍ୱ ଦିଆଯାଉଛି। କପିଳାସ, ସପ୍ତଶଯ୍ୟା, ଯୋରନ୍ଦା ଭଳି ପ୍ରସିଦ୍ଧ ସ୍ଥାନକୁ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଦେଇବେରେଣୀ-ନବଜୀବନପୁରରେ କଳାକୃତି ଗ୍ରାମ ନିର୍ମାଣ କରାଯାଇଛି। ଉକ୍ତ ସ୍ଥାନରେ ପର୍ଯ୍ୟଟକମାନଙ୍କ ରହିବା, ଖାଇବା, ବିଶ୍ରାମ କରିବା ଲାଗି ସମସ୍ତ ସୁବିଧା ଉପଲବ୍ଧ ହେବ। ଅଞ୍ଚଳରେ ହୋଟେଲ ବ୍ୟବସ୍ଥା କରାଯିବାକୁ ଉଦ୍ୟମ ଜାରି ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

୨ ନେତ୍ରୀଙ୍କ ସହ ଭାଜପା ଛାଡ଼ିଲେ ନିରୋଜ ନଳିନୀ

ଢେଙ୍କାନାଳ,୪ା୪(ରତନ ନାୟାର): ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ ବୁଧବାର ଭାଜପାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଢେଙ୍କାନାଳ ଜିଲା ଭାଜପା ସମ୍ପାଦିକା...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ,୩ା୪(ରତନ ନାୟାର): ଢେଙ୍କାନାଳ ଜିଲା ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri