ବଦଳିଲା ୧୬ ଗାଁର ଠିକଣା

ଧାମନଗର, ୧୫।୨(ଡି.ଏନ.ଏ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ୧୧ ଓ ଭଣ୍ଡାରିପୋଖରୀ ବ୍ଲକର ୫କୁ ମିଶାଇ ମୋଟ ୧୬ ଗଁାର ଠିକଣା ବଦଳିଛି। ଆଗରୁ ଏସବୁ ଗଁାର ଠିକଣା ଯାଜପୁର ଜିଲାର ସମ୍ପୃକ୍ତି ରହୁଥିଲା। ଲୋକେ ଯେତେବେଳେ ଠିକଣା ଲେଖୁଥିଲେ, ସେତେବେଳେ ପିନ୍‌କୋଡ ଦେଉଥିଲେ ୭୫୫୦୦୬। ଏହି ପିନକୋଡ ହେଉଛି ଯାଜପୁର ଜିଲା ଦଶରଥପୁର ଉପଡାକଘରର। ବ୍ରିଟିଶ ଅମଳରୁ ଏହି ପିନକୋଡ୍‌ରେ ନିଜକୁ ପରିଚିତ କରୁଥିଲେ ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ୪ ଗଁା, ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ବିରୋଳି, ସଠଗଁା ଓ ଦାଣ୍ଡକୂଳ ଗଁା ଲୋକେ। ସେହିପରି ଧାମନଗର ବ୍ଲକ ସୋହଡ଼ା ପଞ୍ଚାୟତର ଷେଣ୍ଢପୁର, କଣ୍ଟାପାରୀ, ବେଦପୁର, ମିଶ୍ରସାହି ଗଁା ଲୋକେ ବି ଏହି ପିନ୍‌କୋଡ ବ୍ୟବହାର କରୁଥିଲେ। ଏସବୁ ଗଁା ସହ ହସନାବାଦ ପଞ୍ଚାୟତର ମମଦୁଲ୍ଲା ଡାକଘର ଅଧୀନରେ ଥିବା ୫ ଗଁା ମଧ୍ୟ ସୋମବାରଠାରୁ ଅଲଗା ଠିକଣାରେ ପରିଚିତ ହୋଇଛି। ବ୍ରିଟିଶ ଶାସନ ଅମଳରେ ଧାମନଗର ବ୍ଲକର ଏସବୁ ଗଁା ଦିହୁଡ଼ି ଆନନ୍ଦପୁର, କଣ୍ଟାପାରୀ ଓ ମମଦୁଲ୍ଲା ପୋଷ୍ଟ ଅଫିସ ଅଧୀନରେ ଥିଲା। ଏହି ୩ ଶାଖା ଡାକଘରର ପିନକୋଡ ୭୫୫୦୦୬ ରହିଥିଲା। ସୋମବାରଠାରୁ ଏହାର ପୂର୍ଣ୍ଣଛେଦ ପଡ଼ିଛି। ତିନି ଶାଖା ଡାକଘରର ପିନ୍‌କୋଡ ବଦଳିଛି। ଯାଜପୁର ଜିଲାର ଦଶରଥପୁରରୁ ବାହାରି ଧାମନଗର ଉପଡାକଘର ସହ ଯୋଡ଼ି ହୋଇଛି। ଏବେ ପିନ୍‌କୋଡ୍‌ ୭୫୬୧୧୭ ହୋଇଛି।
୩ ଶାଖା ଡାକଘରର ଚିଠି ଓ ଆକାଉଣ୍ଟ କାମ ସବୁ ଧାମନଗରରୁ ଆରମ୍ଭ ହୋଇଛି। ସୋମବାର ସକାଳେ ଦିହୁଡ଼ି ଆନନ୍ଦପୁରର ରନର ନିରାକାର ଦାସ ଡାକ ନେଇ କଣ୍ଟାପାରୀ ଯାଇଥିଲେ। ସେଠାରୁ ଡାକ ଧରି ଦୋବଲ ପୋଷ୍ଟ ଅଫିସରେ ପହଞ୍ଚିଥିଲେ। ଦୋବଲ ଡାକଘରର ରନର ନିଜ ଡାକ ସହ ଏ ଦୁଇ ଡାକଘରର ଚିଠିପତ୍ର ନେଇ ଧାମନଗର ଉପଡାକଘରେ ପହଞ୍ଚତ୍ଥିଲେ। ଏହାସହ ନୂଆକରି ଯୋଡ଼ି ହୋଇଥିବା ତିନି ଡାକଘରର ପୋଷ୍ଟମାଷ୍ଟର ଆସି ଧାମନଗର ଉପଡାକଘର ପୋଷ୍ଟମାଷ୍ଟରଙ୍କ ସହ ଆଲୋଚନା କରିଥିଲେ। ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କର ସମସ୍ତ କାର୍ଯ୍ୟ ନିରୀକ୍ଷଣ କରିଥିଲେ। ଏହାସହ ଆକାଉଣ୍ଟ ସେଟିଂ କାର୍ଯ୍ୟରେ ସହଯୋଗ କରିଥିଲେ। ପ୍ରକାଶ ଥାଉକି, ଚଳିତମାସ ୨ ତାରିଖରେ ଏନେଇ ଓଡ଼ିଶା ମହାଡାକପାଳଙ୍କ କାର୍ଯ୍ୟାଳୟରୁ ଯାଜପୁର ଓ ଭଦ୍ରକ ଡାକ ଡିଭିଜନ, ଭାରତୀୟ ଡାକ ବିଭାଗର ସୂଚନା ପ୍ରଯୁକ୍ତି ବିଭାଗ, ଦଶରଥପୁର ଓ ଧାମନଗର ଉପଡାକଘରକୁ ଜଣାଇ ଦିଆଯାଇଥିଲା। ତଦନୁଯାୟୀ ଗତ ୮ ତାରିଖରୁ ତିନି ଶାଖା ଡାକଘର ଦିହୁଡ଼ି ଆନନ୍ଦପୁର, କଣ୍ଟାପାରୀ ଓ ମମଦୁଲ୍ଲା ପୋଷ୍ଟ ଅଫିସରେ ସମସ୍ତ କାମ ବନ୍ଦ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri