ବଦଳିଲା ୧୬ ଗାଁର ଠିକଣା

ଧାମନଗର, ୧୫।୨(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ୧୧ ଓ ଭଣ୍ଡାରିପୋଖରୀ ବ୍ଲକର ୫କୁ ମିଶାଇ ମୋଟ ୧୬ ଗଁାର ଠିକଣା ବଦଳିଛି। ଆଗରୁ ଏସବୁ ଗଁାର ଠିକଣା ଯାଜପୁର ଜିଲାର ସମ୍ପୃକ୍ତି ରହୁଥିଲା। ଲୋକେ ଯେତେବେଳେ ଠିକଣା ଲେଖୁଥିଲେ, ସେତେବେଳେ ପିନ୍‌କୋଡ ଦେଉଥିଲେ ୭୫୫୦୦୬। ଏହି ପିନକୋଡ ହେଉଛି ଯାଜପୁର ଜିଲା ଦଶରଥପୁର ଉପଡାକଘରର। ବ୍ରିଟିଶ ଅମଳରୁ ଏହି ପିନକୋଡ୍‌ରେ ନିଜକୁ ପରିଚିତ କରୁଥିଲେ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ୪ ଗଁା, ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ବିରୋଳି, ସଠଗଁା ଓ ଦାଣ୍ଡକୂଳ ଗଁା ଲୋକେ। ସେହିପରି ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତର ଷେଣ୍ଢପୁର, କଣ୍ଟାପାରୀ, ବେଦପୁର, ମିଶ୍ରସାହି ଗଁା ଲୋକେ ବି ଏହି ପିନ୍‌କୋଡ ବ୍ୟବହାର କରୁଥିଲେ। ଏସବୁ ଗଁା ସହ ହସନାବାଦ ପଞ୍ଚାୟତର ମମଦୁଲ୍ଲା ଡାକଘର ଅଧୀନରେ ଥିବା ୫ ଗଁା ମଧ୍ୟ ସୋମବାରଠାରୁ ଅଲଗା ଠିକଣାରେ ପରିଚିତ ହୋଇଛି। ବ୍ରିଟିଶ ଶାସନ ଅମଳରେ ଧାମନଗର ବ୍ଲକର ଏସବୁ ଗଁା ଦିହୁଡ଼ି ଆନନ୍ଦପୁର, କଣ୍ଟାପାରୀ ଓ ମମଦୁଲ୍ଲା ପୋଷ୍ଟ ଅଫିସ ଅଧୀନରେ ଥିଲା। ଏହି ୩ ଶାଖା ଡାକଘରର ପିନକୋଡ ୭୫୫୦୦୬ ରହିଥିଲା। ସୋମବାରଠାରୁ ଏହାର ପୂର୍ଣ୍ଣଛେଦ ପଡ଼ିଛି। ତିନି ଶାଖା ଡାକଘରର ପିନ୍‌କୋଡ ବଦଳିଛି। ଯାଜପୁର ଜିଲାର ଦଶରଥପୁରରୁ ବାହାରି ଧାମନଗର ଉପଡାକଘର ସହ ଯୋଡ଼ି ହୋଇଛି। ଏବେ ପିନ୍‌କୋଡ୍‌ ୭୫୬୧୧୭ ହୋଇଛି।
୩ ଶାଖା ଡାକଘରର ଚିଠି ଓ ଆକାଉଣ୍ଟ କାମ ସବୁ ଧାମନଗରରୁ ଆରମ୍ଭ ହୋଇଛି। ସୋମବାର ସକାଳେ ଦିହୁଡ଼ି ଆନନ୍ଦପୁରର ରନର ନିରାକାର ଦାସ ଡାକ ନେଇ କଣ୍ଟାପାରୀ ଯାଇଥିଲେ। ସେଠାରୁ ଡାକ ଧରି ଦୋବଲ ପୋଷ୍ଟ ଅଫିସରେ ପହଞ୍ଚିଥିଲେ। ଦୋବଲ ଡାକଘରର ରନର ନିଜ ଡାକ ସହ ଏ ଦୁଇ ଡାକଘରର ଚିଠିପତ୍ର ନେଇ ଧାମନଗର ଉପଡାକଘରେ ପହଞ୍ଚତ୍ଥିଲେ। ଏହାସହ ନୂଆକରି ଯୋଡ଼ି ହୋଇଥିବା ତିନି ଡାକଘରର ପୋଷ୍ଟମାଷ୍ଟର ଆସି ଧାମନଗର ଉପଡାକଘର ପୋଷ୍ଟମାଷ୍ଟରଙ୍କ ସହ ଆଲୋଚନା କରିଥିଲେ। ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କର ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଏହାସହ ଆକାଉଣ୍ଟ ସେଟିଂ କାର୍ଯ୍ୟରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି, ଚଳିତମାସ ୨ ତାରିଖରେ ଏନେଇ ଓଡ଼ିଶା ମହାଡାକପାଳଙ୍କ କାର୍ଯ୍ୟାଳୟରୁ ଯାଜପୁର ଓ ଭଦ୍ରକ ଡାକ ଡିଭିଜନ, ଭାରତୀୟ ଡାକ ବିଭାଗର ସୂଚନା ପ୍ରଯୁକ୍ତି ବିଭାଗ, ଦଶରଥପୁର ଓ ଧାମନଗର ଉପଡାକଘରକୁ ଜଣାଇ ଦିଆଯାଇଥିଲା। ତଦନୁଯାୟୀ ଗତ ୮ ତାରିଖରୁ ତିନି ଶାଖା ଡାକଘର ଦିହୁଡ଼ି ଆନନ୍ଦପୁର, କଣ୍ଟାପାରୀ ଓ ମମଦୁଲ୍ଲା ପୋଷ୍ଟ ଅଫିସରେ ସମସ୍ତ କାମ ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?