୧୫ଦିନ ସମୟ ଦେଲା ପ୍ରଶାସନ

ବାଲିଆପାଳ, ୨୧।୫(ସ୍ବ.ପ୍ର.)

ବାଲିଆପାଳ ତହସିଲ କୁମ୍ଭାରୀ ପଞ୍ଚାୟତ ତାପୁଣ୍ଡିଆ ଗ୍ରାମର ସ୍କୁଲ ସମ୍ମୁଖ ଗୋଚର ଜମିରେ ଥିବା ବହୁଦିନର ପୁରୁଣା ଦୋକାନ ଘରକୁ ଶୁକ୍ରବାର ପ୍ରଶାସନ ଉଚ୍ଛେଦ ନ କରି ଫେରିଛି। ଉଚ୍ଛେଦ ସମୟରେ ପ୍ରବଳ ବିରୋଧ ଯୋଗୁ ପ୍ରଶାସନ ଜବରଦଖଲକାରୀଙ୍କୁ ୧୫ଦିନ ସମୟ ଦେଇ ଫେରିଛି।
ସ୍କୁଲ ସମ୍ମୁଖ ୬ ଏକର ବିଶିଷ୍ଟ ଦୁଇଟି ପ୍ଲଟର ଗୋଚର ଜମିରେ ଦୀର୍ଘ ଦିନରୁ ସ୍ଥାନୀୟ ଲୋକେ ଦୋକାନ ଘର କରି ନିଜର ପରିବାର ପ୍ରତିପୋଷଣ କରିଆସୁଛନ୍ତି। କିଛି ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ଗୋଚର ଜମିରେ ଦୁଇମହଲା ବିଶିଷ୍ଟ ସ୍ଥାୟୀ ପକ୍କା ଘର ନିର୍ମାଣ କରିବା ଏବଂ ଆବଶ୍ୟକ ନ ଥାଇ ଗୋଚର ଜମିକୁ ଆବଦ୍ଧ କରି ରଖିବା, ସରକାରୀ ଜାଗାରେ ମେଟାଲ ଚିପ୍ସ ଢାଳି ବେପାର କରିବା, ରାସ୍ତା ଉଭୟ ପାର୍ଶ୍ୱରେ ଦୋକାନ ଘର ହେବା ଫଳରେ ଦିନକୁ ଦିନ ରାସ୍ତା ସଙ୍କୁଚିତ ହେଉଥିଲା। ଏଥିପ୍ରତି କାହାର ନଜର ନ ଥିବାରୁ କିଛି ବୁଦ୍ଧିଜୀବୀ ଗ୍ରାମବାସୀ ଉକ୍ତ ବିଷୟକୁ ନେଇ ବାଲିଆପାଳ ତହସିଲଦାରଙ୍କଠାରେ ଅଭିଯୋଗ କରିବା ସହିତ ଜବରଦଖଲକୁ ଉଚ୍ଛେଦ କରିବାକୁ କୋର୍ଟ ଆଶ୍ରୟ ନେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କ ଉପସ୍ଥିତିରେ ବାଲିଆପାଳ ଥାନା ଭାରପ୍ରାପ୍ତ ଅଧିକାରୀ ପର୍ଶୁରାମ ସାହୁ, ଏସ୍‌ଆଇ ସସ୍ମିତା ମଲ୍ଲିକଙ୍କ ସହିତ ୨ ପ୍ଳାଟୁନ ପୋଲିସ ଫୋର୍ସ ଶୁକ୍ରବାର ଉକ୍ତ ସ୍ଥାନରେ ପହଞ୍ଚତ୍ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସ୍ଥାନୀୟ ଦୋକାନୀ, ଜନ ପ୍ରତିନିଧି ଉଚ୍ଛେଦକୁ ପ୍ରବଳ ବିରୋଧ କରିଥିଲେ। ହେଲେ ପ୍ରଶାସନ କିଛି ନ ଶୁଣି ଗୋଟିଏ ଦୋକାନ ଘର ଓ ଦୋଇଟି ଗୁମୁଟିକୁ ଭାଙ୍ଗି ସାରିବା ପରେ ଉକ୍ତ ଦୋକାନୀମାନେ ବାଲିଆପାଳ ତହସିଲଦାର ଦାଶଙ୍କୁ ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ଗୁହାରୀ କରିଥିଲେ। ଶେଷରେ କିଛି ମହିଳା ପୁରୁଷ ବୁଲଡୋଜର ଆଗରେ ଧାରଣାରେ ବସିଥିଲେ। ୧୫ ଦିନ ମଧ୍ୟରେ ସରକାରୀ ଗୋଚର ଜମିରୁ ବେଆଇନ ଦୋକାନ ଘରକୁ ନିଜେ ଭାଙ୍ଗି ନେବାର ଲିଖିତ ପ୍ରତିଶ୍ରୁତି ଦେବା ପରେ ପ୍ରଶାସନ ଫେରିଯାଇଥିଲା। ଲକ୍ଷ୍ମୀଧର ସେଠୀ, ସଞ୍ଜୟ ମହାନ୍ତି, ସତ୍ୟ ବ୍ରତ ରାଉତ, ଚୈତନ୍ୟ ଦେ, ମଧୁସୂଦନ ଗିରି, ଶିବ କୁମାର ପ୍ରଧାନ, ନରେନ୍ଦ୍ର ଗିରିଙ୍କ ସହିତ ବହୁ ଦୋକାନୀ ସମର୍ଥକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri