କୁନି ଓଠରେ କଥା ନାହିଁ

ନାରାୟଣ ଚନ୍ଦ୍ର ବିଶ୍ୱାଳ

ଶିଶୁଟି ୧୧ ମାସ ହେଲା ବେଳକୁ ଗୋଟେ ଦି’ଟା ଶବ୍ଦ ଉଚ୍ଚାରଣ କରିପାରୁଛି। ୧୬ମାସ ବେଳକୁ ଅଳ୍ପ କେଇଟି ଶବ୍ଦ ଉଚ୍ଚାରଣ କରୁଛି, ଯାହାର ପ୍ରକୃତ ଶବ୍ଦ ସହିତ କିଛି ସାମଞ୍ଜସ୍ୟ ରହୁଛି। ୨୪ ମାସ ବେଳକୁ ସିଏ ଆଉ କିଛି ଏଭଳି ଶବ୍ଦକୁ ତା’ ପାଟିରେ କହିବାକୁ ଚେଷ୍ଟା କରୁଛି। କିନ୍ତୁ ଅଧିକାଂଶ ମା’-ବାପା ଖିଆଲ କରିପାରୁନାହାନ୍ତି ଦୁଇବର୍ଷ ବେଳକୁ ସିଏ ଅନେକ କିଛି କହିବା କଥା ତା’ଦରୋଟି ଓଠରେ।
ଶିଶୁରୋଗ ବିଶେଷଜ୍ଞମାନଙ୍କ ଏକ ରିପୋର୍ଟରୁ ଜଣାଯାଇଛି ଏଇ କିଛିବର୍ଷ ହେଲା ସେମାନଙ୍କ ପାଖକୁ ଦୁଇବର୍ଷ ପାରିକରି ସାରିଥିବା ଶିଶୁମାନଙ୍କ ବାକ୍‌ ସମସ୍ୟା ନେଇ ଅନେକ ମାତା-ପିତା ଆସୁଛନ୍ତି। ସେମାନଙ୍କ ସମସ୍ୟା ହେଲା ତାଙ୍କ ପିଲା ଏଯାଏ କଥା କହୁନି କାହିଁକି। ସବୁ କରୁଛି କିନ୍ତୁ ପାଟିର କଥାରେ ନିଜ ଭାବ ବ୍ୟକ୍ତ କରିପାରୁନି। ଅଧିକାଂଶ ଇଚ୍ଛା ଠାରରେ ବ୍ୟକ୍ତ କରୁଛି। କିଛି କହିବାକୁ ଚାହିଁଲେ ମା’ବାପାଙ୍କୁ ଭିଡ଼ିନେଉଛି ସେଇଠିକୁ ଯେଉଁଟା ସିଏ ନିଜେ କହିପାରନ୍ତା।
ଏମିତି ହେବାର କାରଣ କ’ଣ? କାହିଁକି କଥା କହିପାରୁନାହାନ୍ତି, ଆଜିକାଲିକା କଅଁଳ ପିଲାମାନେ, ଯେଉଁ ବୟସରେ ସେମାନେ ଅନେକ କିଛି ବକର ବକର ହୋଇ ବାପା-ମା’ଙ୍କୁ ଜେଜେ- ଜେଜେମା’ଙ୍କୁ ବ୍ୟସ୍ତ କରିବା କଥା। ଆସନ୍ତୁ ଦେଖିବା ଡାକ୍ତର ଏବଂ ମନୋବିଜ୍ଞାନୀମାନେ କ’ଣ କହନ୍ତି- ଦିଲ୍ଲୀର ଜନୈକ ‘ସ୍ପିଚ୍‌ ଥେରାପିଷ୍ଟ’ ଡାକ୍ତର ରାଜକୁମାର ଶର୍ମା କହନ୍ତି- ସପ୍ତାହକୁ ପାଞ୍ଚରୁ ସାତ ପିଲାଙ୍କ ମା’-ବାପା ତାଙ୍କ ପାଖକୁ ଆସିଥାନ୍ତି