ଯୋଜନା ବିଷୟରେ ପ୍ରାଣୀପାଳକ ଅଜ୍ଞ

ଖଇରା, ୧୧।୬ ବେକାରୀମାନଙ୍କୁ ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ ସ୍ବାବଲମ୍ବୀ କରିବାକୁ ସରକାର ବହୁ ଯୋଜନା ପ୍ରଣୟନ କରୁଛନ୍ତି। ହେଲେ ପ୍ରଚାର, ପ୍ରସାର ଅଭାବରୁ ଆବେଦନ ଓ ଯୋଜନା କାର୍ଯ୍ୟକାରୀ ପାଇଁ ରହିଥିବା କଟକଣା ପାଇଁ ଯୋଜନାର ସଫଳ ରୂପାୟନ ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ କୁକୁଡା ଓ ଛେଳି ପାଳନରୁ ଲାଭବାନ ହେବା ପାଇଁ ୨୦୨୧-୨୨ରୁ ପ୍ରଣୟନ କରାଯାଇଥିବା ଯୋଜନା ବାଲେଶ୍ୱର ଜିଲା ଖଇରା ବ୍ଲକରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। କେବଳ ଆବେଦନ ବ୍ୟତୀତ ଜଣେ ହେଲେ ହିତାଧିକାରୀ ଉପକୃତ ହୋଇ ନ ଥିବାର କୁହାଯାଉଛି। ବର୍ତ୍ତମାନ ବେକାର ଯୁବତୀଯୁବକଙ୍କ ସଂଖ୍ୟା ଆଶାତୀତ ଭାବେ ବଢୁଥିବାରୁ ବ୍ୟାପକ ପ୍ରସାର ପ୍ରଚାର ମାଧ୍ୟମରେ ସେମାନଙ୍କ ନିକଟରେ ଏହି ଲାଭଦାୟକ ଯୋଜନା ପହଞ୍ଚାଇବାକୁ ଦାବି ହୋଇଛି।
ବ୍ୟକ୍ତିଗତ ଭାବେ ବ୍ରଏଲର ଓ ଲେୟାର କୁକୁଡା ପାଳନ ପାଇଁ ଅର୍ଥ ପ୍ରଦାନ ବ୍ୟବସ୍ଥା କରାଯାଇଛି ା ୫ଶହ ବ୍ରଏଲର ପାଇଁ ପ୍ରକଳ୍ପ ମୂଲ୍ୟ ୧ଲକ୍ଷ ୮୦ହଜାର ଟଙ୍କା ରହିଥିବା ବେଳେ ଏଥିରେ ରିହାତି ୭୨ହଜାର ଟଙ୍କା ରହିଛି ା ଫାର୍ମ ତିଆରି ପାଇଁ ୨୮ହଜାର, ବାକି ଅର୍ଥ କୁକୁଡା କିଣିବା ବାବଦରେ ବିନିଯୋଗର ବ୍ୟବସ୍ଥା ରହିଛି ା ସେହିଭଳି ୧ହଜାର ଲେୟାର କୁକୁଡା ପାଇଁ ପ୍ରକଳ୍ପ ମୂଲ୍ୟ ୭ଲକ୍ଷ ୫୯ହଜାର ୨ଶହ ଥିବା ବେଳେ ୩ ପର୍ଯ୍ୟାୟରେ ୩ଲକ୍ଷ ୩ହଜାର ଟଙ୍କାର ରିହାତି ବ୍ୟବସ୍ଥା ରହିଛି ା ଫାର୍ମ ତିଆରି ପାଇଁ ୯୦ହଜାର ଏବଂ ବାକି ଅର୍ଥ କୁକୁଡା କିଣାରେ ବ୍ୟବହାର କରାଯିବାକୁ ଉଲ୍ଲେଖ ରହିଛି ା ୨୦୨୨-୨୩ ବର୍ଷରେ ଏପର୍ଯ୍ୟନ୍ତ ମାତ୍ର ୨୮ଜଣ ବ୍ରଏଲର ଏବଂ ୩ଜଣ ଲେୟାର କୁକୁଡା ପାଳନ ପାଇଁ ଆବେଦନ କରିଛନ୍ତି୧ ଏହାଛଡା ମହିଳା ସ୍ବୟଂ ଗୋଷ୍ଠୀଙ୍କୁ ସ୍ବାବଲମ୍ବୀ କରାଯିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି। ୧ ହଜାର ଲେୟାର କୁକୁଡା ପାଳନ ପାଇଁ ପ୍ରକଳ୍ପ ମୂଲ୍ୟ ୩ଲକ୍ଷ ୬୦ହଜାର ଟଙ୍କା ଏବଂ ୧ଲକ୍ଷ ୪୪ହଜାର ଟଙ୍କାର ରିହାତି ପ୍ରଦାନ ବ୍ୟବସ୍ଥା ରହିଛି ା ସେହିଭଳି ଛେଳି ପାଳନ ପାଇଁ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ରହିଛି ା ୩୨ ଛେଳି ପାଳନ ପାଇଁ ମୋଟ ପ୍ରକଳ୍ପ ୨ଲକ୍ଷ ୩୦ହଜାର ଟଙ୍କା ରହିଥିବା ବେଳେ ୧ଲକ୍ଷ ୧୫ହଜାର ଟଙ୍କାର ରିହାତି ବ୍ୟବସ୍ଥା ରହିଛି ା ୨୦୨୧-୨୨ରୁ ଏହି ଯୋଜନା ଆରମ୍ଭ ହୋଇଛି। ୨ବର୍ଷ ମଧ୍ୟରେ ମାତ୍ର ୧୪ଟି ଗୋଷ୍ଠୀ ଏହି ଯୋଜନା ପାଇଁ ଆବେଦନ କରିଛନ୍ତି ା ପ୍ରଚାର ପ୍ରସାର ଠିକ୍‌ ଭାବେ ହେଉ ନ ଥିବାରୁ ଯୋଜନାଗୁଡିକର ପ୍ରକୃତ ସୁଫଳ ଆଶାୟୀ ପ୍ରାଣୀପାଳକଙ୍କ ନିକଟରେ ପହଞ୍ଚିପାରୁନାହିଁ ବୋଲି ଡୁଙ୍ଗୁରା ଅଞ୍ଚଳର କୃଷକ ନେତା ବିଶ୍ୱନାଥ ସେଣ୍ଡ କହିଛନ୍ତି ା ଆଗ୍ରହୀ ପ୍ରାଣୀମାଲିକମାନଙ୍କ ପାଖରେ କିଭଳି ସୁବିଧା ପହଞ୍ଚିପାରିବ ଉଦ୍ୟମ ଜାରି ରଖିଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ସ୍କୁଲରେ ଛାତ୍ରଙ୍କ ଅଙ୍ଗୁଳି ଛିଣ୍ଡାଇନେଲା କୁକୁର: କ୍ଷତିପୂରଣ ଦାବି

ବାଲେଶ୍ୱର,୧୩ା୮(ମୃତ୍ୟୁଞ୍ଜୟ ପଟ୍ଟନାୟକ):ବାଲେଶ୍ୱର ସଦର ଥାନା ରସାଳପୁର ନିକଟସ୍ଥ ଭୀମପୁରରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି। ମଙ୍ଗଳବାର ଭୀମପୁର ସତ୍ୟନାରାୟଣ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ତୃତୀୟ ଶ୍ରେଣୀ…

ପାଖରେ ଶୋଇଥିଲା ମୃତ୍ୟୁ: କେଇ ମିନିଟରେ…

ନୀଳଗିରି, ୧୧।୮ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ କୁଳିଗଡ଼ି ଗ୍ରାମରେ ଏକ ଘର ଭିତରୁ ପ୍ରାୟ ୧୦ ଫୁଟ…

ତାଳବଣିଆ ଛକ ନିକଟରେ ଓଲଟିଲା ଶ୍ରମିକ ବୋଝେଇ ପିକ୍‌ଅପ୍‌: ଜଣେ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜଳେଶ୍ୱର, ୧୧।୮ (ନବୀନ ସାହୁ): ଜଳେଶ୍ୱର ଥାନା ଅନ୍ତର୍ଗତ ନାମ୍ପ ପଞ୍ଚାୟତର ତାଳବଣିଆ ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକ ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri