ଏକଚ୍ଛତ୍ରବାଦର ପଥରୋଧ

କୌଶିକ ବସୁ

ଗତ ସପ୍ତାହରେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି) ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧ ପାଇଁ ଓପଚାରିକ ଭାବେ ଦୋଷୀ କରିଥିଲେ। ୟୁକ୍ରେନ୍‌ର ପିଲାମାନଙ୍କୁ ବଳପୂର୍ବକ ରୁଷିଆକୁ ନେବା ଅଭିଯୋଗରେ ସେ ଦାୟୀ ବୋଲି କୋର୍ଟ ଦର୍ଶାଇ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। ଏଥିରୁ ବୁଝାପଡ଼ୁଛି, ଆଇସିସିରେ ଥିବା ୧୨୩ ସଦସ୍ୟ ରାଷ୍ଟ୍ର ସୁଯୋଗ ପାଇଲେ ଆଇନଗତ ଭାବେ ପୁଟିନଙ୍କୁ ଗିରଫ କରିପାରିବେ। ଅନ୍ତର୍ଜାତୀୟ ସ୍ତରରେ ପୁଟିନ୍‌ଙ୍କ ଏକଚ୍ଛତ୍ରବାଦ ବିରୋଧରେ ଏହା ଏକ ଅଭୂତପୂର୍ବ ଅଗ୍ରଗତି। ପୁଟିନ ଏବେ ଜଣେ ସମ୍ପୂର୍ଣ୍ଣ କ୍ରୂର ଓ ନିରଙ୍କୁଶ ଅତ୍ୟାଚାରୀ ଭାବେ ଆମତ୍ପ୍ରକାଶ କରିଛନ୍ତି। ପୁଟିନ୍‌ଙ୍କ ଆଚରଣ ଏକ ବ୍ୟାପକ ଧାରାର ସଙ୍କେତ ଦିଏ, ଯାହା ସବୁଠୁ ଖରାପ। ବିଶ୍ୱ ସାରା ଗଣତନ୍ତ୍ରର କଣ୍ଠରୋଧ କରାଯିବା ଧାରା ବଢ଼ିବାରେ ଲାଗିଛି। ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ଡେମୋକ୍ରାସି ଆଣ୍ଡ୍‌ ଇଲେକ୍ଟୋରାଲ ଆସିଷ୍ଟାନ୍ସ ଦ୍ୱାରା ‘ବୈଶ୍ୱିକ ଗଣତନ୍ତ୍ର ସ୍ଥିତି’ର ସଦ୍ୟତମ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିରେ ଦର୍ଶଯାଇଛି, ବିଶ୍ୱରେ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର ଚିନ୍ତାଜନକ ଅଧୋଗତି ହେଉଛି। ୨୦୨୨ରେ ୧୭୩ଟି ଦେଶରେ ଗଣତନ୍ତ୍ରର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ଏହି ଦେଶଗୁଡ଼ିକ ମଧ୍ୟରୁ ଅଧାରୁ ଅଧିକରେ ଗଣତନ୍ତ୍ର ଉପରେ ଅଧିକ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନରୁ ଆରମ୍ଭ କରି ନିକାରାଗୁଆ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଏକଚ୍ଛତ୍ରବାଦ ଶାସନ ମଧ୍ୟରୁ ଅର୍ଦ୍ଧେକରେ ଗଣତନ୍ତ୍ର ସ୍ଥିତି ଖରାପ ଥିବା ରିପୋର୍ଟରେ କୁହାଯାଇଛି। ଏସିଆ ପ୍ରାଚ୍ୟ ଅଞ୍ଚଳରେ କେବଳ ୫୪% ଲୋକ ଗଣତନ୍ତ୍ରରେ ରହୁଛନ୍ତି। ଏହାସହ ଦୁର୍ବଳ ଗଣତନ୍ତ୍ର କିମ୍ବା ଯେଉଁଠି ଗଣତନ୍ତ୍ର ଏକଚ୍ଛତ୍ରବାଦ ଆଡ଼କୁ ଢଳୁଛି, ସେହିସବୁ ଦେଶରେ ପାଖାପାଖି ୮୫% ଲୋକ ରହିଛନ୍ତି।
ବାସ୍ତବରେ ଏହା ଏକ ଚିନ୍ତାଜନକ ଧାରା। ଜଗତୀକରଣ ବିଶ୍ୱରେ ଏକଚ୍ଛତ୍ରବାଦର ଉତ୍‌ଥାନକୁ ରୋକିବା ଦାୟିତ୍ୱ ଗୋଟିଏ ଦେଶ ଉପରେ ଛାଡ଼ି ଦିଆଯାଇପାରିବ ନାହିଁ। ଯାହାର ପରିଣାମ ଆମେ ନିକଟରେ ବିଶ୍ୱରେ ଖାଦ୍ୟ ଯୋଗାଣ ଶୃଙ୍ଖଳରେ ବିଭ୍ରାଟ ଦେଖିବାକୁ ପାଇଛେ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଯୋଗୁ ଖାଦ୍ୟାଭାବ ଓ ଆଫ୍ରିକାରେ ମୁଦ୍ରାସ୍ଫୀତି ଆହୁରି ଖରାପ ହେବା ଦେଖିବାକୁ ପାଇବା। ଏହାସହ ଏକଚ୍ଛତ୍ରବାଦର ପରିଣାମ ଅଳ୍ପ ବହୁତେ ଅନୁଭବ କରୁଛେ ଓ ଆଗକୁ ଆହୁରି କରିିବା। ତେବେ ପ୍ରଶ୍ନ୍ନ ହେଉଛିି, ଏଭଳି ସ୍ଥିତିରେ ଆଇସିସି ଭଳି ଅନ୍ତର୍ଜାତୀୟ ସଂଗଠନ ଏକାକୀ କ’ଣ ବା କରିପାରିବ? କହିବାକୁ ଗଲେ ବାସ୍ତବରେ ଅତ୍ୟାଚାରୀ ପାଲଟିବା ତଥାକଥିତ ଶକ୍ତିଶାଳୀ ବ୍ୟକ୍ତିମାନଙ୍କର ଏକ ପ୍ରବୃତ୍ତି। ଭେନେଜୁଏଲାର ହ୍ୟୁଗୋ ଚାଭେଜଙ୍କଠାରୁ ଆରମ୍ଭ କରି ଜିମ୍ବାଓ୍ବେର ରବର୍ଟ ମୁଗାବେ ଏବଂ ତୁର୍କୀରେ ରିସେପ ତାୟିପ୍‌ ଏର୍ଡୋଗାନଙ୍କ ନିକଟ ଇତିହାସକୁ ଦେଖିଲେ ସ୍ପଷ୍ଟ ହୁଏ ଯେ, ଉତ୍ତମ ଲକ୍ଷ୍ୟ ନେଇ କ୍ଷମତାକୁ ଆସିଥିବା ଅନେକ ନେତା ସମୟଚକ୍ରରେ ଅତି ଖରାପ ଶାସକ ପାଲଟିଯାଇଛନ୍ତି। ବହୁ ସମୟରେ ଏହା ମଧ୍ୟ ଦେଖାଯାଇଛି ଯେ, ସେମାନେ ଅନେକଙ୍କ ମୃତ୍ୟୁର କାରଣ ହୋଇଛନ୍ତି।
ସେପ୍ଟେମ୍ବର ୨୦୧୩ରେ ମାନାଗୁଆରେ ନିକାରାଗୁଆର ଏକଚ୍ଛତ୍ରବାଦୀ ଶାସକ ଡାନିଏଲ୍‌ ଓର୍ଟେଗାଙ୍କ ସହ ପ୍ରତ୍ୟକ୍ଷ ସାକ୍ଷାତ ପରେ ଏଭଳି ବିପଦ ସମ୍ପର୍କରେ ସଚେତନ ଥିଲି। ଆନାଷ୍ଟାସିଓ ସୋମୋଜାଙ୍କ ଦୁର୍ନୀତିଗ୍ରସ୍ତ ଶାସନକୁ ହଟାଇବା କାର୍ଯ୍ୟର ମୁଁ ପ୍ରଶଂସକ ହୋଇଥିବାରୁ ତାଙ୍କୁ ଭେଟ କରିବାକୁ ବହୁ ଦିନରୁ ଚାହଁିଥିଲି। ସୁଯୋଗ ପାଇବାରୁ ତାଙ୍କ ସହ ସାଣ୍ଡିନିଷ୍ଟା ବିଳ୍ପବ ଓ ନିକାରାଗୁଆ ସମ୍ମୁଖୀନ ହୋଇଥିବା ଆହ୍ବାନଗୁଡ଼ିକ ସମ୍ପର୍କରେ ଦୀର୍ଘ ଆଲୋଚନା କରିଥିଲି। ତେବେ ତା’ପରଠାରୁ ଓର୍ଟେଗାଙ୍କ ଅତ୍ୟାଚାରୀ କୁତ୍ସିତ ବ୍ୟକ୍ତିତ୍ୱ ସାମ୍ନାକୁ ଆସିଛି। ମୁଁ ସେସମୟରେ ଏହା ଅନୁଭବ କରି ନ ଥିଲି। କିନ୍ତୁ ସେତେବେଳେ ସୋମୋଜାଙ୍କୁ ଗାଦିଚ୍ୟୁତ କରିଥିବା ଯେଉଁ ବ୍ୟକ୍ତି(ଓର୍ଟେଗା)ଙ୍କୁ ମୁଁ ସାକ୍ଷାତ କରିଥିଲି ସେ ଆଉ ସେମିତି ହୋଇ ରହିଲେ ନାହିଁ। ସେ ଯାହାକୁ ବିରୋଧ କରିଥିଲେ ତାଙ୍କ ଭଳି ହୋଇଗଲେ। ତେବେ ଏହା କିପରି ଘଟିଲା। ଆମେ ରାଜନୀତି ବିଜ୍ଞାନ ଓ ଅର୍ଥନୀତିରୁ ଜାଣୁ ଯେ, ବଡ଼ ସ୍ଥୂଳ ପ୍ରଶ୍ନର ଉତ୍ତର ବହୁ ସମୟରେ ସୂକ୍ଷ୍ମ କାରକରେ ସନ୍ନିହିତ ଥାଏ, ଯାହା ଓର୍ଟେଗାଙ୍କ ଘଟଣାରେ ଦେଖିବାକୁ ମିଳେ। ଯଦି ତୁମେ ଜଣେ ରାଜନୈତିକ ନେତା, ତେବେ ଗୋଟିଏ ସମୟ ଆସିବ ଯେତେବେଳେ ତୁମେ କ୍ଷମତାରେ ଲମ୍ବା ସମୟ ରହିବ କି ନାହିଁ ତାହା ସ୍ଥିର କରିବାକୁ ପଡ଼ିବ। ତୁମେ ଯାହା ହୋଇଥାଅ ନା କାହିଁକି, ରାଜନୀତିରେ ସବୁବେଳେ ଅଧିକ ଟଙ୍କା ଯୋଗାଡ଼ କରିବା, ସରକାରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରି ବିରୋଧୀଙ୍କୁ ଟାର୍ଗେଟ କରିବା କିମ୍ବା ଅନ୍ୟ ଘୃଣିତ ମାଧ୍ୟମରେ ନୈତିକ ସୀମା ଟପିବାର ବ୍ୟଗ୍ରତା ଥାଏ।
ନିକଟରେ ଏକ ଲେଖାରେ ମୁଁ ଯୁକ୍ତି ବାଢିଥିଲି ଯେ, ଏହି ଆକଳନରେ ଏକ ଗମ୍ଭୀର ତଥା ସାଧାରଣ ତ୍ରୁଟି ଅଛି; ଯାହାକୁ ବ୍ୟକ୍ତିର ନିଷ୍ପତ୍ତି ଉପରେ ମାନସିକ ଓ ସାମାଜିକ ପ୍ରଭାବକୁ ଅନୁଧ୍ୟାନ କରୁଥିବା ଅର୍ଥନୀତିଜ୍ଞମାନେ କହନ୍ତି ‘ଡାଇନାମିକ ଇନ୍‌କନସିଷ୍ଟେନ୍ସି’। ଅର୍ଥାତ୍‌ ଏହା ଏଭଳି ଏକ ସ୍ଥିତି ଯେଉଁଥିରେ ନିଷ୍ପତ୍ତି ନେଉଥିବା ବ୍ୟକ୍ତିର ପସନ୍ଦ ସମୟାନୁସାରେ ପରିିବର୍ତ୍ତନ ହୋଇଥାଏ। କିନ୍ତୁ ସମସ୍ୟା ରହିଛି ଏକ ଦୀର୍ଘମିଆଦୀ ଦୃଷ୍ଟିକୋଣକୁ ଅଣଦେଖା କରିବା ବା ଛାଡ଼ିଯିବା। ଅଧିକାଂଶ ନେତା କ୍ଷମତାରେ ରହି ଷଢଯନ୍ତ୍ର ଓ ଖରାପ କାର୍ଯ୍ୟରେ ଲିପ୍ତ ହୁଅନ୍ତି ଏବଂ କ୍ଷମତାରୁ ବିଦା ହେବାର ବିକଳ୍ପ ଥିଲେ ସେମାନେ ଆହୁରି ଖରାପ ହୋଇଯାଆନ୍ତି। କ୍ଷମତା ବାହାରେ ଥିବାବେଳେ ଦୀର୍ଘଦିନ ଧରି ନିର୍ଯାତନା ଓ ଅଧିକ ଷଡ଼ଯନ୍ତ୍ରରେ ଲିପ୍ତ ନେତାଙ୍କ ଆଚରଣ ଉପରେ ଆଇନଗତ ତଦନ୍ତର ସମ୍ଭାବନା ଥାଏ କିମ୍ବା ରାଜନୈତିକ ବିରୋଧୀଙ୍କ ପକ୍ଷରୁ ପ୍ରତିଶୋଧର ସମ୍ମୁଖୀନ ହେବାର ଆଶଙ୍କା ରହେ, ଯାହା ଆମକୁ ଆଇସିସିର ଗିରଫ ପରଓ୍ବାନା ସ୍ମରଣ କରାଇ ଦେଇଛି। ଅନ୍ତର୍ଜାତୀୟ ନ୍ୟାୟର ସୀମା କେତେ ତାହା ପୁଟିନ୍‌ ଅନେକ ବର୍ଷ ହେଲା ପରଖିଛନ୍ତି ଏବଂ ଏବେ ଆଇସିସି ପୁଟିନ୍‌ଙ୍କୁ ଦୋଷୀ କରିବା ଲାଗି ଏକ ଓପଚାରିକ ପଦକ୍ଷେପ ନେଇଛି। ଏହି କାରଣରୁ ପୁଟିନ କ୍ଷମତାକୁ ଧରି ରଖିବା ପାଇଁ ଆହୁରି ବ୍ୟଗ୍ର ବା ଗମ୍ଭୀର ହୋଇଯିବାର ସମ୍ଭାବନା ଅଛି।
ସମ୍ପ୍ରତି ସଂଯୋଜିତ ବିଶ୍ୱରେ ଏଭଳି ଆଚରଣର ବୈଶ୍ୱିକ ପ୍ରଭାବ ରହିଛି, ଯାହାକୁ ଜାତିସଂଘ ଏବଂ ଆଇସିସି ଭଳି ସଂସ୍ଥା ସମାଧାନ କରିବା ଦରକାର। କ’ଣ କରିବାକୁ ହେବ ତାହାକୁ ଠିକ୍‌ ଭାବେ ନିର୍ଦ୍ଧାରଣ କରିବା ଲାଗି ଅଧିକ ବିଚାରବିମର୍ଶ ଲୋଡ଼ା। କିନ୍ତୁ ଅନ୍ତର୍ଜାତୀୟ ଆଇନର ସୁଯୋଗକୁ ସମ୍ପ୍ରସାରଣ କରିବାକୁ ହେବ କିମ୍ବା ଏହାକୁ ଏକ ବୈଶ୍ୱିକ ସମ୍ବିଧାନରେ ସ୍ଥାନ ଦେବାକୁ ପଡ଼ିବ। ଏହା ମଧ୍ୟ ସ୍ପଷ୍ଟ ଯେ, ଜାତିସଂଘ ପାଇଁ ଆବଶ୍ୟକ ଯାହା ନିମ୍ନତମ ସିଦ୍ଧାନ୍ତ ପାଳନ କରିପାରିବ। ଭବିଷ୍ୟତରେ ଅନେକ କିଛି ଆଲୋଚନା କରିବାକୁ ଥିବାବେଳେ ଏବେ ତୁରନ୍ତ ନିର୍ବାଚିତ ନେତାଙ୍କ କ୍ଷମତାର କାର୍ଯ୍ୟକାଳ ସୀମା ଉପରେ ଆଲୋଚନା କରାଯିବା ଅନିବାର୍ଯ୍ୟ। ସେମାନଙ୍କ ପାଇଁ ଏକ ନୂଆ ବ୍ୟବସ୍ଥା କରାଯିବ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ତାହା ସମ୍ପୃକ୍ତ ଦେଶ ସ୍ଥିର କରିବାକୁ ହେବ। ଏଠାରେ ପ୍ରଦତ୍ତ ପ୍ରତ୍ୟେକ ଏକଚ୍ଛତ୍ରବାଦ ଦେଶରେ ଅନିୟନ୍ତ୍ରିତ କ୍ଷମତାର ବୈଶ୍ୱିକ ଗତିଶୀଳତାକୁ ଦେଖିଲେ ଆମେ ସମସ୍ତେ ଅନ୍ତର୍ଜାତୀୟ ଆଇନର ପ୍ରୟୋଗ ପାଇଁ ଆଗ୍ରହୀ। ଏହାର ପଦକ୍ଷେପରେ ପରିବର୍ତ୍ତନ ଚାହଁୁ, ଯାହା ଏକଚ୍ଛତ୍ରବାଦର ପଥରୋଧ କରି ସେଥିରୁ ରାଜନେତାମାନଙ୍କୁ ବିଚ୍ୟୁତ କରିପାରିବ। ଏହା ସହ କ୍ଷମତା କାର୍ଯ୍ୟକାଳର ସୀମା ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବା ଦରକାର। ଏକ ଏକକ ମାନକ ଗଢିବା ଲାଗି ଏହା ହିଁ ଉପଯୁକ୍ତ ସମୟ ଯେଉଁଥିରେ ଦେଶଗୁଡ଼ିକୁ ଉତ୍ତରଦାୟୀ କରାଯାଇପାରିବ।
ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ, ବିଶ୍ୱ ବ୍ୟାଙ୍କ
ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା,
ଭାରତ ସରକାର


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri