ପ୍ରାଣୀଙ୍କୁ ସାପ କାମୁଡ଼ିଲେ ଭଗବାନ୍‌ ଭରସା

ଭୁବନେଶ୍ୱର, ୨।୧(ବ୍ୟୁରୋ):ସାପ କାମୁଡ଼ିଲେ ମଣିଷ ପାଇଁ ଯେତିକି ଗୁରୁତ୍ୱ ପ୍ରଦାନ କରାଯାଏ, ପ୍ରାଣୀଙ୍କ କ୍ଷେତ୍ରରେ ତାହା ଦେଖାଯାଏ ନାହିଁ। ବନ୍ୟପ୍ରାଣୀ ହେଉ କି ଗୃହପାଳିତ, ସାପ କାମୁଡ଼ିଲେ ଭଗବାନ୍‌ ଭରସା। ମଣିଷକୁ ସାପ କାମୁଡ଼ିଲେ ଯେଉଁ ଆଣ୍ଟିଭେନମ ଦିଆଯାଏ, ପ୍ରାଣୀଙ୍କୁ ମଧ୍ୟ ସେହି ଆଣ୍ଟିଭେନମ ଦିଆଯାଏ। କିନ୍ତୁ ଆଣ୍ଟିଭେନମ ଅଭାବ ଯୋଗୁ ବହୁ ପ୍ରାଣୀ ମୃତ୍ୟୁମୁଖରେ ପଡ଼ୁଛନ୍ତି। ରବିବାର ଓୟୁଏଟି ଭେଟେରିନାରି କଲେଜସ୍ଥିତ ସେଣ୍ଟ୍ରାଲ କ୍ଲିନିକକୁ ସାପ କାମୁଡ଼ାର ଶିକାର ହୋଇଥିବା ଦୁଇଟି କୁକୁରଙ୍କୁ ଅଣାଯାଇଥିଲା। ତେବେ ଆଣ୍ଟିଭେନମ୍‌ ଅଭାବରୁ ଗୋଟିଏ କୁକୁରର ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଥିବାବେଳେ ଅନ୍ୟଟି ଦେହରୁ ସାଲାଇନ ଖୋଲି ଅନ୍ୟ ଡାକ୍ତରଖାନାକୁ ନେଇଯିବାକୁ କହି ଫେରାଇ ଦିଆଯାଇଥିଲା। କେବଳ ଓୟୁଏଟି ନୁହେଁ, ସାରା ରାଜ୍ୟରେ ଥିବା ପ୍ରାଣୀ ଚିକିତ୍ସାଳୟରେ ଏଭଳି ସ୍ଥିତି ଲାଗି ରହିଛି। ସବୁଠି ଆଣ୍ଟିଭେନମ୍‌ର ଅଭାବ ଲାଗି ରହିଥିବା ଜଣାପଡିଛି।
ସୂଚନାନୁସାରେ, ପଟିଆ ଅଞ୍ଚଳର ଅକ୍ଷୟ ପରିଡ଼ାଙ୍କ ଲାବ୍ରାଡର କୁକୁର ‘ଜ୍ୟାକି’ ରବିବାର ସକାଳ ପ୍ରାୟ ୪ଟାରେ ଏକ ଚନ୍ଦନ ବୋଡ଼ା ସାପକୁ ପାଟିରେ ଧରି ଘର ଭିତରକୁ ଯାଇଥିଲା। ଅକ୍ଷୟ ମଲା ସାପଟିକୁ ବାହାରେ ଫୋପାଡ଼ି ସାପ କାମୁଡାର ଶିକାର ହୋଇଥିବା ‘ଜ୍ୟାକି’କୁ ଓୟୁଏଟି ସେଣ୍ଟ୍ରାଲ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରଥମ ଡୋଜ୍‌ ଆକାରରେ ମାତ୍ର ଦୁଇ ଭାଏଲ ଆଣ୍ଟିଭେନମ୍‌ ଦିଆଯାଇଥିଲା, ଯାହାକୁ ନିଜେ ଅକ୍ଷୟ ବାହାରୁ କିଣି ନେଇଥିଲେ। ହେଲେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଡ୍ୟୁଟିରେ ଥିବା ପ୍ରାଣୀ ଚିକିତ୍ସକ କ୍ଲିନିକ୍‌ ବନ୍ଦ ଟାଇମ୍‌ ହୋଇଗଲା କହି କୁକୁର ଶରୀରରୁ ସାଲାଇନ ଖୋଲି ଶହୀଦନଗର ଭେଟେରିନାରି ଡାକ୍ତରଖାନା ନେଇଯିବାକୁ କହି