Posted inଖେଳ

୧୦୦ ମିଟରରୁ ଦୂତୀଙ୍କ ଅଭିଯାନ ଶେଷ

ଭୁବନେଶ୍ୱର, ୩୧।୭(କ୍ରୀଡ଼ା ପ୍ରତିନିଧି)-
ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ମହିଳା ୧୦୦ ମିଟର ହିଟ୍‌ରୁ ଓଡ଼ିଶାର ଦୂତୀ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଭେଣ୍ଟରେ ଭାରତକୁ ଏକମାତ୍ର ପ୍ରତିନିଧିତ୍ୱ କରିଥିବା ଦୂତୀ ହିଟ୍‌-୫ରେ ନୈରାଶ୍ୟଜନକ ଭାବେ ୭ମ ସ୍ଥାନରେ ରହିଥିଲେ। ତାଙ୍କ ଟାଇମିଂ ଥିଲା ୧୧.୫୪ ସେକେଣ୍ଡ। ଗତ ମାସରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ଦୂତୀ ୧୧.୧୭ ସେକେଣ୍ଡ ସମୟ ନେଇଥିଲେ। ମାତ୍ର ଟୋକିଓରେ ସେ ନିଜ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ। ଏହି ହିଟ୍‌ରେ ଜାମାଇକାର ଶେଲି-ଆନ୍‌ ଫ୍ରାସର ପ୍ରାଇସ ୧୦.୮୪ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ସୁଇଜରଲାଣ୍ଡର ଆଜ୍‌ଲା ଡେଲ୍‌ ପୋଣ୍ଟେ ୧୦.୯୧ ଏବଂ ନାଇଜେରିଆର ଗ୍ରେସ୍‌ ନୋକୋଚା ନାଜୁବେଚି ୧୧.୦୦ ସେକେଣ୍ଡ ନେଇ ପରବର୍ତ୍ତୀ ୨ ସ୍ଥାନରେ ରହିଥିଲେ। ହିଟ୍‌-୫ରୁ ଏହି ୩ ଜଣ ସେମିଫାଇନାଲ ପାଇଁ ଯୋଗ୍ୟତା ପାଇଥିଲେ। ଦୂତୀ ୨୦୦ ମିଟର ରେସ୍‌ରେ ମଧ୍ୟ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୯…

କୋଲକାତା, ୨୪।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ଟସ ଜିତି ପ୍ରଥମେ...

୨.୫୧ କୋଟି ଟଙ୍କାରେ ନିଲାମ ହେଲା ଡନ୍‌ ବ୍ରାଡମ୍ୟାନଙ୍କ ପ୍ରଥମ ଟେଷ୍ଟ କ୍ୟାପ

ସିଡ୍‌ନୀ ,୨୨।୧୨: କିମ୍ବଦନ୍ତୀ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣବେଳେ ମିଳିଥିବା କ୍ୟାପକୁ କିଣିଛନ୍ତି ଅଷ୍ଟ୍ରେଲିଆର ଜଣେ ବ୍ୟବସାୟୀ। ବ୍ରାଡମ୍ୟାନଙ୍କ ବ୍ୟାଗି ଗ୍ରୀନ...

ଭାରତୀୟ ପ୍ରଶଂସକଙ୍କ ମଜା ଉଡାଇଲା କ୍ରିକେଟ ପାକିସ୍ତାନ, ଟୁଇଟ୍‌ କରି ପଚାରିଲା ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୮।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ସେମିଫାଇନାଲରୁ ବାଦ୍‌ ପଡିଛି ଭାରତ। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଜିତିବା ମାତ୍ରେ ଭାରତ ସେମିଫାଇନାଲ ଖେଳିବା ଆଶା ଭାଙ୍ଗିଯାଇଛି।...

୧୧୪ ବର୍ଷ ପରେ କ୍ରିକେଟ୍‌ରେ ଏମିତି କାରନାମା କଲେ ଅଶ୍ୱିନ୍‌

ଚେନ୍ନାଇ,୮।୨:ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ସ୍ପିନର ଭାବେ   ଇନିଂସର ପ୍ରଥମ ବଲରେ ଉଇକେଟ ନେଇଛନ୍ତି। ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡର...

ଚତୁର୍ଥ ଟି୨୦: ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ଓ୍ବେଲିଂଟନ,୬।୩(ଏପି): ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ୫୦ ରନରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୨-୨...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଲମ୍ବା ଡିଆଁ ମାରିଲେ ଅର୍ଶଦୀପ

ନୂଆଦିଲ୍ଲୀ,୧୮।୧୧: ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଲମ୍ବା ଡିଆଁ ମାରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ୨୦୨୨ ବିଶ୍ୱକପ୍‌ରେ ସେ ନିଜ ବୋଲିଂରେ ବେଶ...

କୋହଲିଙ୍କୁ ଖାଉଛି ଚିନ୍ତା: କହିଲେ, ଆଶା କରୁଛି ଏମିତି ନ ହେଉ..

ଦୁବାଇ,୧୪।୯: କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ସ୍ଥଗିତାଦେଶକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଆଶା କରିଛନ୍ତି ଯେ,...

ବିସିସିଆଇ ନୂତନ ଚୟନ କମିଟିରେ ସ୍ଥାନ ପାଇଲେ ଓଡ଼ିଶାର ଶିବସୁନ୍ଦର ଦାସ

ନୂଆଦିଲ୍ଲୀ,୭।୧: ବିସିସିଆଇ ଚୟନ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି ଟିମ୍‌ ଇଣ୍ଡିଆ ତଥା ଓଡ଼ିଶାର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଶିବସୁନ୍ଦର ଦାସ। ସେ ଏବେ ଭାରତୀୟ...

Advertisement
Archives

Model This Week