ରାସ୍ତାରେ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଖଇରା, ୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ଖଣି ଲୁଟେରାଙ୍କୁ ଲଗାମ୍‌ ଦେବାକୁ ପ୍ରଶାସନ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି। ରାତିଅଧିଆ ଚୋରାଚାଲଣ ଓ ବ୍ଲାଷ୍ଟିଂ ରୋକିବାକୁ ରାଜସ୍ବ ବିଭାଗ ତରଫରୁ ପାହାଡ ସଂଲଗ୍ନ ରାସ୍ତାରେ ଟ୍ରେଞ୍ଚ ଖୋଳାଯାଇଛି। କେବଳ ସେତିକି ନୁହେଁ ଟ୍ରେଞ୍ଚ ଖୋଳାଯିବା ପୂର୍ବରୁ ବିଭିନ୍ନ ପଥରଖଣିରେ ମହଜୁଦ ଥିବା ମେଟାଲକୁ ଗାଡିରେ ଆଣି ନିଲାମ ଉଦ୍ଦେଶ୍ୟରେ ହାଣ୍ଡିଆହାଟ ନିକଟରେ ଗଚ୍ଛିତ ରଖାଯାଇଛି ା ପ୍ରଶାସନର ଏହି କଡା ପଦକ୍ଷେପ ଖଣି ଚୋରା ଚାଲାଣକାରୀଙ୍କ ବେଆଇନ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଯିବା ସହ ହାତୀ ଚଳାଚଳ ସୁଗମ ହୋଇପାରିବ ବୋଲି ପାହାଡ ସଂଲଗ୍ନ ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି ା
ହାତୀ ଚଲାପଥ ମଧ୍ୟରେ ପାହାଡର ୯୭ରୁ ଊର୍ଦ୍ଧ୍ୱ ଖଣି ଆସୁଥିବା ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଉପଲବ୍ଧି କରିବା ପରେ ଶାରୀଶୁଆ ପାହାଡରେ ବେଆଇନ ଭାବେ ଚାଲିଥିବା ଖଣି ବ୍ୟବହାର ଉପରେ ୨୦୧୯ରେ ରହିତାଦେଶ ପ୍ରଦାନ କରିଥିଲେ। ହେଲେ ଖଣି ବ୍ୟବହାରକାରୀମାନେ ଏଥିରେ ଭ୍ରୂକ୍ଷେପ ନ କରି ରାତିଅଧିଆ ହଜାର ହଜାର ଟ୍ରିପ ପଥର ବୋଝେଇ ଟ୍ରକ କପ୍ତିପଦା ବାରିପଦା ଦେଇ ବାହାର ରାଜ୍ୟକୁ ଚାଲାଣ କରୁଥିଲେ। ରାଜସ୍ବ ବିଭାଗର କିଛି ତଳିଆ କର୍ମଚାରୀଙ୍କ ସହଯୋଗରେ ଏହି ଲୁଟ୍‌ ଚାଲିଥିବା ଯୋଗୁ ଅଧିକାରୀମାନଙ୍କ ଚଢାଉ ପାଇଁ ଖଣି ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ସେମାନେ ଖସି ପଳାଉଥିଲେ। ୩ବର୍ଷ ଧରି କିଛି ହାତଗଣତି ଖଣି ବ୍ୟବହାରକାରୀ ପାହାଡକୁ ଧ୍ୱଂସ କରିବାକୁ ପଛାଉ ନ ଥିଲେ। ପ୍ରଶାସନ ନିରୁପାୟ ହୋଇପଡିଥିଲା। ସମସ୍ତ ଖଣିରେ ୧୪୪ଧାରା ଲାଗୁ ସତ୍ତ୍ୱେ ପ୍ରଶାସନ ସେମାନଙ୍କ ଆଗରେ ଏକ ପ୍ରକାର ହାତ ଟେକି ଦେଇଥିଲା। ଉକ୍ତ ବେଆଇନ କାର୍ଯ୍ୟ ଉପରେ ବାଧ୍ୟ ହୋଇ ଅଙ୍କୁଶ ଲଗାଇବାକୁ ପାହାଡର ବିଭିନ୍ନ ଖଣିରୁ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରେଞ୍ଚ ଖୋଳା କାର୍ଯ୍ୟ ଶୁକ୍ରବାର ଶେଷ ହୋଇଛି ା ସେହିଭଳି ଖଣି ବ୍ୟବହାରକାରୀ ଚାଲାଣ ପାଇଁ ବିଭିନ୍ନ ଖଣିରେ ଗଚ୍ଛିତ ରଖିଥିବା ପଥରଖଣ୍ଡ ଓ ମେଟାଲକୁ ଅଧିକାରୀଙ୍କ ନିର୍ଦ୍ଦେଶରେ ବୋହି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିଛି। ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା, ଅତରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନୀ ଧଳ, ରାଜସ୍ବ ନିରୀକ୍ଷକ ଚନ୍ଦ୍ରଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ଖଇରା ପୋଲିସ ସହଯୋଗରେ ଏହି ଟ୍ରେଞ୍ଚ ଖୋଳା କାର୍ଯ୍ୟ ଶେଷ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜେଜେ ପ୍ରେରଣାର ଉତ୍ସ

