ମନ୍ତ୍ରୀଙ୍କ ଝିଅକୁ ହୃଦୟ ଦେଇଥିଲେ ଏହି ଅଭିନେତା, ଆଉ ତା’ ପରେ

୧୯୭୬ ମସିହା ସେପ୍ଟେମ୍ବର ୩ରେ ବଲିଉଡ୍‌ ଅଭିନେତା ବିବେକ ଓବରୟ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ବିବେକ ତାଙ୍କ ପ୍ରଫେସନାଲ ଲାଇଫ୍‌କୁ ନେଇ ଯେତିକି ଚର୍ଚ୍ଚାରେ ରହୁଥିଲେ, ତାଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ ତାଙ୍କ ପର୍ସନାଲ ଲାଇଫକୁ ନେଇ । ଆଜି ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି ବିଶେଷ କଥା।
ଐଶ୍ୱର୍ଯ୍ୟାଙ୍କ ସହ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚାରେ ଥିବା ବିବେକ ସଲମାନଙ୍କଠାରୁ ଧମକ ଶୁଣିଥିଲେ । ପରେ ସେ ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକ୍‌ଅପ କରିଥିଲେ। ତାଙ୍କ ପରେ ବିବେକ କୌଣସି ଅଭିନେତ୍ରୀଙ୍କୁ ଡେଟ କରିବା ଖବର ଆସି ନଥିଲା। ଏପରିକି ସେ କିଛି ଦିନ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇଥିଲେ। ଐଶ୍ୱର୍ଯ୍ୟାଙ୍କ ସହ ସମ୍ପର୍କ ଭାଙ୍ଗିବା ପରେ ୨୦୧୦ ମସିହାରେ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅଲଭା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଜୀବରାଜ ଅଲଭାଙ୍କ ଝିଅ। ବିବେକ ଏବଂ ପ୍ରିୟଙ୍କାଙ୍କ ପ୍ରେମ କାହାଣୀ ଅତ୍ୟନ୍ତ ରୋଚକପୂର୍ଣ୍ଣ।

ବିବେକ ପ୍ରିୟଙ୍କାଙ୍କ ଠାରୁ ପ୍ରକୃତ ପ୍ରେମ ପାଇଲେ। ପରେ ସେ ତାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ପ୍ରିୟଙ୍କା ଜଣେ ସାମାଜିକ କର୍ମୀ ଏବଂ ଅନେକ ଏନଜିଓ ପାଇଁ କାର୍ଯ୍ୟ କରିଛନ୍ତି। ଉଭୟ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରିୟଙ୍କା ଫିଲ୍ମ ଇଣ୍ଡଷ୍ଟ୍ରିର ନ ହୋଇ ସୁଦ୍ଧା ସେ ବିବେକଙ୍କ କାର୍ଯ୍ୟକୁ ବୁଝନ୍ତି। ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି । ଅନ୍ୟପକ୍ଷରେ ବିବେକ ପ୍ରିୟଙ୍କାଙ୍କୁ ତାଙ୍କ ଏନଜିଓ କାର୍ଯ୍ୟରେ ସମର୍ଥନ କରନ୍ତି। ବିବେକ ଓ ପ୍ରିୟଙ୍କାଙ୍କର ଦୁଇଟି ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପରହିଟ୍‌ ଫିଲ୍ମର କିଛି ଭୁଲ ଦୃଶ୍ୟ

ବଲିଉଡ୍‌ରେ ପ୍ରତି ଶୁକ୍ରବାର କିଛି ନା କିଛି ଫିଲ୍ମ ରିଲିଜ୍‌ ହୋଇଥାଏ। ସେଥିମଧ୍ୟରୁ କିଛି ସିନେମା ବକ୍ସ ଅଫିସରରେ ଭଲ ବ୍ୟବସାୟ କରୁଥିବା ବେଳେ ଆଉ...

‘ଫୁଲ୍‌ ଔର୍‌ କାଣ୍ଟେ’ର ଏହି ଅଭିନେତ୍ରୀଙ୍କୁ ଏବେ ଆଉ ଚିହ୍ନି ହେଉନି

ମୁମ୍ବାଇ: ଆପଣ ନିଶ୍ଚିତ ଭାବରେ ଫିଲ୍ମ ‘ଫୁଲ୍‌ ଔର୍‌ କାଣ୍ଟେ’କୁ ମନେ ରଖିଥିବେ। ୧୯୯୧ରେ ଫିଲ୍ମଟି ରିଲିଜ ହୋଇଥିଲା। ଏଥିରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ...

ଶେଷରେ ପୁଅର ଝଲକ ଦେଖାଇଲେ ଭାରତୀ

ଟିଭି ଇଣ୍ଡଷ୍ଟ୍ରିର କମେଡି କୁଇନ ଭାବରେ ଜଣାଶୁଣା ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଛୋଟ ପରଦା ସବୁଠୁ ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କର...

ଶିଳ୍ପାଙ୍କ ବିବାଦ ହିଷ୍ଟ୍ରି: କେବଳ ସ୍ବାମୀଙ୍କ ପାଇଁ ନୁହେଁ ପୂର୍ବରୁ ବି ଚୁମ୍ବନ, ଆପତ୍ତିଜନକ ଫଟୋଶୁଟ୍‌ ପାଇଁ ଥିଲେ ଚର୍ଚ୍ଚାରେ….

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ବର୍ତ୍ତମାନ କେବଳ ସ୍ବାମୀଙ୍କ ଅଶ୍ଳୀଳତା ମାମଲାରେ ଚର୍ଚ୍ଚାରେ ରହିଛନ୍ତି ତାହା ନୁହେଁ ପୂର୍ବରୁ ଶିଳ୍ପା ଅନେକ ଥର ବିବାଦରେ ଫସିଛନ୍ତି।...

ପୁଣି ଚର୍ଚ୍ଚାରେ ସୋନୁ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ଗରିବଙ୍କ ଦେବଦୂତ ସାଜିଥିବା ସୋନୁ ସୁଦ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ସେ ସୋସିଆଲ ମିଡିଆରେ ଏକ ଭିଡିଓ...

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

ଏହି ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଫଟୋ ହୋଇଥିଲା ଭାଇରାଲ, ଆଉ ତା’ ପରେ

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି।...

ବିବାହିତ ହୋଇ ମଧ୍ୟ ଏହି ଅଭିନେତ୍ରୀଙ୍କୁ ପାଗଳପରି ଭଲ ପାଉଥିଲେ ନାନା ପାଟେକର

ନାନା ପାଟେକର ବଲିଉଡ୍‌ର ଏପରି ଜଣେ ଅଭିନେତା ଯାହାଙ୍କ ଅଭିନୟ ସବୁଠାରୁ ନିଆରା। ବଲିଉଡ୍‌ରେ ସେ ନିଜର କଠୋର ସ୍ବଭାବ ପାଇଁ ବେଶ୍‌ ଜଣାଶୁଣା। ସେ...

Advertisement
Archives

Model This Week