ପାଦରୁ ରକ୍ତ ବାହାରିବା ପରେ ବି ‘କୁସୁକୁସୁ’ ଗୀତ ଶୁଟିଂ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ପରିଶ୍ରମୀ ତଥା ଉଦୀୟମାନ ତାରକାମାନଙ୍କ ମଧ୍ୟରୁ ନୋରା ଫତେହି ଅନ୍ୟତମ। ପ୍ରାୟତଃ ସେ ତାଙ୍କ ନୃତ୍ୟ ଗୀତ ଏବଂ ଫ୍ୟାଶନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏବେ ସେ ତାଙ୍କର ନୂତନ ଗୀତ ‘କୁସୁ କୁସୁ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମ‘ସତ୍ୟମେବ ଜୟତେ’ର ଏହି କୁସୁ କୁସୁ ଗୀତ ବେଶ ହିଟ ହୋଇଛି । ତେବେ ଏହି ଗୀତ ଶୁଟିଂ ସମୟରେ ତାଙ୍କୁ ଆଘାତ ମଧ୍ୟ ଲାଗିଥିଲା । ତଥାପି ସେ ଏହାକୁ ଖାତିର ନକରି କାମ କରିଥିଲେ ।

‘‘କୁସୁକୁସୁ’ ଗୀତ ରିଲିଜ ହେବାପରେ, ନୋରା ସୋସିଆଲ ମିଡିଆରେ ଏହାର ବିଟିଏସ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ନୋରା ଶୁଟିଂ ସମୟରେ ଗଳାରେ ଲାଗିଥିବା ଆଘାତ ବିଷୟରେ କହିଛନ୍ତି । ଏହି ଗୀତ ସୁଟିଂ ସମୟରେ ନୋରା ହେଭି ବଡିସୁଟ ପିନ୍ଧିଥିଲେ। ଯେଉଁଥିରେ ଯୋଡି ହୋଇଥିବା ଓଢଣୀ ତାଙ୍କର ହାରରେ ବନ୍ଧା ହୋଇଥିଲା । ଗୀତ ଶୁଟିଂ କରିବା ସମୟରେ, ନୋରାଙ୍କ ଗଳାରେ ହାର ଲାଗି ଯାଉଥିଲା । ଯାହା ଦ୍ବାରା, ସେ ବହୁତ କଷ୍ଟ ସହିଥିଲେ । ହାର ପାଇଁ ତାଙ୍କ ଗଳାରେ ବହୁତ ଆଘାତ ଲାଗିଥିଲା । ଏହା ସେ କେବେବି ଭୂଲି ପାରିବେ ନାହିଁ ବୋଲି କହିଛନ୍ତି।

କେବଳ ଏତିକି ନୁହେଁ , ଏହି ଶୁୁଟିଂ ସମୟରେ ସେ ହାଇହିଲ ପିନ୍ଧିଥିଲେ, ଯେଉଁଥିରେ ତାଙ୍କ ପାଦରେ ଆଘାତ ଲାଗି, ରକ୍ତ ମଧ୍ୟ ବୋହିଥିଲା । କିନ୍ତୁ ସେ ଏହାପରେ ପାଦରେ ପଟି ବାନ୍ଧି ପୁଣି ଶୁୁଟିଂ ଆରମ୍ଭ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶେହନାଜ-ସିଦ୍ଧାର୍ଥଙ୍କ ଫଟୋ ଭାଇରାଲ, ୟୁଜର କହିଲେ ଏମିତି

ମୁମ୍ବାଇ : ‘ବିଗ୍‌ବସ-୧୩’ର ପ୍ରତିଯୋଗୀ ଶେହନାଜ ଗିଲ୍‌ ନିଜର ଶୋ’ ‘ମୁଝ୍‌ସେ ଶାଦୀ କରୋଗେ’ରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି। ‘ବିଗ୍‌ବସ’ ଶେଷ ହେବା ପରେ ସେ...

ମେ’ ୧୩ରେ ପ୍ରେକ୍ଷାଳୟକୁ ଆସିବ ଆୟୁଷ୍ମାନଙ୍କ ଏହି ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ସବୁବେଳେ ନିଜର ଆକ୍ଟିଭିଟିଜ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିସହିତ ସେ ଦେଶର ସମସାମୟିକ ପ୍ରସଙ୍ଗରେ ନିଜର ମତ ପ୍ରକାଶ...

କେବଳ ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ବି ସୁପରହିଟ୍‌ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି। ଐଶ୍ୱର୍ଯ୍ୟା ରାୟ: ନିଜର ସୌନ୍ଦର୍ଯ୍ୟ...

ରିୟାଙ୍କୁ ସମର୍ଥନ କରୁଛନ୍ତି ଏହି ଅଭିନେତା!

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଅଭିଯୁକ୍ତ କୁହାଯାଉଥିବା ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ଅଡୁଆ ଦିନକୁ ଦିନ ବଢ଼ିବାରେ...

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ସୁଶାନ୍ତ ଫାଶୀ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ପ୍ରାରମ୍ଭିକ...

ଲତା ମଙ୍ଗେସକର ଅସୁସ୍ଥ: ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୧୧ ।୧: ଭାରତ ରତ୍ନ ତଥା ସୁର ସାମ୍ରାଜ୍ଞି ଲତା ମଙ୍ଗେସକର ଅସୁସ୍ଥ ହୋଇ ପଡିଛନ୍ତି । ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।...

ଫିଟ୍‌ ରହିବା ଲାଗି ସାଇକେଲ ଚଲାଏ

ଓଡ଼ିଆ କଣ୍ଠଶିଳ୍ପୀ ଆର୍‌.ଏସ୍‌. କୁମାର ସବୁବେଳେ ଫିଟ୍‌ନେସ ଉପରେ ଗୁରୁତ୍ୱ ଦିଅନ୍ତି। ବିଭିନ୍ନ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ବର୍ଷସାରା ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାକୁ ପଡ଼ୁଥିଲେ...

ଆଶ୍ୱସ୍ତ ହେଲେ ସଲମାନ

ନୂଆଦିଲ୍ଲୀ,୨୯।୧୧: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଗତବର୍ଷ ସଲମାନଙ୍କ ନାଁରେ ଏକ ମାମଲା କରାଯାଇଥିଲା। ଗତବର୍ଷ ସେ ଫିିଲ୍ମ ‘ଲଭ ୟାତ୍ରୀ’...

Advertisement
Archives

Model This Week