ନନ୍ଦନକାନନ, ବଟାନିକାଲ ଗାର୍ଡେନ ବୁଲିଲେ ୪୫ ହଜାର ପର୍ଯ୍ୟଟକ

ବାରଙ୍ଗ,୨ା୧(ଡି.ଏନ୍‌.ଏ.):ନୂଆବର୍ଷରେ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ନନ୍ଦନକାନନକୁ ୪୧,୯୬୭ ଜଣ ପର୍ଯ୍ୟଟକ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଫ୍‌ଲାଇନରେ ୩୯,୪୬୨ ଜଣ ଓ ଅନ୍‌ଲାଇନରେ ୨,୪୮୬ ଜଣ ପର୍ଯ୍ୟଟକ ଟିକେଟ କାଟିଥିଲେ। ତନ୍ମଧ୍ୟରୁ ୧୯ ଦିବ୍ୟାଙ୍ଗ ପର୍ଯ୍ୟଟକଙ୍କୁ ବିନା ଶୁଳ୍କରେ ନନ୍ଦନକାନନକୁ ପ୍ରବେଶ କରାଯାଇଥିଲା। ସେହିପରି ବଟାନିକାଲ ଗାର୍ଡେନକୁ ୩,୭୫୦ ପର୍ଯ୍ୟଟକ ଆସିଥିବା ବେଳେ ସେଥିମଧ୍ୟରୁ ଅଫ୍‌ଲାଇନରେ ୩,୬୬୧ ଓ ଅନ୍‌ଲାଇନରେ ୮୯ ଜଣ ପର୍ଯ୍ୟଟକ ଟିକେଟ କାଟିଥିଲେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ୍‌ କୁମାର କହିଛନ୍ତି। ତେବେ ଗହଳିର ସୁଯୋଗରେ ୧୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଲୁଟ୍‌ର ଶିକାର ହୋଇଛନ୍ତି। ସେଥିମଧ୍ୟରୁ କେତେଜଣ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିବା ବେଳେ କେତେଜଣ ଟିକେଟ ଯାଞ୍ଚ ଫାଟକ ନିକଟରେ ଥିବା ସୁରକ୍ଷା କର୍ମଚାରୀଙ୍କଠାରେ ଅଭିଯୋଗ କରି ଫେରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ୧୮ ନମ୍ବର ମୋ ବସ୍‌ରୁ ୬ଟି ମୋବାଇଲ ଫୋନ୍‌ ଚୋରି ହୋଇଥିବା ନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri