ଅଙ୍ଗଦାନ ମହାପୁଣ୍ୟ

ଡା. ଉମେଶ ଚନ୍ଦ୍ର ପାତ୍ର

ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ରୋପଣ କରାଯାଏ। ଗୋଟିଏ ବ୍ୟକ୍ତିର ଶରୀରରୁ ବହୁତ ରୋଗୀ ଉପକୃତ ହୋଇପାରନ୍ତି। ଆମ ଦେଶରେ ଯକୃତ୍‌, ବୃକ୍‌କ, ହୃଦୟ, ଅଗ୍ନ୍ୟାଶୟ ପ୍ରତ୍ୟାରୋପଣ କରିବାର ସୁବିଧା ରହିଛି। ଏହାବ୍ୟତୀତ ଇଣ୍ଟେଷ୍ଟାଇନ୍‌, ଫୁସ୍‌ଫୁସ୍‌, ତ୍ୱଚା, ଅସ୍ଥି ଏବଂ ଅସ୍ଥିମଜ୍ଜା ଓ ଆଖି ଆଦି ମଧ୍ୟ ଦାନ କରାଯାଏ। ଅଙ୍ଗଦାନ ଦୁଇ ପ୍ରକାର, ଯଥା ସମ୍ପୂର୍ଣ୍ଣ ଅଙ୍ଗଦାନ ଏବଂ ଟିସୁ ଦାନ। ଅଙ୍ଗଦାନ ଅଧୀନରେ ବୃକ୍‌କ, ଯକୃତ୍‌, ହୃଦୟ, ଅନ୍ତ୍ର, ଅଗ୍ନ୍ୟାଶୟ, ଫୁସ୍‌ଫୁସ୍‌ ଆଦି ଦାନ କରାଯାଏ। ଟିସୁ ଦାନରେ ରହିଛି ଚକ୍ଷୁ, ଅସ୍ଥିମଜ୍ଜା ଏବଂ ତ୍ୱଚା। ଅଧିକାଂଶ ଅଙ୍ଗ ମନୁଷ୍ୟର ମୃତ୍ୟୁ ପରେ ଦାନ କରାଯାଏ। କିଛି ଅଙ୍ଗ ଏବଂ ଟିସୁ ମନୁଷ୍ୟର ଜୀବିତାବସ୍ଥାରେ ମଧ୍ୟ ଦାନ କରାଯାଇପାରେ। ଜୀବିତ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଉଥିବା ସାଧାରଣ ଅଙ୍ଗ ହେଉଛି ବୃକ୍‌କ। କାରଣ ଦାନ ଦେଉଥିବା ବ୍ୟକ୍ତି ଗୋଟିଏ ବୃକ୍‌କ ସହ ସ୍ବାଭାବିକ ଭାବରେ ବଞ୍ଚତ୍ପାରେ। ମୃତ ଶରୀରର ବୃକ୍‌କ ଅପେକ୍ଷା ଜୀବିତ ବ୍ୟକ୍ତିର ବୃକ୍‌କ ପ୍ରତ୍ୟାରୋପଣ ଅଧିକ ସଫଳ ଭାବରେ କାର୍ଯ୍ୟକରେ। ଭାରତରେ ହେଉଥିବା ଅଧିକାଂଶ ବୃକ୍‌କ ପ୍ରତ୍ୟାରୋପଣ ଜୀବିତଦାତାଙ୍କଠାରୁ ହିଁ ମିଳେ। ଫୁସ୍‌ଫୁସ୍‌ ଏବଂ ଯକୃତ୍‌ ମଧ୍ୟ ଜୀବିତ ବ୍ୟକ୍ତି ଦାନ କରିପାରେ। ଆଖି ସମେତ ଅନ୍ୟ ସମସ୍ତ ଅଙ୍ଗ ମୃତ୍ୟୁ ପରେ ହିଁ ଦାନ କରାଯାଏ। ଘରେ ହେଉଥିବା ସାଧାରଣ ମୃତ୍ୟୁ ମାମଲାରେ କେବଳ ଆଖି ଦାନ କରାଯାଇପାରେ। କୌଣସି ବ୍ୟକ୍ତି ବ୍ରେନ୍‌ ଡେଡ୍‌ ଘୋଷିତ ହେଲେ ଏବଂ ତାଙ୍କୁ ଭେଣ୍ଟିଲେଟର ବା ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିଲେ ତାଙ୍କ ଶରୀରରୁ ଅନ୍ୟ ଅଙ୍ଗ ଗ୍ରହଣ କରିହୁଏ।