ଚାଲିଯାଇଥିଲେ। ତେବେ ଅକ୍ଷୟ ଉକ୍ତ ଡାକ୍ତରଖାନା ଉପରେ ଭରସା ନ ରଖି କୁକୁରକୁ ଘରକୁ ନେଇ ଦୁଇ ଘଣ୍ଟା ବ୍ୟବଧାନରେ ୮ ଭାଏଲ ଆଣ୍ଟିଭେନମ ଦେଇଛନ୍ତି। ସେପଟେ ଚନ୍ଦକାର ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ୯ବର୍ଷର ଡୋବରମ୍ୟାନ କୁକୁର ‘ପେପ୍‌ସୀ’ର ବାମପଟ ତଳ ପାଟିକୁ ମଧ୍ୟ ଏକ ଚନ୍ଦନ ବୋଡ଼ା କାମୁଡ଼ିଥିଲା। ବିଷ ପ୍ରଭାବରେ କୁକୁରଟି ଅସୁସ୍ଥ ହୋଇପଡୁଥିବାବେଳେ ସୂର୍ଯ୍ୟକାନ୍ତ ତାକୁ ଓୟୁଏଟିକୁ ନେଇଥିଲେ। ହେଲେ ସେଠାରେ ଆଣ୍ଟିଭେନମ ଇଞ୍ଜେକ୍ସନ ନ ଥିଲା। ଏପରିକି ଆଖପାଖରେ କୌଣସି ଔଷଧ ଦୋକାନରେ ମଧ୍ୟ ତାହା ମିଳି ନ ଥିଲା। ଅଳ୍ପ ସମୟ ଭିତରେ ତରଳ ରକ୍ତ ଝାଡ଼ା କରିବା ସହିତ ‘ପେପ୍‌ସୀ’ ସବୁଦିନ ପାଇଁ ଆଖି ବୁଜିଦେଇଥିଲା।
ଏନେଇ ଭୁବନେଶ୍ବର ଏମ୍ସର ଫୋରେନସିକ ମେଡିସିନ ବିଭାଗର ଅତିରିକ୍ତ ପ୍ରଫେସର ତଥା ଓସ୍‌ଡମାର ସ୍ନେକ୍‌ବାଇଟ ରିଡକ୍ସନ ପ୍ରୋଗ୍ରାମ କୋର୍‌ କମିଟି ସଦସ୍ୟ ଡା. ସୁଦୀପ୍ତ ରଞ୍ଜନ ସିଂହ କୁହନ୍ତି, ସହରରେ ହୁଏତ କୁକୁର-ସାପ ଦ୍ୱନ୍ଦ୍ୱ ବିଷୟ ଗଣମାଧ୍ୟମରେ ଚର୍ଚ୍ଚା ହୁଏ। କିନ୍ତୁ ଗାଁ ଗହଳିରେ ସାପ କାମୁଡ଼ାରେ କେତେ ଗାଈ ଗୋରୁ ବା ଛେଳି ମେଣ୍ଢା ମରନ୍ତି ତାହାର ହିସାବ କାହା ପାଖରେ ନାହିଁ। ଦୈନିକ ୧୦/୧୫ ଲିଟର କ୍ଷୀର ଦେଉଥିବା ଗାଈଟିଏ ମରିଗଲେ ଚାଷୀଟି କେତେ କ୍ଷତିଗ୍ରସ୍ତ ହେବ ତାହା ସହରୀ ଲୋକ ଅନୁଭବ କରିବା ବି କଷ୍ଟ। ପ୍ରାଣୀଙ୍କ ପାଇଁ ସାପ କାମୁଡ଼ା ପାଇଁ ଗାଇଡ୍‌ଲାଇନ ସହିତ ଏବେ ଡାଟାବେସ ତିଆରି କରିବା ସମୟ ଆସିଯାଇଛି। ଏ ନେଇ ସ୍ନେକ୍‌ ହେଲ୍ପଲାଇନ ସାଧାରଣ ସମ୍ପାଦକ ତଥା ଓସ୍‌ଡମା ସ୍ନେକବାଇଟ ରିଡକ୍ସନ ପ୍ରୋଗ୍ରାମ କୋର୍‌ କମିଟି ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କୁହନ୍ତି, ଓୟୁଏଟି ଭେଟେରିନାରି କଲେଜ ରାଜ୍ୟରେ ସବୁଠାରୁ ବଡ଼ ପ୍ରାଣୀ ଚିକିତ୍ସାଳୟ ହୋଇ ଶହୀଦନଗରକୁ ରୋଗୀ ପଠାଇବା ଆଶ୍ଚର୍ଯ୍ୟ ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?