ଚଳନ୍ତା ହେଲିକପ୍ଟରୁ ତଳକୁ ଖସି ପଡ଼ିଥିଲେ ଏହି ଅଭିନେତା: ପରେ ବଳାତ୍କାର ଅଭିଯୋଗରେ ହୋଇଥିଲେ ଗିରଫ

ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ପରଦାରେ କାମ କରିଥିଲେ କିନ୍ତୁ ବ୍ୟକ୍ତିଗତ ଜୀବନରେ ଏତେ ଯନ୍ତ୍ରଣା ଭୋଗୁଥିଲେ ଯାହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ । ଏହିପରି ଜଣେ ଅଭିନେତା ଥିଲେ ଇନ୍ଦର କୁମାର ଯାହାଙ୍କୁ ଆପଣ ‘ୱାଣ୍ଟେଡ’ ଏବଂ ‘ ତୁମ୍‌ କୋ ନା ଭୁଲ ପାଏଙ୍ଗେ’ ଚଳଚ୍ଚିତ୍ରରେ ଦେଖିଥିବେ ନିଶ୍ଚୟ । ଏହି ଦୁଇଟି ଚଳଚ୍ଚିତ୍ରରେ ଇନ୍ଦର ସଲମାନ ଖାନଙ୍କ ସହ ନଜର ଆସିଥିଲେ। ହୃଦଘାତ ଯୋଗୁ ୨୦୧୭ ଜୁଲାଇ ୨୮ରେ ଇନ୍ଦର କୁମାରଙ୍କ ମୃତ୍ୟୁ ଘଟିଥିଲା ସେ ‘ମାସୁମ’ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର୍‌ ଆରମ୍ଭ କରିଥିଲେ।

ଇନ୍ଦରଙ୍କ ପ୍ରତିଭା ଥିଲା ଏବଂ ସେ ରୂପରେ ସୁନ୍ଦର ଥିଲେ, ଏହା ସତ୍ତ୍ୱେ ସେ ଚଳଚ୍ଚିତ୍ରରେ ସଫଳ କ୍ୟାରିଅର୍‌ କରିପାରି ନ ଥିଲେ। ସେ କିଛି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କିନ୍ତୁ ସେହି ସମସ୍ତ ଚଳଚ୍ଚିତ୍ର ଫ୍ଲପ ହେଲା ତେଣୁ ତାଙ୍କୁ ସହାୟକ ଭୂମିକା କରିବାକୁ ପଡିଲା। ତେବେ ତାଙ୍କ ଜୀବନର ସଂଗ୍ରାମ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବନ୍ଦ ହୋଇ ନ ଥିଲା। ଚଳଚ୍ଚିତ୍ର ଦୃଶ୍ୟ ଯୋଗୁ ତାଙ୍କ କ୍ୟାରିଅର ନଷ୍ଟ ହୋଇଯାଇଥିଲା।

ଇନ୍ଦର ପାର୍ଥୋ ଘୋଷଙ୍କ ଫିଲ୍ମ ‘ମସିହା’ ରେ ସୁନୀଲ ଶେଟ୍ଟୀଙ୍କ ସହ କାମ କରୁଥିଲେ । ଫିଲ୍ମରେ ଏକ ହେଲିକପ୍ଟର ଦୃଶ୍ୟ ଥିଲା । ଇନ୍ଦର ନିଜେ ହେଲିକପ୍ଟରରେ ଷ୍ଟଣ୍ଟ କରୁଥିଲେ। ହଠାତ ଚଳନ୍ତା ହେଲିକପ୍ଟରରୁ ଖସିପଡିଥିଲେ।

ପରେ ଡାକ୍ତର ତାଙ୍କୁ ତିନି ବର୍ଷ ବେଡ ରେଷ୍ଟ କରିବାକୁ କହିଥିଲେ। ଏହି ତିନି ବର୍ଷ ମଧ୍ୟରେ ଇନ୍ଦରଙ୍କ କ୍ୟାରିଅର୍‌ ନଷ୍ଟ ହୋଇଯାଇଥିଲା । ୨୦୦୪ ମସିହାରେ ଏକ ସାକ୍ଷାତକାରରେ ଇନ୍ଦର କହିଥିଲେ, ‘ମୁଁ ଚଳନ୍ତା ହେଲିକପ୍ଟରରୁ ଖସି ପଡିଥିଲି। ଡାକ୍ତର ମୋତେ ତିନି ବର୍ଷ ବେଡ ରେଷ୍ଟ ନେବାକୁ କହିଥିଲେ।

ଶିଳ୍ପ ହେଉ କିମ୍ବା ଜୀବନ, ଏହା କାହା ପାଇଁ ବନ୍ଦ ହୁଏ ନାହିଁ । ତିନି ବର୍ଷ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନୂଆ ଚେହେରା ଆସିଲା ଏବଂ ଧୀରେ ଧୀରେ ଲୋକମାନେ ତାଙ୍କୁ ଭୁଲିଯିବାକୁ ଲାଗିଲେ। ସେ ଏହା କହିଥିଲେ ଯେ, ‘ନିଜ ଗୋଡରେ ଛିଡା ହେବା ଆଶା କମ’। ପରେ ବଳାତ୍କାର ଅଭିଯୋଗରେ ଇନ୍ଦରକୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri