ଅଙ୍ଗଦାନ ମହାପୁଣ୍ୟ

ଡା. ଉମେଶ ଚନ୍ଦ୍ର ପାତ୍ର

ଅଙ୍ଗଦାନ ଏପରି ଏକ ପ୍ରକ୍ରିୟା ଯେଉଁଥିରେ ଜଣେ ବ୍ୟକ୍ତି (ମୃତ ଓ ଜୀବିତ) ଠାରୁ ସୁସ୍ଥ ଅଙ୍ଗ ଏବଂ ଟିସୁକୁ ନେଇ ଅନ୍ୟ ବ୍ୟକ୍ତିଙ୍କଠାରେ ରୋପଣ କରାଯାଏ। ଗୋଟିଏ ବ୍ୟକ୍ତିର ଶରୀରରୁ ବହୁତ ରୋଗୀ ଉପକୃତ ହୋଇପାରନ୍ତି। ଆମ ଦେଶରେ ଯକୃତ୍‌, ବୃକ୍‌କ, ହୃଦୟ, ଅଗ୍ନ୍ୟାଶୟ ପ୍ରତ୍ୟାରୋପଣ କରିବାର ସୁବିଧା ରହିଛି। ଏହାବ୍ୟତୀତ ଇଣ୍ଟେଷ୍ଟାଇନ୍‌, ଫୁସ୍‌ଫୁସ୍‌, ତ୍ୱଚା, ଅସ୍ଥି ଏବଂ ଅସ୍ଥିମଜ୍ଜା ଓ ଆଖି ଆଦି ମଧ୍ୟ ଦାନ କରାଯାଏ। ଅଙ୍ଗଦାନ ଦୁଇ ପ୍ରକାର, ଯଥା ସମ୍ପୂର୍ଣ୍ଣ ଅଙ୍ଗଦାନ ଏବଂ ଟିସୁ ଦାନ। ଅଙ୍ଗଦାନ ଅଧୀନରେ ବୃକ୍‌କ, ଯକୃତ୍‌, ହୃଦୟ, ଅନ୍ତ୍ର, ଅଗ୍ନ୍ୟାଶୟ, ଫୁସ୍‌ଫୁସ୍‌ ଆଦି ଦାନ କରାଯାଏ। ଟିସୁ ଦାନରେ ରହିଛି ଚକ୍ଷୁ, ଅସ୍ଥିମଜ୍ଜା ଏବଂ ତ୍ୱଚା। ଅଧିକାଂଶ ଅଙ୍ଗ ମନୁଷ୍ୟର ମୃତ୍ୟୁ ପରେ ଦାନ କରାଯାଏ। କିଛି ଅଙ୍ଗ ଏବଂ ଟିସୁ ମନୁଷ୍ୟର ଜୀବିତାବସ୍ଥାରେ ମଧ୍ୟ ଦାନ କରାଯାଇପାରେ। ଜୀବିତ ବ୍ୟକ୍ତିଙ୍କ ଦ୍ୱାରା ଦାନ କରାଯାଉଥିବା ସାଧାରଣ ଅଙ୍ଗ ହେଉଛି ବୃକ୍‌କ। କାରଣ ଦାନ ଦେଉଥିବା ବ୍ୟକ୍ତି ଗୋଟିଏ ବୃକ୍‌କ ସହ ସ୍ବାଭାବିକ ଭାବରେ ବଞ୍ଚତ୍ପାରେ। ମୃତ ଶରୀରର ବୃକ୍‌କ ଅପେକ୍ଷା ଜୀବିତ ବ୍ୟକ୍ତିର ବୃକ୍‌କ ପ୍ରତ୍ୟାରୋପଣ ଅଧିକ ସଫଳ ଭାବରେ କାର୍ଯ୍ୟକରେ। ଭାରତରେ ହେଉଥିବା ଅଧିକାଂଶ ବୃକ୍‌କ ପ୍ରତ୍ୟାରୋପଣ ଜୀବିତଦାତାଙ୍କଠାରୁ ହିଁ ମିଳେ। ଫୁସ୍‌ଫୁସ୍‌ ଏବଂ ଯକୃତ୍‌ ମଧ୍ୟ ଜୀବିତ ବ୍ୟକ୍ତି ଦାନ କରିପାରେ। ଆଖି ସମେତ ଅନ୍ୟ ସମସ୍ତ ଅଙ୍ଗ ମୃତ୍ୟୁ ପରେ ହିଁ ଦାନ କରାଯାଏ। ଘରେ ହେଉଥିବା ସାଧାରଣ ମୃତ୍ୟୁ ମାମଲାରେ କେବଳ ଆଖି ଦାନ କରାଯାଇପାରେ। କୌଣସି ବ୍ୟକ୍ତି ବ୍ରେନ୍‌ ଡେଡ୍‌ ଘୋଷିତ ହେଲେ ଏବଂ ତାଙ୍କୁ ଭେଣ୍ଟିଲେଟର ବା ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିଲେ ତାଙ୍କ ଶରୀରରୁ ଅନ୍ୟ ଅଙ୍ଗ ଗ୍ରହଣ କରିହୁଏ।
ସାଧାରଣ ମୃତ୍ୟୁରେ ବ୍ୟକ୍ତିର ସମସ୍ତ ଅଙ୍ଗ କାମ କରିବା ବନ୍ଦ କରିଦିଏ। ଏ ପରିସ୍ଥିତିରେ ଆଖିକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଅଙ୍ଗ ଅନାବଶ୍ୟକ ହୋଇଯାଏ। ରକ୍ତକୋଷିକା ନ ଥିବାରୁ ମୃତ୍ୟୁ ପରେ କିଛି ଘଣ୍ଟା ପର୍ଯ୍ୟନ୍ତ ଆଖି ଉପରେ କୌଣସି ଫରକ୍‌ ପଡ଼େ ନାହିଁ। ବ୍ରେନ୍‌ ଡେଥ୍‌ ଏପରି ମୃତ୍ୟୁ, ଯେଉଁଥିରେ କୌଣସି କାରଣରୁ ମନୁଷ୍ୟର ମସ୍ତିଷ୍କ ଆଘାତପ୍ରାପ୍ତ ହୋଇଥାଏ। ଏହି ଆଘାତ ଦୁର୍ଘଟଣା, ବ୍ରେନ୍‌ ଟ୍ୟୁମର କିମ୍ବା ଷ୍ଟ୍ରୋକ୍‌ ଯୋଗୁ ହୋଇଥାଏ। ଏପରି ରୋଗୀଙ୍କ ମସ୍ତିଷ୍କର ମୃତ୍ୟୁ ଘଟିଥାଏ, ହେଲେ ସେମାନଙ୍କର ବାକି ଅଙ୍ଗ ଠିକ୍‌ ଭାବରେ କାମ କରୁଥାଏ। ଅନେକ ଲୋକ କୋମା ଏବଂ ବ୍ରେନ୍‌ ଡେଥ୍‌ ସମାନ ବୋଲି ଭାବନ୍ତି। କିନ୍ତୁ କୋମାରେ ଥିବା ରୋଗୀ ସ୍ବାଭାବିକ ଅବସ୍ଥାକୁ ଫେରିପାରେ। କିନ୍ତୁ ବ୍ରେନ୍‌ ଡେଥ୍‌ରେ ଜୀବନର କୌଣସି ସମ୍ଭାବନା ନ ଥାଏ। ବ୍ରେନ୍‌ ଡେଥ୍‌ ବ୍ୟକ୍ତିର ଆଖିକୁ ଛାଡ଼ି ବାକି ସବୁ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଗ୍ରହଣ କରାଯାଇପାରେ।
ଅଙ୍ଗଦାନ ମହାପୁଣ୍ୟ। ଯେ କୌଣସି ବ୍ୟକ୍ତି ଅଙ୍ଗଦାନ କରିପାରିବେ। ବୟସ ସହ ଏହାର କୌଣସି ସମ୍ପର୍କ ନାହିଁ। ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ବୟସ ୧୮ବର୍ଷରୁ କମ୍‌ ହୋଇଥିଲେ ଏଥିପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବା ପୂର୍ବରୁ ମା’ବାପାଙ୍କ ଅନୁମତି ନେବା ଜରୁରୀ। ଯେଉଁ ବ୍ୟକ୍ତିଙ୍କର ବ୍ରେନ୍‌ ଡେଥ୍‌ ହୋଇଯାଏ ଡାକ୍ତର ସେମାନଙ୍କୁ ଭେଣ୍ଟିଲେଟରରେ ରଖନ୍ତି। ଏହାପରେ ପରିବାରବର୍ଗଙ୍କ ସମ୍ମତିରେ ଏବଂ ଆଇନ ପ୍ରକ୍ରିୟା ପୂର୍ଣ୍ଣ କରିବା ପରେ ମୃତ ବ୍ୟକ୍ତିର ଶରୀରରୁ ଅଙ୍ଗ ବାହାର କରାଯାଏ। ଅଙ୍ଗ ବାହାର କରିବା ସମୟରେ ଶରୀରକୁ ସମ୍ପୂର୍ଣ୍ଣ ସମ୍ମାନର ସହ ରଖାଯାଏ। ଅଙ୍ଗ ଗ୍ରହଣ କରାଯାଇ ସାରିବା ପରେ ଏହାକୁ ସଫା କରି ପରିଜନଙ୍କୁ ଅର୍ପଣ କରାଯାଏ। ଏହି ପ୍ରକ୍ରିୟାରେ ପ୍ରାୟ ୬-୭ ଘଣ୍ଟା ଲାଗିଯାଏ। ଅର୍ଗାନ୍‌ ଡୋନେଶନ୍‌ ଆକ୍ଟ ୧୯୯୪ ଅନୁଯାୟୀ ଯେଉଁ ଡାକ୍ତରଖାନାରେ ପ୍ରତ୍ୟାରୋପଣ ସୁବିଧା ଅଛି କେବଳ ସେହିଠାରେ ଅଙ୍ଗଦାନ କରିହେବ। ଏହା ଏକ କଷ୍ଟକର ନିୟମ। ଏହାଦ୍ୱାରା ଦୂରଦୂରାନ୍ତରେ ଥିବା ଲୋକମାନେ ଅଙ୍ଗଦାନ ନ କରି ମହତ୍‌ କାର୍ଯ୍ୟରୁ ବଞ୍ଚତ୍ତ ହୁଅନ୍ତି। ଏହି ସମସ୍ୟାକୁ ଦେଖି ସରକାର ୨୦୧୧ ମସିହାରେ ଏହି ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ନୂଆ ନିୟମ ଅନୁଯାୟୀ କୌଣସି ଡାକ୍ତରଖାନାରେ ପ୍ରତ୍ୟାରୋପଣ ସୁବିଧା ନ ଥିଲେ ବି ସେଠାରେ ଆଇସିୟୁ ଥିଲେ ଅଙ୍ଗଦାନ କରିହେବ। ବର୍ତ୍ତମାନ ଅଙ୍ଗଦାନ ସହ ଜଡ଼ିତ ଆଇନ କଷ୍ଟକର ଥିବାରୁ ବର୍ଷରେ ମାତ୍ର ୫୦-୬୦ଜଣ ବ୍ୟକ୍ତିହିଁ ଅଙ୍ଗଦାନ କରିପାରୁଛନ୍ତି।
ଆମ ଦେଶରେ ‘ଦି ଟ୍ରାନ୍ସପ୍ଲାଣ୍ଟ ଅଫ୍‌ ହ୍ୟୁମାନ ଅର୍ଗାନ୍‌ ଆକ୍ଟ-୧୯୯୪’ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରତ୍ୟାରୋପଣ କାର୍ଯ୍ୟକ୍ରମ ହୁଏ। କୌଣସି ବ୍ୟକ୍ତି ଅଙ୍ଗ କିଣାବିକା କରିପାରିବେ ନାହିଁ। ଯେଉଁ ବ୍ୟକ୍ତିଠାରେ ପ୍ରତ୍ୟାରୋପଣ ହେବ କେବଳ ତା’ର ପରିବାର, ପରିଜନ ଓ ନିକଟତମ ସମ୍ପର୍କୀୟମାନେ ହିଁ ଅଙ୍ଗଦାନ କରିପାରିବେ। ଏହାର ସମ୍ପୂର୍ଣ୍ଣ ଯାଞ୍ଚ ହୁଏ। ଏମାନଙ୍କ ମଧ୍ୟରେ ମାତା-ପିତା, ପତି-ପତ୍ନୀ, ସନ୍ତାନ-ସନ୍ତତି, ଭାଇ-ଭଉଣୀ ଆଦି ସାମିଲ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,
ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ହେଉଛି ମହତ୍‌ ଦାନ। ଏ କଥା କେହି ବୁଝନ୍ତୁ କି ନ ବୁଝନ୍ତୁ, ବୁଝିଛନ୍ତି ଦିଲ୍ଲୀ ପୋଲିସ୍‌ର ୨ କନ୍‌ଷ୍ଟେବଳ। ରକ୍ତଦାନ କରିବା ଦୁହିଁଙ୍କର...