ସେମାନଙ୍କ ପିଲାଙ୍କୁ ନେଇ, ଯେଉଁମାନଙ୍କଠାରେ ଏଭଳି ବାକ୍‌ ସମସ୍ୟା ରହିଛି। ଏମାନଙ୍କ ଭିତରୁ ଅଧିକାଂଶ ମା’-ବାପା ଚାକିରିଆ ଏବଂ ନ୍ୟୁକ୍ଲିୟର (ଛୋଟ ପରିବାର)କୁ ଆପଣେଇ ନେଇଛନ୍ତି। ଏଇ କାରଣରୁ ସେମାନେ ତାଙ୍କ ପିଲାଙ୍କୁ ଯଥେଷ୍ଟ ସମୟ ଦେଇପାରନ୍ତି ନାହିଁ। ଫଳରେ ପିଲାଙ୍କ ପାଖରେ ବାକ୍‌ ସମସ୍ୟା ଏବଂ ଭାଷାଗତ ସମସ୍ୟା ଦେଖାଦେଉଛି। ଡାକ୍ତର ଶର୍ମା କହନ୍ତି- ମନୀତ୍‌ଠାରେ କୌଣସି ଶାରୀରିକ ଅକ୍ଷମତା ନ ଥିବା ସତ୍ତ୍ୱେ ସେ ଚାରିବର୍ଷ ବୟସରେ ମଧ୍ୟ ଭଲରୂପେ କଥା କହିପାରୁ ନାହିଁ। ତା’ର ସମସ୍ୟା ସେ ବଢ଼ୁଥିବା ପରିବାରରୁ ହିଁ ଆରମ୍ଭ ହୋଇଛି। ମା’-ବାପା ଚାକିରିଆ ହୋଇଥିବାରୁ ତା’ ପାଇଁ କେହି ସମୟ ଦେଇପାରନ୍ତିନି। ଏଥିସହିତ ସେମାନଙ୍କ ଭିତରେ ସବୁବେଳେ ମନୋମାଳିନ୍ୟ ଲାଗି ରହିଥାଏ। ପିଲାଙ୍କ ବାକ୍‌ ସମସ୍ୟା ଅନ୍ୟାନ୍ୟ ପାରିପାର୍ଶ୍ୱିକ ପରିବେଶଠାରୁ ନିଜ ପରିବାର ଦ୍ୱାରା ବେଶି ପ୍ରଭାବିତ ହୋଇଥାଏ।
ଆଜିକାଲି ଦେଖାଯାଉଛି ଅଧିକାଂଶ ବାପା-ମା’ ଅଫିସରୁ ଫେରି ସାମାନ୍ୟ ଚା’ଜଳଖିଆ ଖାଇ ସେମାନଙ୍କ ଲାପ୍‌ଟପ୍‌ / କମ୍ପ୍ୟୁଟରକୁ ନେଇ ବ୍ୟସ୍ତ ରହୁଛନ୍ତି। ସେତେବେଳେ ପିଲାଟି ଚୁପ୍‌ଚାପ୍‌ ତା’ ଖେଳଣା ନେଇ ବ୍ୟସ୍ତ ରହୁଛି। କଥା କାହା ସାଙ୍ଗରେ କହିବ ସିଏ? ଅନେକ ମା’-ବାପା ଭାବିଥାନ୍ତି ପିଲାମାନଙ୍କୁ ଟିଭି ପାଖରେ ବସେଇଦେଲେ ସେମାନେ ସେଇଥିରୁ ଭାଷା ଶିଖିଯିବେ, କଥା କହିବା ଶିଖିଯିବେ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌ ଧାରଣା। ଟିଭିରେ ଦେଖାଯାଉଥିବା ଦୃଶ୍ୟ ପିଲାମାନଙ୍କ ବୁଝିବା ପାଇଁ ଯଥେଷ୍ଟ ହୁଏ। ସେମାନଙ୍କ ମସ୍ତିଷ୍କ ଦୃଶ୍ୟରୁ ବୁଝିଯାଏ ସବୁ। ଭାଷାକୁ ଗୁରୁତ୍ୱ ଦିଏନି। ପିଲାମାନେ ଚରିତ୍ରଟି କ’ଣ କହୁଛି ତା’ ଉପରେ ବେଶି ଗୁରୁତ୍ୱ ଦିଅନ୍ତି ନାହିଁ। କେବଳ ଚରିତ୍ରର ବଡିଲାଙ୍ଗୁଏଜ୍‌କୁ ସିଏ ଦେଖିଥାଏ। ସେଇଥିରୁ ସିଏ ଯାହା ବୁଝେ। ଛୋଟିଆ ପିଲାଟିକୁ ଗୋଟେ ଇଂଲିଶ ଧାରାବାହିକ ଯଦି ଦେଖାଇ ଦିଆଯାଏ ସେ ତା’ର ଭାଷା ନ ବୁଝିପାରି ଟିଭି ଦେଖାରୁ ଦୂରେଇ ଯିବନି। ପିଲାଙ୍କ ବାକ୍‌ ପ୍ରାଞ୍ଜଳତା ମା’-ବାପାଙ୍କ ଉପରେ ନିର୍ଭର କରେ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି- ଉଦାହରଣ ସ୍ବରୂପ ଯଦି ସାନ ପିଲାଟିଏ ତା’ ମା’କୁ କହୁଛି- ‘ମୋତେ ଲୁଟି ଦିଅ ମୁଁ ଖାଇବି’। ତାକୁ ବାରମ୍ବାର ବୁଝେଇ ଦେବା ଉଚିତ ଯେ ସେଇଟା ‘ଲୁଟି’ ନୁହଁ ରୁଟି। ତା’ପରେ ବି ଯଦି ସେ ଭୁଲ୍‌ କରେ ତେବେ ସିଏ ଲୁଟି ମାଗିଲେ ତାକୁ ରୁଟି ଦିଅନ୍ତୁ ନାହିଁ। ତାକୁ କୁହନ୍ତୁ ସେ ନିର୍ଭୁଲ୍‌ ଭାବରେ କହିଲେ ତାକୁ ରୁଟି ଦିଆଯିବ।
ଏଭଳି କଲେ ଦେଖିବେ ସେ ଆସ୍ତେ ଆସ୍ତେ ତା’ ଭୁଲ୍‌ ବୁଝିପାରିବ ଏବଂ ଠିକ୍‌ ଉଚ୍ଚାରଣ କରିବ। ଆଜିକାଲି ଦେଖାଯାଉଥିବା ଇଣ୍ଟରକାଷ୍ଟ ମ୍ୟାରେଜ୍‌ ବା ଦୁଇଟି ଭିନ୍ନ ଭାଷାଭାଷୀ ସ୍ତ୍ରୀ-ପୁରୁଷଙ୍କ ଭିତରେ ବିବାହ ପିଲାଙ୍କ ବାକ୍‌ ସମସ୍ୟାକୁ ଅଧିକ ପ୍ରଭାବିତ କରୁଛି। ସିଏ କେଉଁ ଭାଷାକୁ ଶିଖିବ ଦ୍ୱନ୍ଦ୍ୱରେ ପଡ଼ୁଛି। ଏସବୁ ସମସ୍ୟାକୁ ମା’-ବାପା ଟିକେ ଗୁରୁତ୍ୱ ଦେଲେ ଏଭଳି ସମସ୍ୟା ଦୂରେଇ ଯିବ।
ବାକ୍‌ ଶ୍ରବଣ ବିଶେଷଜ୍ଞ,
‘ଧ୍ୱନି’ ମଙ୍ଗଳାବାଗ, କଟକ
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri