ନୋଟିସ ପରେ ବି ଗଡ଼ୁଛି ବକେୟା

ଭୁବନେଶ୍ୱର,୫।୮: ମନ୍ତ୍ରୀ, ନେତା ଓ ବରିଷ୍ଠ ପ୍ରଶାସକଙ୍କୁ ସୁବିଧାରେ ବିମାନ ସେବା ଯୋଗାଇଦେବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ବ୍ୟବସ୍ଥା ରହିଛି। ଏହିକ୍ରମରେ ଯଦି କୌଣସି ମନ୍ତ୍ରୀ, ନେତା ଓ ପ୍ରଶାସକ ସରକାରୀ କାର୍ଯ୍ୟରେ ବିମାନ ଯାତ୍ରା କରନ୍ତି, ତେବେ ବିଭାଗୀୟ ଅନୁରୋଧକ୍ରମେ ସେମାନଙ୍କ ପାଇଁ ଓଟିଡିସି ପକ୍ଷରୁ ଟିକେଟ କରାଯାଇଥାଏ। ଆଉ ଏହି ଟିକେଟର ଦେୟ ସମ୍ପୃକ୍ତ ବିଭାଗ ପକ୍ଷରୁ ୩ମାସ ମଧ୍ୟରେ ଓଟିଡିସି ନିକଟରେ ପଇଠ କରାଯାଇଥାଏ। ନଚେତ୍‌ ସମ୍ପୃକ୍ତ ବିଭାଗକୁ ନୋଟିସ କରାଯାଇ ଟଙ୍କା ଆଦାୟ କରାଯାଇଥାଏ। ହେଲେ ଆର୍‌ଟିଆଇ ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ କିଛି ବିଭାଗର ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ଉପରେ ୪ଲକ୍ଷ ୬୨ହଜାର ୨୭୧ଟଙ୍କା ଦୀର୍ଘ ବର୍ଷ ଧରି ବକେୟା ପଡ଼ି ରହିଥିବା ଜାଣିବାକୁ ମିଳିଛି।
୨୦୨୨ ଜୁଲାଇ ୧୧ରେ ଆର୍‌ଟିଆଇ ସୂତ୍ରରୁ ମିଳିଥିବା ସୂଚନାନୁସାରେ ପୂର୍ବତନ ପର୍ଯ୍ୟଟନ, ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ୨୦୧୯ ଜୁଲାଇ ୧ରୁ ୨୦୨୧ ସେପ୍ଟେମ୍ବର ୧୯ ମଧ୍ୟରେ ୫ଥର ବିମାନ ଯାତ୍ରା କରିଛନ୍ତି। ତାଙ୍କର ୫୫ ହଜାର ୪୩୩ଟଙ୍କା ବାକି ରହିଛି। ପୂର୍ବତନ ବିଜ୍ଞାନ ଓ କାରିଗରି ବିଭାଗ, ସାଧାରଣ ଉଦ୍ୟୋଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୨୦୧୫ ସେପ୍ଟେମ୍ବର ୧୫ରୁ ୨୦୧୯ ମାର୍ଚ୍ଚ ୨ ମଧ୍ୟରେ ୧୨ଥର ବିଭିନ୍ନ ସ୍ଥାନକୁ ଯାତ୍ରା କରିଛନ୍ତି। ତାଙ୍କ ନାମରେ ୧ଲକ୍ଷ ୩୦ହଜାର ୮ଟଙ୍କା ବାକି ପଡ଼ିଛି। ଏହି ୨ମନ୍ତ୍ରୀ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ପୂର୍ବତନ ମନ୍ତ୍ରୀ ଥିଲେ। ସେବା ଉପଲବ୍ଧି ବିଭାଗର ଉଭୟେ ମନ୍ତ୍ରୀ ହୋଇଥିଲେ ମଧ୍ୟ ବକେୟା ଅର୍ଥ ସଂଗ୍ରହ ହୋଇ ନ ପାରିବା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେହିପରି ପୂର୍ବତନ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ୨୦୨୧ ନଭେମ୍ବର ୨୧ରୁ ୨୩ମଧ୍ୟରେ ୪ଥର ବିମାନ ଯାତ୍ରା କରିଥିବାବେଳେ ତାଙ୍କ ନାମରେ ୮୫,୯୭୪ଟଙ୍କା ବକେୟା ରହିଥିବାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ନାମରେ ୨୦୧୭ ରୁ ୨୦୧୯ ମଧ୍ୟରେ ୬୯,୮୫୧ଟଙ୍କା, ପୂର୍ବତନ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ନାମରେ ୨୦୧୮ରେ ଥରେ ଯାତ୍ରା କରି ୩୯,୭୨୪ଟଙ୍କା, ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୧୯ରୁ ୨୧ମଧ୍ୟରେ ୨ଥର ଯାତ୍ରା କରି ୧୦,୧୦୭ଟଙ୍କା, ଦିବଂଗତ ମନ୍ତ୍ରୀ କଳ୍ପତରୁ ଦାସ ୨୦୧୪ରେ ଯାତ୍ରା କରିଥିବାବେଳେ ତାଙ୍କ ନାମରେ ୨୭,୩୬୧ଟଙ୍କା, ମନ୍ତ୍ରୀ ସମୀର ରଞ୍ଜନ ଦାଶ ୨୦୧୯ରେ ୨ଥର ଯାତ୍ରା କରିଥିବାବେଳେ ୧୩,୬୫୬ଟଙ୍କା, ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ୨୦୧୮ରେ ଥରେ ଗସ୍ତ କରି ୧୬, ୮୫୧ଟଙ୍କା ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ୨୦୨୧ରେ ଥରେ ଗସ୍ତ କରି ତାଙ୍କ ନାମରେ ୧୩,୩୦୬ଟଙ୍କା ଅର୍ଥ ବାକି ରହିଥିବା ଜଣାପଡ଼ିଛି। ଏ ନେଇ ଓଟିଡିସିର ବିମାନ ସେବା ପରିଚାଳକ ରଞ୍ଜନ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ବାକି ରହିଥିବା ଅର୍ଥ ପାଇଁ ୩ମାସ ପରେ ବିଭାଗକୁ ନୋଟିସ କରାଯାଇଥାଏ। ପ୍ରାୟ ସଂଗ୍ରହ ହୋଇ ଯାଇଥାଏ। କେତେବେଳେ ନିର୍ବାଚନ ତ ଆଉ କେତେବେଳେ କୌଣସି ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସମୟରେ ସଂଗ୍ରହ କରିବାରେ ବିଳମ୍ବ ହେଉଛି। ତେବେ ବର୍ତ୍ତମାନ ବିମାନ ସେବା କିପରି ଚାଲିଛି ବୋଲି ପ୍ରଶ୍ନର ଉତ୍ତରରେ ଲାଭରେ ଚାଲିଛି ବୋଲି ମିଶ୍ର କହିଛନ୍ତି।

ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?