ଏଇ ଭାରତରେ

ପ୍ରାଥମିକ ଅବସ୍ଥାରେ ଭାଷା ଶିକ୍ଷା କରିବା ପିଲାଙ୍କ ପକ୍ଷେ କଷ୍ଟକର ହୋଇଥାଏ। କିନ୍ତୁ ଏହି କାର୍ଯ୍ୟକୁ ଅନାୟାସରେ କରିପାରୁଛନ୍ତି ଜଣେ ୮ ବର୍ଷର ବାଳକ। ସେ...

ଏଇ ଭାରତରେ

ଅଭିନବ ଉପାୟରେ ନିଜସ୍ବ ଜ୍ଞାନ କୌଶଳରେ କମ୍‌ ସଂସାଧନ ଉପଯୋଗରେ ସ୍କ୍ରାପ୍‌ ଜିନିଷରୁ ଟର୍‌ବାଇନ ନିର୍ମାଣ କରି ବିଦ୍ୟୁତ ଉତ୍ପାଦନ କରୁଛନ୍ତି ଝାଡ଼ଖଣ୍ଡର କେଦାର ପ୍ରସାଦ...

ଆଜିର ଅର୍ଥନୀତି/ ମୁଦ୍ରାସ୍ଫୀତି କମାଅ

ଖୁଚୁରା ମୁଦ୍ରାସ୍ଫୀତି ଅକ୍ଟୋବର ମାସରେ ୪.୬ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ସେପ୍ଟେମ୍ବରରେ ୩.୯୯ ପ୍ରତିଶତ ଥିଲା। ମୁଦ୍ରାସ୍ଫୀତି ଝୁଡ଼ିର ଅର୍ଦ୍ଧେକ ଦଖଲ କରୁଥିବା ଖାଉଟି...

କୃଷି ଓ ଆତ୍ମନିର୍ଭର ଭାରତ

ବିଚିତ୍ର ବିଶ୍ୱାଳ କେବେ ଦିନେ କଥା ଥିଲା ‘ଚାଷ କାମ ଯାହାର, କେତେ ସୁଖ ତାହାର।’ କିନ୍ତୁ ଆଜି ଏହା ସମ୍ପୂର୍ଣ୍ଣ ଓଲଟି ଯାଇଛି। କେହି...

ଆଜିର ଅର୍ଥନୀତି/ ମିଛ ମାନ୍ୟତା

ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍ସେସ୍‌ (ଜିଏସ୍‌ପି) ଯୋଜନାରୁ ବାଦ୍‌ ଦେବାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବା ପାଇଁ ଆମେରିକା ଭାରତକୁ ଏକ ‘ବିକଶିତ ଅର୍ଥନୀତି’ର ଦେଶ ଭାବେ...

ଏକ ଯୁଗାନ୍ତକାରୀ ରାୟ ସପକ୍ଷରେ

ରାଜୀବ କୁମାର ନାୟକ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ୧୧ ମାର୍ଚ୍ଚ ୨୦୨୦ରେ ଜାରି କରା ଯାଇଥିବା ବିଜ୍ଞପ୍ତି ଅନୁଯାୟୀ ୨୦ରୁ କମ୍‌ ପିଲାଥିବା...

ଏଇ ଭାରତରେ

ଅନ୍ୟର ଦୁଃଖ ବୁଝିଲେ ନିଜ ଦୁଃଖ କମିଯାଏ। ଅନ୍ୟର ସେବା କଲେ ଦୁର୍ବଳତା ଓ ପୀଡ଼ା ବିରୋଧରେ ଲଢ଼ିବାକୁ ଶକ୍ତି ମିଳେ। ଜୁନାଗଡ଼ର ଏମିତି ଦୁଇ...

Advertisement
Archives

Model This Week