ଭିକି-କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ସତ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରେମସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ତେବେ ଉଭୟ ଏହି ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ବର୍ତ୍ତମାନ ଅନିଲ କପୁରଙ୍କ ପୁଅ ତଥା ଅଭିନେତା ହର୍ଷବର୍ଦ୍ଧନ ନିଶ୍ଚିତ କରି କହିଛନ୍ତି ଯେ, ଉଭୟ ଭିକି ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି।

ଏକ ସାକ୍ଷାତକାରରେ ହର୍ଷବର୍ଦ୍ଧନଙ୍କୁ ଯେତେବେଳେ ପଚରାଯାଇଥିଲା, ସେ ଇଣ୍ଡଷ୍ଟ୍ରିରେ କାହାର ସମ୍ପର୍କକୁ ସତ ବୋଲି ଭାବନ୍ତି? ଏହାର ଜବାବରେ ସେ କହିଥିଲେ, ଭିକି ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କ। ଉଭୟ ଏକାଠି ଅଛନ୍ତି ଏବଂ ଏହା ସତ୍ୟ। ଏହା କହିବା ପରେ ହର୍ଷବର୍ଦ୍ଧନ ଆହୁରି କହିଛନ୍ତି, ମୁଁ ଏହା କହି ଅସୁବିଧାରେ ପଡ଼ିବି କି?

ଭିକି ଏହି ସପ୍ତାହରେ କ୍ୟାଟ୍ରିନାଙ୍କ ଘର ବାହାରେ ନଜର ଆସିଥିଲେ
ଯାହାକୁ ନେଇ ଦୁହେଁ ଦୀର୍ଘଦିନ ଧରି ହେଡ୍‌ଲାଇନରେ ରହିଆସିଥିଲେ। ଅତୀତରେ ଉଭୟଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ଏଥି ସହିତ, ବର୍ତ୍ତମାନ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି ଯେତେବେଳେ କ୍ୟାଟ୍ରିନା ଏବଂ ଭିକି ନିଜେ ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କକୁ ନିଶ୍ଚିତ କରିବେ।

ଏ ତ ଗଲା କ୍ୟାଟ୍ରିନାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କ ଫ୍ରଣ୍ଟ୍‌ ବିଷୟରେ କହିବା ତେବେ କ୍ୟାଟ୍ରିନା ଅକ୍ଷୟ କୁମାରଙ୍କ ବିପକ୍ଷରେ ‘ସୂର୍ଯ୍ୟବଂଶୀ’ରେ ନଜର ଆସିବେ। ସେହିପରି ଭିକି ଖୁବ୍‌ଶୀଘ୍ର ‘ଦ ଇମ୍ପୋର୍ଟାଲ ଅଶ୍ୱତ୍‌ଥାମା’, ‘ସର୍ଦ୍ଦାର ଉଦ୍ଦାମ ସିଂ’ ଏବଂ ତାକତରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ବିବାହରେ ଏମିତି କହିଥିଲେ ସଲମାନ, ଜିତିଥିଲେ ସମସ୍ତଙ୍କ ହୃଦୟ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ-ଅଭିନେତାଙ୍କ ନାମ ପରସ୍ପର ସହ ଯୋଡ଼ି ହୋଇଥାଏ। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ବିବାହରେ ରୂପାନ୍ତରିତ ହୋଇଥିବା ବେଳେ...

ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁବ୍‌ଶୀଘ୍ର ଖୁସି ଖବର ଶୁଣାଇବେ ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ...

ଏହି ଅଭିନେତ୍ରୀଙ୍କ ଉପରେ ହୋଇଛି ଏସିଡ୍‌ ଆକ୍ରମଣ ଉଦ୍ୟମ…

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍‌ ଆକ୍ରମଣ ଉଦ୍ୟମ କରାଯାଇଛି। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏକ ଭିଡିଓ ମାଧ୍ୟମରେ ସୂଚନା...

ବ୍ୟସ୍ତ ଦୀପିକା

ଏବେ ତ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଫିଲ୍ମଗୁଡ଼ିକର ଶୁଟିଂ ଆରମ୍ଭ ହୋଇଯାଇଛି। ତେଣୁ କରୋନା ପାଇଁ ଶୁପ୍ତ ବଲିଉଡ୍‌ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। କଳାକାରମାନେ...

ଟାଇଟ୍‌ ଡ୍ରେସ୍‌ ପିନ୍ଧି ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ଭାଇରାଲ ହେଉଛି ଫଟୋ

ଫ୍ୟାଶନ ସେନ୍ସ ଭଲ ହେବା ଠିକ୍‌। କିନ୍ତୁ ଏହି ଫ୍ୟାଶନ ବେଳେ ବେଳେ ଲୋକଙ୍କୁ ଅପମାନିତ କରାଇବା ଏପରିକି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ମଧ୍ୟ କଥା...

ଟଙ୍କା ନାହିଁ, ଭଙ୍ଗା ଅଫିସ୍‌ରେ କାମ କରିବି: କଙ୍ଗନା

ମହାରାଷ୍ଟ୍ର ସରକାର ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗିରହିଛି। କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ବିଏମସି ଭାଙ୍ଗିବା ପରେ ସେ ମର୍ମାହତ ହୋଇପଡିଛନ୍ତି। ଅଫିସର...

ପ୍ରୀତି ଜିଣ୍ଟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏହି କ୍ରିକେଟର,ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜି ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କ ଜନ୍ମଦିନ। ଏହି ଅବସରରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ଯୁବରାଜ...

ପ୍ରଯୋଜିକା ହେଲେ ବିଦ୍ୟା: ଶର୍ଟ ଫିଲ୍ମ ‘ନଟ୍‌ଖଟ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ବମ୍ବେ: ଅଭିନୟରେ ନିଜର ବଳିଷ୍ଠ ପ୍ରଦର୍ଶନ କରି ଆସିଛନ୍ତି ନାୟିକା ବିଦ୍ୟା ବାଲାନ୍‌। ଏବେ ସେ ପ୍ରଯୋଜିକା ମଧ୍ୟ ହୋଇଛନ୍ତି। ଏକ ଛୋଟ ଫିଲ୍ମ ଜରିଆରେ...

Advertisement
Archives

Model This Week