ସାଧାରଣ ମୃତ୍ୟୁରେ ବ୍ୟକ୍ତିର ସମସ୍ତ ଅଙ୍ଗ କାମ କରିବା ବନ୍ଦ କରିଦିଏ। ଏ ପରିସ୍ଥିତିରେ ଆଖିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଙ୍ଗ ଅନାବଶ୍ୟକ ହୋଇଯାଏ। ରକ୍ତକୋଷିକା ନ ଥିବାରୁ ମୃତ୍ୟୁ ପରେ କିଛି ଘଣ୍ଟା ପର୍ଯ୍ୟନ୍ତ ଆଖି ଉପରେ କୌଣସି ଫରକ୍‌ ପଡ଼େ ନାହିଁ। ବ୍ରେନ୍‌ ଡେଥ୍‌ ଏପରି ମୃତ୍ୟୁ, ଯେଉଁଥିରେ କୌଣସି କାରଣରୁ ମନୁଷ୍ୟର ମସ୍ତିଷ୍କ ଆଘାତପ୍ରାପ୍ତ ହୋଇଥାଏ। ଏହି ଆଘାତ ଦୁର୍ଘଟଣା, ବ୍ରେନ୍‌ ଟ୍ୟୁମର କିମ୍ବା ଷ୍ଟ୍ରୋକ୍‌ ଯୋଗୁ ହୋଇଥାଏ। ଏପରି ରୋଗୀଙ୍କ ମସ୍ତିଷ୍କର ମୃତ୍ୟୁ ଘଟିଥାଏ, ହେଲେ ସେମାନଙ୍କର ବାକି ଅଙ୍ଗ ଠିକ୍‌ ଭାବରେ କାମ କରୁଥାଏ। ଅନେକ ଲୋକ କୋମା ଏବଂ ବ୍ରେନ୍‌ ଡେଥ୍‌ ସମାନ ବୋଲି ଭାବନ୍ତି। କିନ୍ତୁ କୋମାରେ ଥିବା ରୋଗୀ ସ୍ବାଭାବିକ ଅବସ୍ଥାକୁ ଫେରିପାରେ। କିନ୍ତୁ ବ୍ରେନ୍‌ ଡେଥ୍‌ରେ ଜୀବନର କୌଣସି ସମ୍ଭାବନା ନ ଥାଏ। ବ୍ରେନ୍‌ ଡେଥ୍‌ ବ୍ୟକ୍ତିର ଆଖିକୁ ଛାଡ଼ି ବାକି ସବୁ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଗ୍ରହଣ କରାଯାଇପାରେ।
ଅଙ୍ଗଦାନ ମହାପୁଣ୍ୟ। ଯେ କୌଣସି ବ୍ୟକ୍ତି ଅଙ୍ଗଦାନ କରିପାରିବେ। ବୟସ ସହ ଏହାର କୌଣସି ସମ୍ପର୍କ ନାହିଁ। ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ବୟସ ୧୮ବର୍ଷରୁ କମ୍‌ ହୋଇଥିଲେ ଏଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବା ପୂର୍ବରୁ ମା’ବାପାଙ୍କ ଅନୁମତି ନେବା ଜରୁରୀ। ଯେଉଁ ବ୍ୟକ୍ତିଙ୍କର ବ୍ରେନ୍‌ ଡେଥ୍‌ ହୋଇଯାଏ ଡାକ୍ତର ସେମାନଙ୍କୁ ଭେଣ୍ଟିଲେଟରରେ ରଖନ୍ତି। ଏହାପରେ ପରିବାରବର୍ଗଙ୍କ ସମ୍ମତିରେ ଏବଂ ଆଇନ ପ୍ରକ୍ରିୟା