କ୍ୟାମେରାକୁ କାଟ୍ରିନା ଭାବି ରୋମାନ୍ସ କରୁଥିଲେ ଏହି ଅଭିନେତା

ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ୍‌ଙ୍କ ବିବାହ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି। ଆଜି ସଙ୍ଗୀତ, କାଲି ମେହେନ୍ଦୀ ଏବଂ ପରଦିନ ସାତ ଫେରା ଦେବା ଏହି ଯୋଡି। ଦୁହିଁଙ୍କ ଗୁସ୍ତ ପ୍ରେମ ଏବେ ବିବାହରେ ପରିଣତ ହେବାକୁ ଯାଉଛି। କିନ୍ତୁ ଏହା ସର୍ବସାଧାରଣ, ଏହା ସମସ୍ତେ ଜାଣନ୍ତି କାଟ୍ରିନା ଏବଂ ଭିକି ହୁଏତ ସେମାନଙ୍କ ପ୍ରେମକୁ ଲୁଚାଇ ରଖିଥିଲେ, କିନ୍ତୁ ଏହା ସମସ୍ତଙ୍କୁ ପୂର୍ବରୁ ଜଣା ଥିଲା। ଏକ ସମୟ ଥିଲା ବିକି କୌଶଲ କାଟ୍ରିନା ପାଇଁ ପାଗଳ ଥିଲେ ଏବଂ ସେ ଅଭିନୟ ଆରମ୍ଭ କରିବା ପୂର୍ବରୁ ତାଙ୍କୁ ପସନ୍ଦ କରୁଥିଲେ। କାଟ୍ରିନଙ୍କ ସହ ଏକ ସାକ୍ଷାତକାରରେ ଭିକି ନିଜେ ଏହା ପ୍ରକାଶ କରିଥିଲେ। ସେ ଅଭିନୟ ବିଦ୍ୟାଳୟରେ ପଢୁଥିବାବେଳେ, ତାଙ୍କ ହିରୋଇନ ଭାବରେ କ୍ୟାମେରା ସହିତ ଅଭିନୟ କରିବାକୁ କୁହାଯାଇଥିଲା। ତା’ପରେ ସେ କ୍ୟାମେରାକୁ କାଟ୍ରିନା ଭାବି ତାଙ୍କ ଗୀତ ତେରି ଓର ପରିବେଷଣ କରୁଥିଲେ। କ୍ୟାଟ୍ରିନା ତାଙ୍କର ପ୍ରିୟ ନାୟିକା ଏବଂ ସେ ତାଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ମଧ୍ୟ ଭିକି ସ୍ବୀକାର କରିଥିଲେ।
ସେପଟେ କରଣଙ୍କ ସହ କଫିରେ ପହଞ୍ଚିଥିବା କାଟ୍ରିନା ଭିକିଙ୍କ ସହ କାମ କରିବାକୁ ଚାହୁଁଥିବା ମଧ୍ୟ ପ୍ରକାଶ କରିଥିଲେ। କରଣ ଭିକିଙ୍କୁ ଏହା କହିଥିଲେ ସେତେବେଳେ ସେ ବହୁତ ଖୁସି ହୋଇଥିଲେ। ଏହା ପରେ ହିଁ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲ। କାଟ୍ରିନାଙ୍କ ଘର ତଳେ ଭିକିଙ୍କ କାର ପ୍ରାୟତଃ ଦେଖାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?