୧୫ଦିନ ସମୟ ଦେଲା ପ୍ରଶାସନ

ବାଲିଆପାଳ, ୨୧।୫(ସ୍ବ.ପ୍ର.)

ବାଲିଆପାଳ ତହସିଲ କୁମ୍ଭାରୀ ପଞ୍ଚାୟତ ତାପୁଣ୍ଡିଆ ଗ୍ରାମର ସ୍କୁଲ ସମ୍ମୁଖ ଗୋଚର ଜମିରେ ଥିବା ବହୁଦିନର ପୁରୁଣା ଦୋକାନ ଘରକୁ ଶୁକ୍ରବାର ପ୍ରଶାସନ ଉଚ୍ଛେଦ ନ କରି ଫେରିଛି। ଉଚ୍ଛେଦ ସମୟରେ ପ୍ରବଳ ବିରୋଧ ଯୋଗୁ ପ୍ରଶାସନ ଜବରଦଖଲକାରୀଙ୍କୁ ୧୫ଦିନ ସମୟ ଦେଇ ଫେରିଛି।
ସ୍କୁଲ ସମ୍ମୁଖ ୬ ଏକର ବିଶିଷ୍ଟ ଦୁଇଟି ପ୍ଲଟର ଗୋଚର ଜମିରେ ଦୀର୍ଘ ଦିନରୁ ସ୍ଥାନୀୟ ଲୋକେ ଦୋକାନ ଘର କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। କିଛି ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ଗୋଚର ଜମିରେ ଦୁଇମହଲା ବିଶିଷ୍ଟ ସ୍ଥାୟୀ ପକ୍କା ଘର ନିର୍ମାଣ କରିବା ଏବଂ ଆବଶ୍ୟକ ନ ଥାଇ ଗୋଚର ଜମିକୁ ଆବଦ୍ଧ କରି ରଖିବା, ସରକାରୀ ଜାଗାରେ ମେଟାଲ ଚିପ୍ସ ଢାଳି ବେପାର କରିବା, ରାସ୍ତା ଉଭୟ ପାର୍ଶ୍ୱରେ ଦୋକାନ ଘର ହେବା ଫଳରେ ଦିନକୁ ଦିନ ରାସ୍ତା ସଙ୍କୁଚିତ ହେଉଥିଲା। ଏଥିପ୍ରତି କାହାର ନଜର ନ ଥିବାରୁ କିଛି ବୁଦ୍ଧିଜୀବୀ ଗ୍ରାମବାସୀ ଉକ୍ତ ବିଷୟକୁ ନେଇ ବାଲିଆପାଳ ତହସିଲଦାରଙ୍କଠାରେ ଅଭିଯୋଗ କରିବା ସହିତ ଜବରଦଖଲକୁ ଉଚ୍ଛେଦ କରିବାକୁ କୋର୍ଟ ଆଶ୍ରୟ ନେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କ ଉପସ୍ଥିତିରେ ବାଲିଆପାଳ ଥାନା ଭାରପ୍ରାପ୍ତ ଅଧିକାରୀ ପର୍ଶୁରାମ ସାହୁ, ଏସ୍‌ଆଇ ସସ୍ମିତା ମଲ୍ଲିକଙ୍କ ସହିତ ୨ ପ୍ଳାଟୁନ ପୋଲିସ ଫୋର୍ସ ଶୁକ୍ରବାର ଉକ୍ତ ସ୍ଥାନରେ ପହଞ୍ଚତ୍ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଦୋକାନୀ, ଜନ ପ୍ରତିନିଧି ଉଚ୍ଛେଦକୁ ପ୍ରବଳ ବିରୋଧ କରିଥିଲେ। ହେଲେ ପ୍ରଶାସନ କିଛି ନ ଶୁଣି ଗୋଟିଏ ଦୋକାନ ଘର ଓ ଦୋଇଟି ଗୁମୁଟିକୁ ଭାଙ୍ଗି ସାରିବା ପରେ ଉକ୍ତ ଦୋକାନୀମାନେ ବାଲିଆପାଳ ତହସିଲଦାର ଦାଶଙ୍କୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ଗୁହାରୀ କରିଥିଲେ। ଶେଷରେ କିଛି ମହିଳା ପୁରୁଷ ବୁଲଡୋଜର ଆଗରେ ଧାରଣାରେ ବସିଥିଲେ। ୧୫ ଦିନ ମଧ୍ୟରେ ସରକାରୀ ଗୋଚର ଜମିରୁ ବେଆଇନ ଦୋକାନ ଘରକୁ ନିଜେ ଭାଙ୍ଗି ନେବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ପ୍ରଶାସନ ଫେରିଯାଇଥିଲା। ଲକ୍ଷ୍ମୀଧର ସେଠୀ, ସଞ୍ଜୟ ମହାନ୍ତି, ସତ୍ୟ ବ୍ରତ ରାଉତ, ଚୈତନ୍ୟ ଦେ, ମଧୁସୂଦନ ଗିରି, ଶିବ କୁମାର ପ୍ରଧାନ, ନରେନ୍ଦ୍ର ଗିରିଙ୍କ ସହିତ ବହୁ ଦୋକାନୀ ସମର୍ଥକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri