ବୋଲ୍ଡସିନ୍‌ ଦେଇଥିବା ସତ୍ତ୍ୱେ ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍‌ ବୋଲି କହିଥିଲେ ଅଭିନେତା: ଜବାବରେ…

ବମ୍ବେ: ଅଭିନେତା ଭାବେ କମ୍‌ ବରଂ ସିରିୟଲ କିସର୍‌ ଭାବେ ଅଧିକ ଲୋକପ୍ରିୟ ଇମରାନ୍‌ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍‌ ରୋମାଣ୍ଟିକ୍‌। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ରୁ ତାଙ୍କୁ ମିଳିଥିଲା ଖ୍ୟାତି। ମଲ୍ଲିକାଙ୍କ ସହ ଫିଲ୍ମରେ ତାଙ୍କର ବୋଲ୍ଡଦୃଶ୍ୟ ପ୍ରଶଂସକଙ୍କୁ ମତୁଆଲା କରିଥିଲା। ହେଲେ ଫିଲ୍ମ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଖଟା ହୋଇଯାଇଥିବା ଅନୁମାନ କରାଯାଏ।

କରନ୍‌ ଜୋହରଙ୍କ ଶୋ’ ‘କଫି ଉଇଥ୍‌ କରନ୍‌’ରେ ଉଭୟଙ୍କ ଫିକା ସମ୍ପର୍କ ବିଷୟରେ ଜଣାପଡ଼ିଥିଲା। କାରଣ ସେତେବେଳେ ଇମରାନ୍‌ ମଲ୍ଲିକାଙ୍କୁ ସବୁଠାରୁ ଖରାପ କିସର୍‌ ବୋଲି କହିବା ସହ ମର୍ଡର-୨ରେ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌ ତାଙ୍କଠାରୁ ଭଲ ବୋଲି କହିଥିଲେ। କଥା ସେତିକିରେ ରହି ନ ଥିଲା। ଯଦି କେବେ ମଲ୍ଲିକାଙ୍କ ରୁମ୍‌କୁ ସେ ଯିବେ ତାହାହେଲେ କ’ଣ ଖୋଜିବେ ବୋଲି କରନ୍‌ ତାଙ୍କୁ ପଚାରିଥିଲେ। ଏହାର ଜବାବରେ ଏକ ମୁର୍ଖଙ୍କ ଗାଇଡ୍‌ ଯିଏ ହଲିଉଡ୍‌ରେ ସଫଳ ହୋଇଥିବେ ବୋଲି ଇମ୍‌ରାନ୍‌ କହିଥିଲେ। ଇମ୍‌ରାନ୍‌ଙ୍କ କଥାଶୁଣି ରାଗରେ ପାଚି ଯାଇଥିଲେ ମଲ୍ଲିକା। ‘ହିସ୍‌’ ଫିଲ୍ମରେ ସେ ଯେଉଁ ସାପକୁ ଚୁମ୍ବନ ଦେଇଥିଲେ ସେ ଇମରାନଙ୍କ ଠାରୁ ଭଲ କିସର ଥିଲେ ବୋଲି ମଲ୍ଲିକା କହିଥିଲେ।

ଆଗାମୀ ଦିନରେ ଇମରାନ୍‌ଙ୍କ ଫିଲ୍ମ ‘ଚେହେରେ’ ରିଲିଜ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅମିତାଭ ବଚ୍ଚନ ନଜର ଆସିବେ। ଫିଲ୍ମକୁ ରୁମୀ ଜାଫରୀ ନିର୍ଦ୍ଦେଶନା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସୁପରଷ୍ଟାରଙ୍କ ଘରେ ବମ୍‌ ପକାଇ ଉଡ଼ାଇ ଦେବାକୁ ମିଳିଲା ଧମକ

ସାଉଥ୍‌ ଫିଲ୍ମର ସୁପରଷ୍ଟାର ଚିୟାନ୍‌ ବିକ୍ରମଙ୍କ ଘର ଉପରେ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ...

ଅଭିନେତ୍ରୀଙ୍କ ମା’ଙ୍କୁ ହୃଦଘାତ

ବମ୍ବେ: ମା’ଙ୍କୁ ନେଇ ଚିନ୍ତାରେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ନାଡିଜ୍‌। ତାଙ୍କୁ ହୃଦ୍‌ଘାତ ହୋଇଛି। ଏହାପରେ ମା’ କିମ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସେ...

ବିଗ୍‌ ବିଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ‘ଆନନ୍ଦ’

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କୁ ପ୍ରଥମେ ବଲିଉଡ୍‌ରେ ବହୁ ସଂଘର୍ଷ କରିବାକୁ ପଡ଼ିଛି। ଷ୍ଟାର ମାନ୍ୟତା ପାଇବା ପାଇଁ ବିଗ୍‌ ବିଙ୍କ ଆଖିରୁ ନିଦ...

କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍‌ମାନ

ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ...

ହାତକୁ ଦୁଇ ହାତ ହେଲେ ଏ ଆର୍‌ ରେହମାନଙ୍କ ଝିଅ: ଜାଣନ୍ତୁ କିଏ ହେଲେ ଏହି ମ୍ୟୁଜିକ୍‌ ଲିଜେଣ୍ଡଙ୍କ ଜ୍ୱାଇଁ…

ବମ୍ବେ: ବଲିଉଡ୍‌ର ଖ୍ୟାତନାମା ମ୍ୟୁଜିକ୍‌ ଲେଜେଣ୍ଡ ତଥା ଗାୟକ ଏ ଆର୍‌ ରେହମାନଙ୍କ ଘରେ ଏବେ ଖୁସିର ବାତାବରଣ। କାରଣ ତାଙ୍କ ଝିଅ ଖତିଜା ହାତକୁ...

ଜାଣନ୍ତୁ ସଞ୍ଜୟଙ୍କ ପାଖେ ଅଛି ଏ ସବୁ ଦାମୀଗାଡ଼ି

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଏହାକୁ ନେଇ ସେ ଲାଇମ୍‌ଲାଇଟ୍‌ରେ...

ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ ରୟ କପୁର

ବଲିଉଡର ଆଉ ଜଣେ ଅଭିନେତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆଶିକ୍‌-୨ ଫେମ୍‌ ଆଦିତ୍ୟ ରୟ କପୁର ଗର୍ଲଫ୍ରେଣ୍ଡ୍‌ ଦିଭା ଧାଓ୍ବନଙ୍କ ବିବାହ କରିବାକୁ...

ଆଖିବୁଜିଲେ ଏହି ପ୍ରସିଦ୍ଧ ଗାୟକ: ୧୦ ବର୍ଷ ହେବ ପକ୍ଷାଘାତରେ ଥିଲେ ଆକ୍ରାନ୍ତ

ପ୍ରସିଦ୍ଧ ଗାୟକ ଏମ୍‌ଏସ୍‌ ନସିମଙ୍କର ବୁଧବାର ଥିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ।...

Advertisement
Archives

Model This Week