ପ୍ରଥମ ସ୍ତ୍ରୀଙ୍କଠାରୁ ଅନୁମତି ନେଇ ଦ୍ୱିତୀୟ ବିବାହ କରିଥିଲେ ଏହି ଅଭିନେତା

ବେଳେ ବେଳେ ସିରିଏଲ୍‌ରେ ରୋମାନ୍ସ କରୁଥିବା କଳାକାର ବାସ୍ତବ ଜୀବନରେ ଜଣେ ଅନ୍ୟଜଣଙ୍କୁ ଭଲପାଇ ବସନ୍ତି। ପରେ ଏହି ଯୋଡ଼ି ବିବାହ ପାଇଁ ନିଷ୍ପତ୍ତି ନେଇଥାନ୍ତି। ଠିକ ସେହିପରି ଷ୍ଟାର ପ୍ଲସ ସିରିଏଲ୍‌ ‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତା ସଞ୍ଜୀବ ସେଟ୍‌ ଓ ଅଭିନେତ୍ରୀ ଲତା ସାବରଓ୍ବାଲଙ୍କ କ୍ଷେତ୍ରରେ ଘଟିଛି। ସଞ୍ଜୀବ ତାଙ୍କର ପ୍ରଥମ ସ୍ତ୍ରୀଙ୍କଠାରୁ ଲତାଙ୍କୁ ବିବାହ କରିବାକୁ ଅନୁମତି ନେଇ ଲତାଙ୍କୁ ବିବାହ କରିଛନ୍ତି।
ଉଭୟ‘ୟେ ରିସ୍ତା କ୍ୟା କେହେଲାତା ହୈ’ରେ ସ୍ବାମୀ-ସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ପରେ ପରସ୍ପରକୁ ଭଲପାଇ ବସିଥିଲେ। କିନ୍ତୁ ବିବାହ ଏତେଟା ସରଳ ନ ଥିଲା କାରଣ ପୂର୍ବରୁ ସଞ୍ଜିବ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଥିଲେ।

ସଞ୍ଜୀବ ପ୍ରଥମେ ଅଭିନେତ୍ରୀ ରେଶ୍ମା ଟିପନିସଙ୍କୁ ବିବାହ କରିଥିଲେ। ସେମାନଙ୍କ ବୟସରେ ୧୨ ବର୍ଷର ପାର୍ଥକ୍ୟ ଥିଲା। ରେଶ୍ମା ସଞ୍ଜୀବଙ୍କୁ ମାତ୍ର ୨୦ ବର୍ଷ ବୟସରେ ବିବାହ କରିଥିଲେ। ୧୧ ବର୍ଷ ପରେ ଦୁହେଁ ପରସ୍ପରଠାରୁ ଅଲଗା ହୋଇଗଲେ।

ଲତା ସାବରୱାଲଙ୍କ ପ୍ରେମରେ ପଡ଼ିବା ପରେ ସଞ୍ଜୀବ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରସ୍ତାବ ଦେଇ ନ ଥିଲେ। ସଞ୍ଜୀବ ଭୟ କରୁଥିଲେ ଯେ ଏହା ତାଙ୍କ ପ୍ରେମ ଉପରେ ପ୍ରଭାବ ପକାଇପାରେ। ଲତାଙ୍କୁ ପ୍ରସ୍ତାବ ଦେବା ପୂର୍ବରୁ ସେ ନିଜ ସନ୍ତାନ ଏବଂ ପ୍ରଥମ ସ୍ତ୍ରୀଙ୍କ ସହ ଏ ବିଷୟରେ କଥା ହୋଇଥିଲେ। ସେମାନଙ୍କଠାରୁ ବିବାହ କରିବାକୁ ଅନୁମତି ଆଣିଥିଲେ।

ସଞ୍ଜୀବଙ୍କ ଏହି ଆଚରଣ ଦେଖି ତାଙ୍କ ପରିବାର ବହୁତ ଖୁସି ହେଲେ। ଏହା ପରେ ସଞ୍ଜୀବ ଲତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ମଧ୍ୟ ଏଥିରେ ଖୁସି ହୋଇଥିଲେ। ୨୦୧୦ରେ ସଞ୍ଜୀବ ଏବଂ ଲତା ବିବାହ କରିଥିଲେ। ସେବେଠାରୁ ଦୁହେଁ ପରସ୍ପର ସହିତ ସୁଖମୟ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri