କୁନି ଓଠରେ କଥା ନାହିଁ

ନାରାୟଣ ଚନ୍ଦ୍ର ବିଶ୍ୱାଳ

ଶିଶୁଟି ୧୧ ମାସ ହେଲା ବେଳକୁ ଗୋଟେ ଦି’ଟା ଶବ୍ଦ ଉଚ୍ଚାରଣ କରିପାରୁଛି। ୧୬ମାସ ବେଳକୁ ଅଳ୍ପ କେଇଟି ଶବ୍ଦ ଉଚ୍ଚାରଣ କରୁଛି, ଯାହାର ପ୍ରକୃତ ଶବ୍ଦ ସହିତ କିଛି ସାମଞ୍ଜସ୍ୟ ରହୁଛି। ୨୪ ମାସ ବେଳକୁ ସିଏ ଆଉ କିଛି ଏଭଳି ଶବ୍ଦକୁ ତା’ ପାଟିରେ କହିବାକୁ ଚେଷ୍ଟା କରୁଛି। କିନ୍ତୁ ଅଧିକାଂଶ ମା’-ବାପା ଖିଆଲ କରିପାରୁନାହାନ୍ତି ଦୁଇବର୍ଷ ବେଳକୁ ସିଏ ଅନେକ କିଛି କହିବା କଥା ତା’ଦରୋଟି ଓଠରେ।
ଶିଶୁରୋଗ ବିଶେଷଜ୍ଞମାନଙ୍କ ଏକ ରିପୋର୍ଟରୁ ଜଣାଯାଇଛି ଏଇ କିଛିବର୍ଷ ହେଲା ସେମାନଙ୍କ ପାଖକୁ ଦୁଇବର୍ଷ ପାରିକରି ସାରିଥିବା ଶିଶୁମାନଙ୍କ ବାକ୍‌ ସମସ୍ୟା ନେଇ ଅନେକ ମାତା-ପିତା ଆସୁଛନ୍ତି। ସେମାନଙ୍କ ସମସ୍ୟା ହେଲା ତାଙ୍କ ପିଲା ଏଯାଏ କଥା କହୁନି କାହିଁକି। ସବୁ କରୁଛି କିନ୍ତୁ ପାଟିର କଥାରେ ନିଜ ଭାବ ବ୍ୟକ୍ତ କରିପାରୁନି। ଅଧିକାଂଶ ଇଚ୍ଛା ଠାରରେ ବ୍ୟକ୍ତ କରୁଛି। କିଛି କହିବାକୁ ଚାହିଁଲେ ମା’ବାପାଙ୍କୁ ଭିଡ଼ିନେଉଛି ସେଇଠିକୁ ଯେଉଁଟା ସିଏ ନିଜେ କହିପାରନ୍ତା।
ଏମିତି ହେବାର କାରଣ କ’ଣ? କାହିଁକି କଥା କହିପାରୁନାହାନ୍ତି, ଆଜିକାଲିକା କଅଁଳ ପିଲାମାନେ, ଯେଉଁ ବୟସରେ ସେମାନେ ଅନେକ କିଛି ବକର ବକର ହୋଇ ବାପା-ମା’ଙ୍କୁ ଜେଜେ- ଜେଜେମା’ଙ୍କୁ ବ୍ୟସ୍ତ କରିବା କଥା। ଆସନ୍ତୁ ଦେଖିବା ଡାକ୍ତର ଏବଂ ମନୋବିଜ୍ଞାନୀମାନେ କ’ଣ କହନ୍ତି- ଦିଲ୍ଲୀର ଜନୈକ ‘ସ୍ପିଚ୍‌ ଥେରାପିଷ୍ଟ’ ଡାକ୍ତର ରାଜକୁମାର ଶର୍ମା କହନ୍ତି- ସପ୍ତାହକୁ ପାଞ୍ଚରୁ ସାତ ପିଲାଙ୍କ ମା’-ବାପା ତାଙ୍କ ପାଖକୁ ଆସିଥାନ୍ତି ସେମାନଙ୍କ ପିଲାଙ୍କୁ ନେଇ, ଯେଉଁମାନଙ୍କଠାରେ ଏଭଳି ବାକ୍‌ ସମସ୍ୟା ରହିଛି। ଏମାନଙ୍କ ଭିତରୁ ଅଧିକାଂଶ ମା’-ବାପା ଚାକିରିଆ ଏବଂ ନ୍ୟୁକ୍ଲିୟର (ଛୋଟ ପରିବାର)କୁ ଆପଣେଇ ନେଇଛନ୍ତି। ଏଇ କାରଣରୁ ସେମାନେ ତାଙ୍କ ପିଲାଙ୍କୁ ଯଥେଷ୍ଟ ସମୟ ଦେଇପାରନ୍ତି ନାହିଁ। ଫଳରେ ପିଲାଙ୍କ ପାଖରେ ବାକ୍‌ ସମସ୍ୟା ଏବଂ ଭାଷାଗତ ସମସ୍ୟା ଦେଖାଦେଉଛି। ଡାକ୍ତର ଶର୍ମା କହନ୍ତି- ମନୀତ୍‌ଠାରେ କୌଣସି ଶାରୀରିକ ଅକ୍ଷମତା ନ ଥିବା ସତ୍ତ୍ୱେ ସେ ଚାରିବର୍ଷ ବୟସରେ ମଧ୍ୟ ଭଲରୂପେ କଥା କହିପାରୁ ନାହିଁ। ତା’ର ସମସ୍ୟା ସେ ବଢ଼ୁଥିବା ପରିବାରରୁ ହିଁ ଆରମ୍ଭ ହୋଇଛି। ମା’-ବାପା ଚାକିରିଆ ହୋଇଥିବାରୁ ତା’ ପାଇଁ କେହି ସମୟ ଦେଇପାରନ୍ତିନି। ଏଥିସହିତ ସେମାନଙ୍କ ଭିତରେ ସବୁବେଳେ ମନୋମାଳିନ୍ୟ ଲାଗି ରହିଥାଏ। ପିଲାଙ୍କ ବାକ୍‌ ସମସ୍ୟା ଅନ୍ୟାନ୍ୟ ପାରିପାର୍ଶ୍ୱିକ ପରିବେଶଠାରୁ ନିଜ ପରିବାର ଦ୍ୱାରା ବେଶି ପ୍ରଭାବିତ ହୋଇଥାଏ।