ମୋର ସ୍ବର୍ଗତ ଜେଜେବାପା ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାନ୍ତି ଥିଲେ ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା ଆଧ୍ୟାତ୍ମିକ ବିଚାରସମ୍ପନ୍ନ ମଣିଷ। ତାଙ୍କର ରାଜନୈତିକ...

୨ ଭାଲୁ ଆକ୍ରମଣରେ ୬ ଗୁରୁତର

ସଜନାଗଡ଼, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ଏବଂ ଟଣକା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ୨ଟି ଭାଲୁ ଆକ୍ରମଣରେ ୬ଜଣ ଗୁରୁତର ହୋଇଛନ୍ତି।...

ପ୍ରଦର୍ଶନୀ ପଡିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ...

ମାର୍ଚ୍ଚ ୨୨, ୨୩ରେ ଗାଁ ସ୍ତରରେ ମିଳିବ ମଧୁବାବୁ ଭତ୍ତା: ମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା...

ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ରେଳ ଲାଇନକୁ ମଞ୍ଜୁରୀ

ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ମଙ୍ଗଳବାର ଉପସ୍ଥାପନ କରିଥିବା ବଜେଟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ...

ନୟାଗଡ଼ରେ ବାଟବଣା ଲକ୍‌ଡାଉନ୍‌: ଗଳାବାଟ ବାଛୁଛନ୍ତି ଲୋକେ, ସୁରକ୍ଷା ପ୍ରତି ଖାତିର ନାହିଁ

ନୟାଗଡ ଅଫିସ,୨୫।୩: କରୋନାର ପ୍ରତିଷେଧକ ପାଇଁ ନୟାଗଡ ଜିଲା ସଦର ମହକୁମାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏଥିପାଇଁ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି।...

ଅଭିଯୋଗ ଶୁଣିବ ଜନଶୁଣାଣି ପୋର୍ଟାଲ

ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ): କୌଣସି କାର୍ଯ୍ୟାଳୟକୁ ନ ଯାଇ ହାତପାଆନ୍ତାରେ ମିଳିବ ସେବା। ଲୋକମାନେ ଡିଜିଟାଲ ପ୍ଲାଟ୍‌ଫର୍ମରେ ନିଜର ଅଭିଯୋଗ ଦାଖଲ କରିପାରିବେ। ପୁରାତନ ପୁସ୍ତକ, ବିରଳ...

ଗୋଟିଏ ଜାଗାରେ ୪ ଭିନ୍ନ ସୂଚନା

ନାଉଗଁା,୨୧ା୯(ସ୍ବ.ପ୍ର.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଞ୍ଚାୟତଗୁଡିକର ଉନ୍ନତୀକରଣ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଛି। ମାତ୍ର ଗୋଟିଏ ଜାଗାରେ ଦୁଇଟି କାମ ଚାଲିଥିବା...

Advertisement
Archives

Model This Week