ପ୍ରେମକୁ ନେଇ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ: ବିବାହ ପରେ ମା’ ନ ହେବାକୁ କରିଥିଲେ ସ୍ଥିର

ଅଭିନେତ୍ରୀ ଅରୁଣା ଇରାନୀ ୫୦୦ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ଅରୁଣା କେବଳ ପରଦାରେ ହିରୋଇନ ଭୂମିକାରେ ଅଭିନୟ କରି ନ ଥିଲେ ବରଂ ଜଣେ ଖଳନାୟିକା ଭୂମିକା କରି ପ୍ରତ୍ୟେକ ଚରିତ୍ର ପାଇଁ ଫିଟ ବୋଲି ପ୍ରମାଣ କରିଥିଲେ । ସେ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ତାଙ୍କ ଭୂମିକା ପାଇଁ ତାଙ୍କୁ ଫିଲ୍ମଫେୟାର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ସେ କେବଳ ହିନ୍ଦୀରେ ନୁହେଁ କନ୍ନଡ, ମରାଠୀ ଏବଂ ଗୁଜୁରାଟୀ ଫିଲ୍ମରେ ମଧ୍ୟ କାମ କରିଥିଲେ। ତାଙ୍କର ଅଭିନୟ ଏପରି ଥିଲା ଯେ, ଅରୁଣାର ପ୍ରତ୍ୟେକ ଫିଲ୍ମ ଚର୍ଚ୍ଚାରେ ରହୁଥିଲା । କିନ୍ତୁ ସମୟ ସହିତ ଅରୁଣାଲ ଫିଲ୍ମରୁ ଟିଭି ସିରିଏଲରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଆଜି ତାଙ୍କ ୭୫ ତମ ଜନ୍ମଦିନ ଅବସରରେ, ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ଅଜଣା କଥା।

ଅରୁଣାଙ୍କ ପ୍ରେମ ଜୀବନ ଚର୍ଚ୍ଚାରେ ଥିଲା। ହାସ୍ୟ ଅଭିନେତା ମେହମୁଦଙ୍କ ସହ ତାଙ୍କର ଦୀର୍ଘ ଦିନ ସମ୍ପର୍କ ଥିଲା । ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। କିନ୍ତୁ ଏକ ସାକ୍ଷାତକାରରେ ଅରୁଣା କହିଥିଲେ ଯେ “ଆମେ ଦୁହେଁ ବହୁତ ଭଲ ବନ୍ଧୁ, ସାଙ୍ଗମାନଙ୍କ ଅପେକ୍ଷା ଭଲ। ଏହାକୁ ଆକର୍ଷଣ, ବନ୍ଧୁତା କିମ୍ବା ଅନ୍ୟ କିଛି କୁହାଯାଇପାରେ। କିନ୍ତୁ ପ୍ରେମରେ ପହଞ୍ଚି ପାରି ନଥିଲା, ତେଣୁ ଆମେ ବିବାହ କରି ନ ଥିଲୁ।”

୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ଅରୁଣା ନିର୍ଦ୍ଦେଶକ କୁକ୍କୁ କୋହଲିଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ସେ ମା’ ନ ହେବାକୁ ସ୍ଥିର କଲେ। ସେ ଚାହୁଁ ନଥିଲେ ଯେ ତାଙ୍କ ପିଲାମାନେ ଓ ତାଙ୍କ ଭିତରେ ଜେନେରେଶନ ଗ୍ୟାପ ହେଉ।


Enter your email to get our daily news in your inbox.

All Right Reserved By Dharitri.Com

କିଏ କାମୁଡ଼େ ନଖ ତ କିଏ ଗାଧୋଇବାକୁ ଡରେ

ମୁମ୍ବାଇ: ଦୁନିଆରେ ଏପରି ଅଜବ ପ୍ରକାରର ଲୋକ ଅଛନ୍ତି, ଯେଉଁମାନେ ଅନେକ ଅଦ୍ଭୁତ କାର୍ଯ୍ୟସବୁ କରିଥାନ୍ତି। କେବଳ ସାଧାରଣ ଲୋକ ନୁହନ୍ତି, ବଲିଉଡ୍‌ ଷ୍ଟାର୍‌ମାନେ ମଧ୍ୟ...

ଓ୍ବାଜିଦ୍‌‌ଙ୍କ ମା’ଙ୍କୁ କରୋନା

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ମାତ୍ର ୪୨ ବର୍ଷ ବୟସରେ ଓ୍ବାଜିଦ୍‌ଙ୍କ ମୃତ୍ୟୁକୁ ସହଜରେ...

ହଙ୍ଗାମା ସିକ୍ୱିଏଲରେ ନଜର ଆସିବେ ଶିଳ୍ପା

ମୁମ୍ବାଇ: ବଲିଉଡ୍‌ ନାୟିକା ଶିଳ୍ପା ସେଟ୍ଟୀ ହଙ୍ଗାମା ସିକ୍ୱିଏଲରେ ପରେଶ ରାଓ୍ବଲଙ୍କ ସହ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ଶିଳ୍ପା ଏକ ମେଜର ରୋଲ୍‌ରେ...

କ୍ରିକେଟରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ସଙ୍ଗିତା

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ସଙ୍ଗିତା ବିଜଲାନୀ ଏଥର ତାଙ୍କ ଜନ୍ମଦିନ ନିରାଡମ୍ବର ସହ ପାଳନ କରିଛନ୍ତି। ଜୁଲାଇ ୯ରେ ତାଙ୍କ ଜନ୍ମଦିନ ଥିବା...

ରିଷି କପୁରଙ୍କୁ ଭେଟିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ବି ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଓ ଆଇଟମ୍‌ ଗର୍ଲ ମଲାଇକା ଆରୋରା ଏବେ ନ୍ୟୁୟର୍କରେ ଛୁଟି କଟାଉଛନ୍ତି।...

ହସ୍ପିଟାଲରେ ଉର୍ଫି ଜାଭେଦ, ଚିନ୍ତାରେ ପ୍ରଶଂସକ

ମୁମ୍ବାଇ: ସର୍ବଦା ନିଜର ଅଜବ ଫ୍ୟାଶନ ସେନ୍ସ ସହ ବୋଲ୍ଡ ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି ସୋସିଆଲ ମିଡିଆ ସେନସେଶନ ଉର୍ଫି ଜାଭେଦ। ବିଗ୍‌ ବସ୍‌...

ଦିବଂଗତ ମା’ଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ଅର୍ଜୁନ, ପୋଷ୍ଟରେ ଲେଖିଲେ…

ବମ୍ବେ: ଦିବଂଗତ ମା’ଙ୍କ ଜନ୍ମଦିନରେ ଭାବବିହ୍ବଳ ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ କପୁର। ସୋସିଆଲ ମିଡିଆରେ ସେ ଏକ ଫଟୋ ଶେୟାର କରି ତାଙ୍କୁ ମନେପକାଇଛନ୍ତି।...

ଐଶ୍ୱର୍ଯ୍ୟାଙ୍କ ପାଇଁ ବିଦେଶରୁ ୧୬ କିଲୋର ଏକ ପାର୍ଶଲ ପଠାଇଥିଲେ ଜଣେ ବ୍ୟକ୍ତି: ଖୋଲିଲା ବେଳକୁ…

ବଲିଉଡର ସୁନ୍ଦର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମା’ ହେବା ପରେ ଆଉ ବେଶୀ ଫିଲ୍ମ ଜଗତରେ ସକ୍ରିୟ ନାହାନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା...

Advertisement
Archives

Model This Week