ଅଭିଯୁକ୍ତ ସ୍ବାମୀ ଜେଲ ଗଲେ

କଟକ ଅଫିସ,୧୮ା୧: କଟକ ମଧୁପାଟଣା ଥାନା ଅଧୀନ ଶ୍ରୀରାମ ନଗର ଅଞ୍ଚଳରେ ସୋମବାର ଘଟିଥିବା ମାଆ-ପୁଅ ମୃତ୍ୟୁ ଘଟଣାରେ ପୋଲିସ ମୃତା ମହିଳାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ମୃତା ମହିଳା ଶିଳ୍ପୀ ଖୁଣ୍ଟିଆଙ୍କ ପରିବାର ପକ୍ଷରୁ ଦାଏର ଏତଲାକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ମୁତାବକ, ସନ୍ତୋଷ ତାଙ୍କ ସ୍ତ୍ରୀ ଶିଳ୍ପୀଙ୍କୁ ବିଭିନ୍ନ ସମୟରେ ମାନସିକ ନିର୍ଯାତନା ଦେଇଆସୁଥିଲେ, ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଦିଗକୁ ପୋଲିସ ଗୁରୁତର ସହ ଗ୍ରହଣ କରିଛି। ଏ ନେଇ ପୋଲିସ ପ୍ରାଥମିକ ଅବସ୍ଥାରେ ସନ୍ତୋଷଙ୍କୁ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି।
ଶ୍ରୀରାମ ନଗର ଅଞ୍ଚଳର ଏକ ଭଡ଼ାଘରେ ଶିଳ୍ପୀ ୨ ବର୍ଷର ଶିଶୁପୁତ୍ର ସହ ରହୁଥିଲେ। ଶିଶୁପୁତ୍ରର ସାବତମା’ ହେଉଛନ୍ତି ଶିଳ୍ପୀ। ପାରିବାରିକ କଳହର କରୁଣ ପରିଣତି ସ୍ବରୂପ ୨ବର୍ଷର ପୁତ୍ରକୁ ହତ୍ୟାକରି ସେ ଆତ୍ମହତ୍ୟା କରିଥିଲେ। ନେତାଜୀ ନଗର ଅଞ୍ଚଳର ବାସିନ୍ଦା ଶିଳ୍ପୀ ୨୦୨୧ ନଭେମ୍ବର ୨୬ରେ ସାଲେପୁର ଥାନା ମୁର୍କୁଣ୍ଡି ଗ୍ରାମର ସନ୍ତୋଷଙ୍କୁ ବିବାହ କରିଥିଲେ। ଉଭୟେ ପୂର୍ବରୁ ଅନ୍ୟତ୍ର ବିବାହ କରିଥିଲେ। ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀ ଶିଶୁପୁତ୍ରଟିକୁ ଜନ୍ମ ଦେଇ ମେଡିକାଲ ବେଡ୍‌ରେ ମୃତ୍ୟୁବରଣ କରିଥିଲେ। ସେହିପରି ଶିଳ୍ପୀ ପ୍ରଥମ ସ୍ବାମୀଙ୍କଠାରୁ ବିବାହ ବିଚ୍ଛେଦ ହୋଇ ଏକାକୀ ରହୁଥିଲେ। ଉଭୟଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ପରିଚୟ ହେବା ପରେ ପରିବାରର ସହମତିରେ ବିବାହ ହୋଇଥିଲା। ଉଭୟ ପେସାରେ ଇଞ୍ଜିନିୟର। ହେଲେ ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ଶିଳ୍ପୀ କଟକରେ ରହିବାକୁ ଚାହୁଁଥିବାବେଳେ ସେ ମୁର୍କୁଣ୍ଡି ଗଁାରେ ରହନ୍ତୁ ବୋଲି ସନ୍ତୋଷ ଚାହୁଁଥିଲେ। ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀଙ୍କ ପୁତ୍ରକୁ ଶିଳ୍ପୀ ନିଜ ପାଖରେ ରଖି ଲାଳନପାଳନ କରୁଥିବାବେଳେ ସେହି ପୁଅକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ସନ୍ତୋଷଙ୍କ କଥାରେ ଶିଳ୍ପୀ ରାଜି ନ ହେବାରୁ ସେ ତାଙ୍କଠାରୁ ପୁଅକୁ ଅଲଗା କରି ନେଇଯିବାକୁ ଉଦ୍ୟମ କରିଥିଲେ। ଶିଳ୍ପୀ ପୁଅକୁ ଛାଡ଼ିବାକୁ ଚାହୁଁ ନ ଥିଲେ। ସେ ଯେଉଁଠି ରହିବେ ପୁଅ ସେଇଠି ରହିବ ବୋଲି ସେ ବାରମ୍ବାର ପୂର୍ବରୁ କହିଥିଲେ, ଯାହାର ପରିଣତି ସ୍ବରୂପ ଏଭଳି ବର୍ବରକାଣ୍ଡ ସେ କରିବସିଥିଲେ। ସେ ଶିଶୁପୁତ୍ରକୁ ବ୍ଲେଡ୍‌ରେ କାଟି ହତ୍ୟା କରିବା ପରେ ନିଜେ ଫ୍ୟାନ୍‌ରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଭଡ଼ାଘର ଭିତରକୁ ଯିବାର ଏକମାତ୍ର ପଥ ମୁଖ୍ୟ ଦରଜା ବନ୍ଦ ଥିବାରୁ ଏହି କାଣ୍ଡ ଶିଳ୍ପୀଙ୍କ ବ୍ୟତୀତ ଅନ୍ୟ କେହି କରିବାର ସୁଯୋଗ ନାହିଁ ବୋଲି ପୋଲିସ ତଦନ୍ତରୁ ଜାଣିଛି।
ଶିଳ୍ପୀଙ୍କ ଶାଶୁଘର ପକ୍ଷର ଏତଲାକୁ ଭିତ୍ତି କରି ଏକ ମାମଲା(ନଂ.୧୭/୨୩) ରୁଜୁ ହୋଇଥିବାବେଳେ ତାଙ୍କ ବାପଘର ପକ୍ଷର ଏତଲାକୁ ଭିତ୍ତି କରି ଆଉ ଏକ ମାମଲା(ନଂ.୧୮/୨୩) ରୁଜୁ ହୋଇଛି। କେଉଁ ପରିସ୍ଥିତିରେ ମହିଳା ଜଣକ ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ପୋଲିସ ତାହାର ତଦନ୍ତ କରୁଛି। ଶିଳ୍ପୀଙ୍କ ବାପଘର ଲୋକ ଝିଅର ମୃତ୍ୟୁ ପାଇଁ ସ୍ବାମୀ ଏବଂ ତାଙ୍କ ଶାଶୁଘର ଲୋକଙ୍କୁ ଦାୟୀ କରିଥିଲେ। ତେଣୁ ପୋଲିସ ସନ୍ତୋଷଙ୍କୁ ଗିରଫ କରିଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ପରିବାରର ଅନ୍ୟମାନଙ୍କୁ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ତେଣୁ ଆଗାମୀ ଦିନରେ ଗିରଫଦାରି ବଢ଼ିବା ସମ୍ଭାବନା ରହିଛି। ଅପରପକ୍ଷରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଥାନାର ଏଏସ୍‌ଆଇଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସମ୍ପୃକ୍ତ ଏଏସ୍‌ଆଇଙ୍କୁ ଏନେଇ ପଚରାଉଚରା କରାଯିବ। ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri