ଲାଇମଲାଇଟ୍‌ରୁ ଦୂରେଇ ଯାଇଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୨୪ରେ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଜନ୍ମଦିନ। ସେଲିନା ଆଜି ତାଙ୍କର ୪୦ତମ ଜନ୍ମଦିବସ ପାଳନ କରୁଛନ୍ତି। ୨୦୦୧ରେ ସେ ଫେମିନା ମିସ୍‌ ଇଣ୍ଡିଆ ଟାଇଟଲ ଜିତିଥିଲେ। ସେଲିନା ମଡେଲିଂରୁ କ୍ୟାରିୟର୍‌ ଆରମ୍ଭ କରିଥିବା ବେଳେ ବଲିଉଡରେ କିଛି ଫିଲ୍ମ ମଧ୍ୟ ପାଇଥିଲେ। ତାଙ୍କ କ୍ୟାରିୟର୍‌ କିନ୍ତୁ ଫିଲ୍ମରେ ସେତେ ସଫଳତା ପାଇ ନ ଥିଲା।

ଏହା ପରେ ୨୦୧୧ରେ ସେ ବ୍ୟବସାୟୀ ପିଟର ହାଗଙ୍କୁ ବିବାହ କରିଥିଲେ। ସେଲିନାଙ୍କର ୪ଟି ପିଲା ଅଛନ୍ତି। ୨୦୧୨ରେ ସେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଥିଲେ। ଏହା ପରେ ୨୦୧୭ରେ ପୁଣି ମା’ ହୋଇଥିଲେ।

ସେଲିନା ଭାରତରେ ନୁହେଁ ବରଂ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଜନ୍ମଗ୍ରହଣ କରିଥିଲେ। ସେଲିନାଙ୍କ ପିତା ବିକ୍ରମ କୁମାର ଜେଟଲି ଭାରତୀୟ ସେନାରେ ଜଣେ କର୍ଣ୍ଣେଲ ଥିଲେ। ସେଲିନାଙ୍କ ମା’ ମଧ୍ୟ ଭାରତୀୟ ସେନାରେ ନର୍ସ ଭାବରେ କାର୍ଯ୍ୟ କରିଥିଲେ। ପ୍ରଥମ ଫିଲ୍ମରେ ସେଲିନା ବିକ୍‌ନୀରେ ଅନେକ ହଟ୍‌ ଦୃଶ୍ୟ ଦେଇ ରାତାରାତି ଲାଇମ୍‌ଲାଇଟକୁ ଆସିଥିଲେ। ବିବାହ ପରେ ସେ ବଲିଉଡ୍‌ରୁ ଦୂରେଇ ଯାଇଛନ୍ତ ସତ କିନ୍ତୁ ସୋସିଆଲ ମିଡିଆରେ ଫଟୋ ଛାଡ଼ିବାକୁ ଆଦୌ ଭୁଲୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲଦ୍ୱୀପରେ ସୋନାକ୍ଷୀ

ମୁମ୍ବାଇ: ଗତ କିଛିଦିନ ହେବ ଭାରତୀୟ ସେଲିବ୍ରିଟିଙ୍କ ପାଇଁ ମାଲଦ୍ୱୀପ ଏକ ପ୍ରମୁଖ ଡେଷ୍ଟିନେଶନ ପାଲଟି ଯାଇଛି । ସୋସିଆଲ ମିଡିଆରେ କେତେଜଣ ସେଲିବ୍ରିଟି ମାଲଦ୍ୱୀପର...

ଜାଣନ୍ତି କି ଜୟା ଏବଂ ରେଖାଙ୍କ ମଧ୍ୟରୁ କିଏ ଅଧିକ ଧନୀ, କାହା ପାଖରେ ଅଛି କେତେ କାର୍‌ ଆଉ ବଙ୍ଗଳା

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏବଂ ରେଖାଙ୍କର ଆଜି ବି ଅନେକ ପ୍ରଶଂସକ ରହିଛନ୍ତି। ପ୍ରଶଂସକମାନେ ଏହି ଦୁଇ ଅଭିନେତ୍ରୀଙ୍କ ବିଷୟରେ ଅଧିକ...

ମନ୍ନତରେ ଲାଗିଛି ୩୦-୪୦ ଲକ୍ଷ ଟଙ୍କାର ଟିଭି

ମୁମ୍ବାଇ: ବଲିଉଡ ନାୟକ ଶାହାରୁଖ ଖାଁ ଜଣେ ଆଗଧାଡିର ଅଭିନେତା ହୋଇଥିବା ବେଳେ ଅଭିନୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି । ଇଣ୍ଡଷ୍ଟ୍ରିର ଧନି କଳାକାରଙ୍କ ମଧ୍ୟରେ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନେତା ଫରାଜ ଖାନ୍‌ଙ୍କ ପରଲୋକ ଘଟିଛି। ସେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ୫୦ ବର୍ଷ ହୋଇଥିଲା। ପୂଜା ଭଟ୍ଟ...

ନିଜ ଅଜାଙ୍କ ପୁରୁଣା ଫଟୋକୁ ଶେୟାର କଲେ ଅମିତାଭ

ମୁମ୍ବାଇ,୨୪।୬: ବଲିଉଡ୍‌ ଶେହେନ୍ସା ଅମିତାଭ ବଚ୍ଚନ ଏବେ ନିଜର ଅପ୍‌ କମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଫିଲ୍ମରେ...

ରୋମାଣ୍ଟିକ ହେଲେ ପଓ୍ବନଦୀପ୍‌-ଅରୁଣିତା

ମୁମ୍ବାଇ: ଇଣ୍ଡିଆନ ଆଇଡଲ୍‌ର ବିଜେତା ପଓ୍ବନଦୀପ୍‌ ରାଜନ ଏବଂ ଅରୁଣିତା କାଞ୍ଜିଲାଲ କିଛି ନା କିଛି କଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଉଭୟଙ୍କ ମଧ୍ୟରେ...

ଲକ୍‌ଡାଉନ୍‌ ସମୟରେ ଘରେ ଓ୍ବର୍କଆଉଟ୍‌ କରୁଛନ୍ତି ବିଗ୍‌ ବି, ଫଟୋ ଭାଇରାଲ

ମୁମ୍ବାଇ: ବିଗ୍‌ ବି ନିଜର ଫ୍ୟାନ୍‌ମାନଙ୍କୁ କରୋନା ଭାଇରସ୍‌ ପ୍ରତି ସତର୍କ ରହିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା...

ମୁମ୍ବାଇରେ ନିଜ ପିତାଙ୍କ ସହ ନଜର ଆସିଲେ ଅନୁଷ୍କା

ମୁମ୍ବାଇ,୧୮।୧୨-ମୁମ୍ବାଇରେ ଗୁରୁବାର ନିଜ ପିତାଙ୍କ ସହ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଏହା...

Advertisement
Archives

Model This Week