ଆଜିକାଲି ଦେଖାଯାଉଛି ଅଧିକାଂଶ ବାପା-ମା’ ଅଫିସରୁ ଫେରି ସାମାନ୍ୟ ଚା’ଜଳଖିଆ ଖାଇ ସେମାନଙ୍କ ଲାପ୍‌ଟପ୍‌ / କମ୍ପ୍ୟୁଟରକୁ ନେଇ ବ୍ୟସ୍ତ ରହୁଛନ୍ତି। ସେତେବେଳେ ପିଲାଟି ଚୁପ୍‌ଚାପ୍‌ ତା’ ଖେଳଣା ନେଇ ବ୍ୟସ୍ତ ରହୁଛି। କଥା କାହା ସାଙ୍ଗରେ କହିବ ସିଏ? ଅନେକ ମା’-ବାପା ଭାବିଥାନ୍ତି ପିଲାମାନଙ୍କୁ ଟିଭି ପାଖରେ ବସେଇଦେଲେ ସେମାନେ ସେଇଥିରୁ ଭାଷା ଶିଖିଯିବେ, କଥା କହିବା ଶିଖିଯିବେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ଟିଭିରେ ଦେଖାଯାଉଥିବା ଦୃଶ୍ୟ ପିଲାମାନଙ୍କ ବୁଝିବା ପାଇଁ ଯଥେଷ୍ଟ ହୁଏ। ସେମାନଙ୍କ ମସ୍ତିଷ୍କ ଦୃଶ୍ୟରୁ ବୁଝିଯାଏ ସବୁ। ଭାଷାକୁ ଗୁରୁତ୍ୱ ଦିଏନି। ପିଲାମାନେ ଚରିତ୍ରଟି କ’ଣ କହୁଛି ତା’ ଉପରେ ବେଶି ଗୁରୁତ୍ୱ ଦିଅନ୍ତି ନାହିଁ। କେବଳ ଚରିତ୍ରର ବଡିଲାଙ୍ଗୁଏଜ୍‌କୁ ସିଏ ଦେଖିଥାଏ। ସେଇଥିରୁ ସିଏ ଯାହା ବୁଝେ। ଛୋଟିଆ ପିଲାଟିକୁ ଗୋଟେ ଇଂଲିଶ ଧାରାବାହିକ ଯଦି ଦେଖାଇ ଦିଆଯାଏ ସେ ତା’ର ଭାଷା ନ ବୁଝିପାରି ଟିଭି ଦେଖାରୁ ଦୂରେଇ ଯିବନି। ପିଲାଙ୍କ ବାକ୍‌ ପ୍ରାଞ୍ଜଳତା ମା’-ବାପାଙ୍କ ଉପରେ ନିର୍ଭର କରେ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି- ଉଦାହରଣ ସ୍ବରୂପ ଯଦି ସାନ ପିଲାଟିଏ ତା’ ମା’କୁ କହୁଛି- ‘ମୋତେ ଲୁଟି ଦିଅ ମୁଁ ଖାଇବି’। ତାକୁ ବାରମ୍ବାର ବୁଝେଇ ଦେବା ଉଚିତ ଯେ ସେଇଟା ‘ଲୁଟି’ ନୁହଁ ରୁଟି। ତା’ପରେ ବି ଯଦି ସେ ଭୁଲ୍‌ କରେ ତେବେ ସିଏ ଲୁଟି ମାଗିଲେ ତାକୁ ରୁଟି ଦିଅନ୍ତୁ ନାହିଁ। ତାକୁ କୁହନ୍ତୁ ସେ ନିର୍ଭୁଲ୍‌ ଭାବରେ କହିଲେ ତାକୁ ରୁଟି ଦିଆଯିବ।
ଏଭଳି କଲେ ଦେଖିବେ ସେ ଆସ୍ତେ ଆସ୍ତେ ତା’ ଭୁଲ୍‌ ବୁଝିପାରିବ ଏବଂ ଠିକ୍‌ ଉଚ୍ଚାରଣ କରିବ। ଆଜିକାଲି ଦେଖାଯାଉଥିବା ଇଣ୍ଟରକାଷ୍ଟ ମ୍ୟାରେଜ୍‌ ବା ଦୁଇଟି ଭିନ୍ନ ଭାଷାଭାଷୀ ସ୍ତ୍ରୀ-ପୁରୁଷଙ୍କ ଭିତରେ ବିବାହ ପିଲାଙ୍କ ବାକ୍‌ ସମସ୍ୟାକୁ ଅଧିକ ପ୍ରଭାବିତ କରୁଛି। ସିଏ କେଉଁ ଭାଷାକୁ ଶିଖିବ ଦ୍ୱନ୍ଦ୍ୱରେ ପଡ଼ୁଛି। ଏସବୁ ସମସ୍ୟାକୁ ମା’-ବାପା ଟିକେ ଗୁରୁତ୍ୱ ଦେଲେ ଏଭଳି ସମସ୍ୟା ଦୂରେଇ ଯିବ।
ବାକ୍‌ ଶ୍ରବଣ ବିଶେଷଜ୍ଞ,
‘ଧ୍ୱନି’ ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?