ରାଜ୍ୟର ୭ କଲେଜର ରୂପ ବଦଳିବ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ରାଜ୍ୟରେ ଥିବା ୭ ବଡ଼ବଡ଼ କଲେଜର ଚେହେରା ବଦଳିବ। ଭିତ୍ତିଭୂମିର ବିକାଶ ହେବା ସହ ସ୍ମାର୍ଟ ଶ୍ରେଣୀଗୃହ କିମ୍ବା ଉତ୍କର୍ଷ କେନ୍ଦ୍ର କରାଯିବ। ଏଥିପାଇଁ ୩ କୋଟି ୧୨ ଲକ୍ଷ ୨୩ ହଜାର ୭୦୨ ଟଙ୍କା ଖର୍ଚ୍ଚ ହେବ। ‘ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ’ର ପ୍ରକଳ୍ପ ସମୀକ୍ଷା ବୈଠକରେ ଏହି ଟଙ୍କା ମଞ୍ଜୁର କରାଯାଇଛି। ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମୀକ୍ଷା ବୈଠକରେ ପ୍ରକଳ୍ପ ନିର୍ମାଣ ଓ ଅର୍ଥ ମଞ୍ଜୁର ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଟଙ୍କାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜରେ ପୁରାତନ ଛାତ୍ରୀଛାତ୍ରଙ୍କ ପାଇଁ ଉତ୍କର୍ଷ କେନ୍ଦ୍ର କରାଯିବ। ସେହିପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ନୂଆ ସ୍ମାର୍ଟ ଶ୍ରେଣୀଗୃହ ଓ ଭିଡିଓ କନ୍‌ଫରେନ୍ସ ହଲ୍‌ ନିର୍ମାଣ, ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌)ରେ ଛାତ୍ରୀଛାତ୍ରଙ୍କ ପାଇଁ ୟଙ୍ଗ ଟିଙ୍କର ସ୍ପେସ୍‌ କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବାଙ୍ଗିରିପୋଷିର ଲକ୍ଷ୍ମୀକାନ୍ତ ଡିଗ୍ରୀ କଲେଜରେ ସାଇକେଲ୍‌ ଷ୍ଟାଣ୍ଡର ସମ୍ପ୍ରପ୍ରସାରଣ ସହ ବିଜ୍ଞାନ ଲାବ୍‌ ପ୍ରତିଷ୍ଠା, ଢେଙ୍କାନାଳ ଯୋରନ୍ଦାର ମହିମା ମହାବିଦ୍ୟାଳୟରେ ବୈଦ୍ୟୁତିକ ଉପକରଣ କ୍ରୟ, ଢେଙ୍କାନାଳ ଭୁବନର ବାଜିରାଉତ ମେମୋରିଆଲ୍‌ ଡିଗ୍ରୀ କଲେଜର ଷ୍ଟାଫ୍‌ କମନ୍‌ରୁମ୍‌ର ଉନ୍ନତୀକରଣ ଏବଂ ଗଞ୍ଜାମର ଖଲ୍ଲିକୋଟ୍‌ ଏକକ ବିଶ୍ୱବିଦ୍ୟାଳୟର ସେମିନାର୍‌ ଲାଇବ୍ରେରି ପାଇଁ ବହି କ୍ରୟ କରାଯିବ। କଲେଜରେ ଏହିସବୁ ବିକାଶ ପାଇଁ ପୁରାତନ ଛାତ୍ରୀଛାତ୍ରମାନେ ‘ମୋ କଲେଜ ଅଭିଯାନ’ ମାଧ୍ୟମରେ ସହାୟତା ଅର୍ଥ ପ୍ରଦାନ କରିଛନ୍ତି। ସମୀକ୍ଷା ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ତଥା ‘ମୋ କଲେଜ’ର ଉପାଧ୍ୟକ୍ଷ ବିଷ୍ଣୁପଦ ସେଠୀ, ମୁଖ୍ୟ ପରିଚାଳନା ଅଧିକାରୀ ଅମିୟ କୁମାର ରାଉତ, ବିତ୍ତ ଅଧିକାରୀ ଅନିତା ସାହୁ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ରୋଜିନା ଦାସ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସଚିବ ରଶ୍ମି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିବେ କେରଳରୁ ଫେରୁଥିବା ପ୍ରବାସୀ ଓଡ଼ିଆ, ଅଧିକାରୀ କଲେ ସମୀକ୍ଷା

ଜଟଣୀ,୨।୫(ଡି.ଏନ୍‌.ଏ.): କେରଳରୁ ଆସୁଥିବା ପ୍ରବାସୀ ଓଡ଼ିଆ ସ୍ବତନ୍ତ୍ର ଟ୍ରେନରେ ଶନିବାର ରାତିରେ ଖୋର୍ଦ୍ଧା ରୋଡ୍‌ ଷ୍ଟେଶନରେ ପହଞ୍ଚିବେ। ଗଞ୍ଜାମ ଓ କୋରାପୁଟ ଜିଲାକୁ ଛାଡ଼ି ଅନ୍ୟ...

ସାନିଟାଇଜ ହେଲା ରତଙ୍ଗ କ୍ୱାରାଣ୍ଟାଇନ ସେଣ୍ଟର

ଫୁଲବାଣୀ ଅଫିସ, ୧୯ା୫-ଗ୍ରୀନ ଜୋନ୍‌ କନ୍ଧମାଳ ଜିଲାରେ କରୋନା ପହଞ୍ଚିଛି। ତାମିଲନାଡୁରୁ ଫେରି କ୍ୱାରାଣ୍ଟାଇନ୍‌ରେ ଥିବା ୨ ପ୍ରବାସୀଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ...

ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ତିର୍ତ୍ତୋଲ,୫ା୯(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଶୁକ୍ରବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିବା ଜଣାଯାଇଛି। ମୃତ୍ୟୁ...

ମାନସ ସ୍ବାଇଁ ହତ୍ୟା ଘଟଣା: ସିଲ୍‌ ହେଲା ‘ଦୟାଲ’ ବୃଦ୍ଧାଶ୍ରମ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍‌ ରବିବାର ଭୁବନେଶ୍ୱରସ୍ଥିତ ‘ଦୟାଲ’ ବୃଦ୍ଧାଶ୍ରମକୁ ସିଲ୍‌ କରିଛି। ଏହି ଆଶ୍ରମରୁ କିଛି...

ତାଲିମ ପଇସାରେ ବିଦେଶ ଗସ୍ତ

ଭୁବନେଶ୍ୱର,୧୨ା୫(ଅନିଲ ଦାସ):ଗଁାଗଣ୍ଡାରେ ରହୁଥିବା ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଅନେକେ ଘରେ ବସି ରହୁଛନ୍ତି। ସେହି ଯୁବତୀଯୁବକଙ୍କ ହାତକୁ...

ସିଗାରେଟ୍‌ ଦେବାରେ ବିଳମ୍ବ ହେବାରୁ ଫୁଟିଲା ଗୁଳି, ଜଣେ ଗୁରୁତର

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଖଡ଼ିବାହାଳୀ ଛକରେ ସିଗାରେଟ ଦେବାରେ ବିଳମ୍ବ ହେବାରୁ ଦୋକାନୀଙ୍କୁ ଗୁଳିମାଡ଼ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।...

ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଚାଲିଚାଲି ଯାଉଥିଲେ, ସୋରଠାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ସୋର,୨୯।୫(ଡି.ଏନ.ଏ.): ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣେ ପ୍ରବାସୀ ଶ୍ରମିକଙ୍କ ସୋର ଜାତୀୟ ରାଜପଥ ବରଫକଳ ଛକଠାରେ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପଶ୍ଚିମବଙ୍ଗର...

ପିଏନ୍‌ବିରୁ ୩୨ କୋଟି ଠକେଇ ମାମଲା: କୌଶିକଙ୍କ ଲକରରୁ ୩୭.୯ଲକ୍ଷ ଜବତ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନ ସ୍କୋୟାରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ (ପିଏନ୍‌ବି) ଶାଖାରେ ୩୨ କୋଟି ଠକେଇ ଘଟଣାର ତଦନ୍ତ ଚଳାଇଛି ସିବିଆଇ। ମଙ୍ଗଳବାର ଏହି ଘଟଣାର...

Advertisement
Archives

Model This Week