ପୂର୍ଣ୍ଣ କରିବା ପରେ ମୃତ ବ୍ୟକ୍ତିର ଶରୀରରୁ ଅଙ୍ଗ ବାହାର କରାଯାଏ। ଅଙ୍ଗ ବାହାର କରିବା ସମୟରେ ଶରୀରକୁ ସମ୍ପୂର୍ଣ୍ଣ ସମ୍ମାନର ସହ ରଖାଯାଏ। ଅଙ୍ଗ ଗ୍ରହଣ କରାଯାଇ ସାରିବା ପରେ ଏହାକୁ ସଫା କରି ପରିଜନଙ୍କୁ ଅର୍ପଣ କରାଯାଏ। ଏହି ପ୍ରକ୍ରିୟାରେ ପ୍ରାୟ ୬-୭ ଘଣ୍ଟା ଲାଗିଯାଏ। ଅର୍ଗାନ୍‌ ଡୋନେଶନ୍‌ ଆକ୍ଟ ୧୯୯୪ ଅନୁଯାୟୀ ଯେଉଁ ଡାକ୍ତରଖାନାରେ ପ୍ରତ୍ୟାରୋପଣ ସୁବିଧା ଅଛି କେବଳ ସେହିଠାରେ ଅଙ୍ଗଦାନ କରିହେବ। ଏହା ଏକ କଷ୍ଟକର ନିୟମ। ଏହାଦ୍ୱାରା ଦୂରଦୂରାନ୍ତରେ ଥିବା ଲୋକମାନେ ଅଙ୍ଗଦାନ ନ କରି ମହତ୍‌ କାର୍ଯ୍ୟରୁ ବଞ୍ଚତ୍ତ ହୁଅନ୍ତି। ଏହି ସମସ୍ୟାକୁ ଦେଖି ସରକାର ୨୦୧୧ ମସିହାରେ ଏହି ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ କୌଣସି ଡାକ୍ତରଖାନାରେ ପ୍ରତ୍ୟାରୋପଣ ସୁବିଧା ନ ଥିଲେ ବି ସେଠାରେ ଆଇସିୟୁ ଥିଲେ ଅଙ୍ଗଦାନ କରିହେବ। ବର୍ତ୍ତମାନ ଅଙ୍ଗଦାନ ସହ ଜଡ଼ିତ ଆଇନ କଷ୍ଟକର ଥିବାରୁ ବର୍ଷରେ ମାତ୍ର ୫୦-୬୦ଜଣ ବ୍ୟକ୍ତିହିଁ ଅଙ୍ଗଦାନ କରିପାରୁଛନ୍ତି।
ଆମ ଦେଶରେ ‘ଦି ଟ୍ରାନ୍ସପ୍ଲାଣ୍ଟ ଅଫ୍‌ ହ୍ୟୁମାନ ଅର୍ଗାନ୍‌ ଆକ୍ଟ-୧୯୯୪’ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମ ହୁଏ। କୌଣସି ବ୍ୟକ୍ତି ଅଙ୍ଗ କିଣାବିକା କରିପାରିବେ ନାହିଁ। ଯେଉଁ ବ୍ୟକ୍ତିଠାରେ ପ୍ରତ୍ୟାରୋପଣ ହେବ କେବଳ ତା’ର ପରିବାର, ପରିଜନ ଓ ନିକଟତମ ସମ୍ପର୍କୀୟମାନେ ହିଁ ଅଙ୍ଗଦାନ କରିପାରିବେ। ଏହାର ସମ୍ପୂର୍ଣ୍ଣ ଯାଞ୍ଚ ହୁଏ। ଏମାନଙ୍କ ମଧ୍ୟରେ ମାତା-ପିତା, ପତି-ପତ୍ନୀ, ସନ୍ତାନ-ସନ୍ତତି, ଭାଇ-ଭଉଣୀ ଆଦି ସାମିଲ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,
ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri