ସଞ୍ଜୟଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରେ ଚାହିଁ ନ ଥିଲେ ପରସ୍ପର ମୁହଁ

ବଲିଉଡ୍‌ରେ ଅନେକ ଯୋଡି ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ବିଫଳ ହୋଇଯାଇଛି। ସେହି ଯୋଡିଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ ଅନ୍ୟତମ। ଏକାଠି ସେଟ୍‌ରେ କାମ କରିବାବେଳେ ସେମାନେ ପରସ୍ପରକୁ ଭଲ ପାଉଥିଲେ। ଏହି ସମ୍ପର୍କ ବିବାହରେ ପହଞ୍ଚିବାକୁ ଯାଉଥିବା ବେଳେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ପରେ ଉଭୟ ପରସ୍ପର ମୁହଁକୁ ଚାହିଁ ନ ଥିଲେ। ତେବେ ଏପରି କ’ଣ ଘଟିଥିଲା ଯାହା ସେମାନଙ୍କ ପ୍ରେମ ସମ୍ପର୍କକୁ ଭାଙ୍ଗି ଦେଇଥିଲା ଜାଣନ୍ତୁ ସେ ସମ୍ପର୍କରେ…

ସଞ୍ଜୟ ଏବଂ ମାଧୁରୀ ‘ସାଜନ’, ‘ଥାନେଦାର’, ‘କାନୁନ୍‌ ଅପନା ଅପନା’ ଫିଲ୍ମରେ ଏକାଠି କାମ କରିଥିଲେ। ୧୯୯୧ରେ ‘ସାଜନର’ ଶୁଟିଂ ସମୟରେ ସଞ୍ଜୟ ଏବଂ ମାଧୁରୀ ନିକଟତର ହୋଇଥିଲେ । ଫିଲ୍ମ ‘ଖଳନାୟକ’ ସମୟରେ ଉଭୟ ପରସ୍ପରକୁ ଭଲ ପାଉଥିଲେ। ଏପରିକି ସେଟ୍‌ରେ ଦୁହେଁ ପରସ୍ପର ସହିତ ଅଧିକରୁ ଅଧିକ ସମୟ ବିତାଇବା ଆରମ୍ଭ କରିଥିଲେ।

ସଞ୍ଜୟ ଦତ୍ତ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ଏକ ଝିଇ ଥିଲେ। ଏସବୁ ଜାଣିବା ପରେ ମଧ୍ୟ ମାଧୁରୀ ସଞ୍ଜୟ ଦତ୍ତଙ୍କୁ ବହୁତ ଭଲ ପାଉଥିଲେ। ଯେତେବେଳେ ମାଧୁରୀଙ୍କ ପରିବାର ଏହି ବିଷୟରେ ଜାଣିଲେ, ସେମାନେ ଏହି ସମ୍ପର୍କକୁ ବିରୋଧ କଲେ। କିନ୍ତୁ ଏହା ସତ୍ତ୍ୱେ ସେ ପରିବାର ବିରୋଧରେ ଯିବାକୁ ରାଜି ଥିଲେ।

୧୯୯୩ରେ ମୁମ୍ବାଇରେ ଏକ ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ବିସ୍ଫୋରଣରେ ସଞ୍ଜୟଙ୍କ ନାମ ଆସିଥିଲା। ଏହି ଘଟଣା ପରେ ମାଧୁରୀ ନିଜେ ସଞ୍ଜୟଙ୍କ ସହ ସମ୍ପର୍କ ଶେଷ କରିଥିଲେ। କୁହାଯାଏ ଯେ ଯେତେବେଳେ ସଞ୍ଜୟ ମାଧୁରୀଙ୍କୁ ଜେଲରେ ଥାଇ ଫୋନ୍‌ କରିଥିଲେ ମାଧୁରୀ ତାଙ୍କ ଫୋନକୁ ଫିଙ୍ଗି ଦେଇଥିଲେ।

ପରେ ସଞ୍ଜୟ ଅନେକ ଥର ମାଧୁରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏଭଳି ପରିସ୍ଥିତିରେ ମାଧୁରୀ ସଞ୍ଜୟଙ୍କ ସହ ତାଙ୍କର ସବୁ ସମ୍ପର୍କକୁ ସବୁଦିନ ପାଇଁ ସମାପ୍ତ କରିଥିଲେ। ଯାହା ପରେ ଦୁହେଁ ନିଜ ନିଜ ଜୀବନରେ ଆଗକୁ ବଢ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri