ପ୍ରଥମ ସ୍ତ୍ରୀଙ୍କଠାରୁ ଅନୁମତି ନେଇ ଦ୍ୱିତୀୟ ବିବାହ କରିଥିଲେ ଏହି ଅଭିନେତା

ବେଳେ ବେଳେ ସିରିଏଲ୍‌ରେ ରୋମାନ୍ସ କରୁଥିବା କଳାକାର ବାସ୍ତବ ଜୀବନରେ ଜଣେ ଅନ୍ୟଜଣଙ୍କୁ ଭଲପାଇ ବସନ୍ତି। ପରେ ଏହି ଯୋଡ଼ି ବିବାହ ପାଇଁ ନିଷ୍ପତ୍ତି ନେଇଥାନ୍ତି। ଠିକ ସେହିପରି ଷ୍ଟାର ପ୍ଲସ ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତା ସଞ୍ଜୀବ ସେଟ୍‌ ଓ ଅଭିନେତ୍ରୀ ଲତା ସାବରଓ୍ବାଲଙ୍କ କ୍ଷେତ୍ରରେ ଘଟିଛି। ସଞ୍ଜୀବ ତାଙ୍କର ପ୍ରଥମ ସ୍ତ୍ରୀଙ୍କଠାରୁ ଲତାଙ୍କୁ ବିବାହ କରିବାକୁ ଅନୁମତି ନେଇ ଲତାଙ୍କୁ ବିବାହ କରିଛନ୍ତି।
ଉଭୟ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ସ୍ବାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ପରେ ପରସ୍ପରକୁ ଭଲପାଇ ବସିଥିଲେ। କିନ୍ତୁ ବିବାହ ଏତେଟା ସରଳ ନ ଥିଲା କାରଣ ପୂର୍ବରୁ ସଞ୍ଜିବ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଥିଲେ।

ସଞ୍ଜୀବ ପ୍ରଥମେ ଅଭିନେତ୍ରୀ ରେଶ୍ମା ଟିପନିସଙ୍କୁ ବିବାହ କରିଥିଲେ। ସେମାନଙ୍କ ବୟସରେ ୧୨ ବର୍ଷର ପାର୍ଥକ୍ୟ ଥିଲା। ରେଶ୍ମା ସଞ୍ଜୀବଙ୍କୁ ମାତ୍ର ୨୦ ବର୍ଷ ବୟସରେ ବିବାହ କରିଥିଲେ। ୧୧ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଗଲେ।

ଲତା ସାବରୱାଲଙ୍କ ପ୍ରେମରେ ପଡ଼ିବା ପରେ ସଞ୍ଜୀବ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରସ୍ତାବ ଦେଇ ନ ଥିଲେ। ସଞ୍ଜୀବ ଭୟ କରୁଥିଲେ ଯେ ଏହା ତାଙ୍କ ପ୍ରେମ ଉପରେ ପ୍ରଭାବ ପକାଇପାରେ। ଲତାଙ୍କୁ ପ୍ରସ୍ତାବ ଦେବା ପୂର୍ବରୁ ସେ ନିଜ ସନ୍ତାନ ଏବଂ ପ୍ରଥମ ସ୍ତ୍ରୀଙ୍କ ସହ ଏ ବିଷୟରେ କଥା ହୋଇଥିଲେ। ସେମାନଙ୍କଠାରୁ ବିବାହ କରିବାକୁ ଅନୁମତି ଆଣିଥିଲେ।

ସଞ୍ଜୀବଙ୍କ ଏହି ଆଚରଣ ଦେଖି ତାଙ୍କ ପରିବାର ବହୁତ ଖୁସି ହେଲେ। ଏହା ପରେ ସଞ୍ଜୀବ ଲତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ମଧ୍ୟ ଏଥିରେ ଖୁସି ହୋଇଥିଲେ। ୨୦୧୦ରେ ସଞ୍ଜୀବ ଏବଂ ଲତା ବିବାହ କରିଥିଲେ। ସେବେଠାରୁ ଦୁହେଁ ପରସ୍ପର ସହିତ ସୁଖମୟ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?